ପାଣାଜୀ:ଗୋଆ ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ରବିବାର ପାଣାଜୀ ଠାରୁ ୨୦ କିଲୋମିଟର ଦୂରରେ ଥିବା ପ୍ରଭୁ ମାଙ୍ଗେସଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ । ଏଥିରେ ନଡ୍ଡାଙ୍କ ସହ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ, ରାଜ୍ୟ ବିଜେପି ସଭାପତି ସଦାନନ୍ଦ ଶେଟ ତନଭେଡେ ଏବଂ ସଂସ୍କୃତି ମନ୍ତ୍ରୀ ଗୋବିନ୍ଦ ଗୁଆଡେ ମଧ୍ୟ ସାମିଲ ହୋଇଥିଲେ । ଏନେଇ ରାଜ୍ୟ ବିଜେପି ସଭାପତି ସଦାନନ୍ଦ ଶେଟ ତନଭେଡେ ଟୁଇଟ ଯୋଗେ ସୂଚନା ଦେଇଛନ୍ତି ।
ଗୋଆର ସର୍ବ ପୁରାତନ ମନ୍ଦିର ହେଉଛି ମାଙ୍ଗେସ ମନ୍ଦିର । ଜେପି ନଡ୍ଡା ସେଠାକୁ ଯାଇ ରାଜ୍ୟର ମଙ୍ଗଳ ପାଇଁ ପୂଜାର୍ଚ୍ଚନା କରିଥିଲେ । ପାଣାଜୀରେ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଗସ୍ତର ପ୍ରଥମ ଦିନରେ ସେ ସଂସଦର ସଦସ୍ୟ, ବିଧାୟକ ଓ ବିଜେପି କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିଥିଲେ । ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରିବା ପାଇଁ କହିଥିଲେ ।