ଓଡିଶା

odisha

ETV Bharat / bharat

Punjab Assembly Election: ବଡ ଘୋଷଣା କଲେ କ୍ୟାପଟେନ, ଏକାଠି ଲଢିବେ ବିଜେପି-ପଞ୍ଜାବ ଲୋକ କଂଗ୍ରେସ - ପଞ୍ଜାବ ବିଧାନସଭା ନିର୍ବାଚନ2022

ଆସନ୍ତାବର୍ଷ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନ (Punjab Assembly election) ଲଢିବା ପାଇଁ ବିଜେପି ପୁରା ପ୍ରସ୍ତୁତି ଆରମ୍ଭ କରିଦେଇଛି । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ଦଳ ପଞ୍ଜାବ ଲୋକ କଂଗ୍ରେସ ସହ ମେଣ୍ଟ କରି ନିର୍ବାଚନ ଲଢିବ ବିଜେପି । ଅଧିକ ପଢନ୍ତୁ

Punjab Assembly elections
Punjab Assembly elections

By

Published : Dec 17, 2021, 6:38 PM IST

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନ (Punjab Assembly election) ଲଢିବା ପାଇଁ ବିଜେପି ପୁରା ପ୍ରସ୍ତୁତି ଆରମ୍ଭ କରିଦେଇଛି । ଦଳ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ (Capt. Amarinder Singh) ଙ୍କ ଦଳ ପଞ୍ଜାବ ଲୋକ କଂଗ୍ରେସ(Punjab Loko Congress) ସହ ମେଣ୍ଟ କରି ନିର୍ବାଚନ ଲଢିବ ।

ଏନେଇ ଆଜି କେନ୍ଦ୍ରମନ୍ତ୍ରୀ ତଥା ପଞ୍ଜାବ ବିଜେପି ନିର୍ବାଚନ ପ୍ରଭାରୀ ଗଜେନ୍ଦ୍ର ସିଂ ଶେଖାୱତ ( Union Minister Gajendra Singh Shekhawat) ସ୍ପଷ୍ଟ କରିଛନ୍ତି । ଗଜେନ୍ଦ୍ର କହିଛନ୍ତି କ୍ୟାପଟେନ ଅମରିନ୍ଦର ସିଂଙ୍କ ଦଳ ପଞ୍ଜାବ ଲୋକ କଂଗ୍ରେସ ସହ ବିଜେପିର 7 ରାଉଣ୍ଡ ଆଲୋଚନ ହୋଇଥିଲା । 7 ରାଉଣ୍ଡର ଆଲୋଚନା ପରେ ଉଭୟ ଦଳ ଏକାଠି ନିର୍ବାଚନ ଲଢିବା ପାଇଁ ନିଷ୍ପତ୍ତି ହୋଇଛି । ତେବେ ଆସନ ବୁଝାମଣାକୁ ନେଇ ପରେ ନିଷ୍ପତ୍ତି ହେବ ବୋଲି ଗଜେନ୍ଦ୍ର କହିଛନ୍ତି ।

ଗଜେନ୍ଦ୍ର ସିଂ ଶେଖାୱତ ଏହି ଘୋଷଣା ପୂର୍ବରୁ ଆଜି ତାଙ୍କୁ କ୍ୟାପଟେନ ଅମରିନ୍ଦର ସିଂ ସାକ୍ଷାତ କରିଥିଲେ । ଏହାସହ ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଲୋଚନା ହୋଇଥିଲା ।

ସେପଟେ ଏହି ଘୋଷଣା ପରେ ପଞ୍ଜାବ ଲୋକ କଂଗ୍ରେସ ମୁଖ୍ୟ ତଥା ପୂ୍ର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କହିଛନ୍ତି ଆମେ ଏକାଠି ନିର୍ବାଚନ ଲଢିବୁ । ଆଉ ମେଣ୍ଟର ବିଜୟ ପାଇଁ ଲଢିବୁ । ଉଭୟ ଦଳ ମଧ୍ୟରେ ବିଜୟ ସମ୍ଭାବନା ଥିବା ଆସନ ଅନୁସାରେ ଆସନ ଭାଗବଣ୍ଟା ହେବ । ଆଉ ଏକ ଶହ ଏକ ପ୍ରତିଶତ ଆମ ମେଣ୍ଟ ଆଗାମୀ ନିର୍ବାଚନରେ ବିଜୟୀ ହେବ ବୋଲି କହିଛନ୍ତି କ୍ୟାପଟେନ ସିଂ ।

117 ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭା ନିର୍ବାଚନ ଆସନ୍ତା ବର୍ଷ ପ୍ରାରମ୍ଭରେ ହେବ । ତେବେ କଂଗ୍ରେସ, ଆପ, ଅକାଳୀ ଦଳ ଏକାକି ନିର୍ବାଚନ ଲଢିବାକୁ ଥିବା ବେଳେ, ବିଜେପି ଆସନ୍ତା ନିର୍ବାଚନରେ ପୁରୁଣା ସହଯୋଗୀ ଅକାଳୀ ଦଳ ସ୍ଥାନରେ ପଞ୍ଜାବ ଲୋକ କଂଗ୍ରେସ ସହ ନିର୍ବାଚନ ଲଢିବ ।

ସୂଚନାଯୋଗ୍ୟ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଗତ ନଭେମ୍ବର 2 ତାରିଖରେ କ୍ୟାପଟେନ କଂଗ୍ରେସରୁ ଇସ୍ତଫା ଦେଇ ନୂଆ ଦଳ ଗଠନ ନେଇ ଘୋଷଣା କରିଥିଲେ ।

@ANI

ABOUT THE AUTHOR

...view details