ଓଡିଶା

odisha

ETV Bharat / bharat

Rahul Gandhi Cambridge Row: ରାହୁଲ 'ରାଷ୍ଟ୍ର ବିରୋଧୀ ଟୁଲକିଟ' କହିଲେ ନଡ୍ଡା

ବ୍ରିଟେନ ଗସ୍ତରେ ଥିବା ବେଳେ ରାହୁଲ ଦେଇଥିବା ମନ୍ତବ୍ୟକୁ ନେଇ ହରଡଘଣାରେ ପଡିଛନ୍ତି । କେମ୍ବିଜ ମନ୍ତବ୍ୟକୁ ନେଇ ବିଜେପି ରାହୁଲଙ୍କୁ ସମାଲୋଚନା କରିଛି । ସଂସଦରେ ଭୁଲ ମାଗିବାକୁ ମଧ୍ୟ କୁହାଯାଉଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏନେଇ ରାହୁଲଙ୍କ ଉପରେ ବର୍ଷିଛନ୍ତି । ଅଧିକ ପଢନ୍ତୁ

By

Published : Mar 17, 2023, 12:29 PM IST

JP Nadda targets rahul gandhi
JP Nadda targets rahul gandhi

ନୂଆଦିଲ୍ଲୀ:ଲଣ୍ଡନ ଗସ୍ତରେ ଥିବାବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଇଥିବା ବିବୃତ୍ତି ନେଇ ସଂସଦ ଭିତରେ ବାହାରେ ଝଡ ଲାଗି ରହିଛି । ଲଣ୍ଡନ କେମ୍ବିଜ ବିଶ୍ବବିଦ୍ୟାଳୟରେ ରାହୁଲ ଦେଇଥିବା ମନ୍ତବ୍ୟକୁ ନେଇ ବିଜେପି ତୀବ୍ର ଆପତ୍ତି ଉଠାଇଛି । ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରାହୁଲଙ୍କୁ ଭୁଲ ମାଗିବାକୁ କହିଥିଲେ ଏହାରି ଭିତରେ ଜେପି ନଡ୍ଡା ଆଜି ରାହୁଲଙ୍କ ଉପରେ ବର୍ଷିଛନ୍ତି । ଦେଶବାସୀଙ୍କ ଦ୍ବାରା ବାରମ୍ବାର ପ୍ରତ୍ୟାଖାନ ହେବା ପରେ ରାହୁଲ ବର୍ତ୍ତମାନ 'ରାଷ୍ଟ୍ର ବିରୋଧୀ ଟୁଲକିଟ' ସଦସ୍ୟ ହୋଇଥିବା କହିଛନ୍ତି ଜେପି ନଡ୍ଡା ।

ରାହୁଲଙ୍କୁ ଟାର୍ଗେଟ କରି ନଡ୍ଡା କହିଛନ୍ତି, '' ଯେତେବେଳେ ଭାରତ ବିଶ୍ବରେ ପଞ୍ଚମ ବୃହତ୍ତମ ଅର୍ଥନୈତିକ ଦେଶ ହୋଇଛି । ଏଠାରେ ଜି-20 ସମ୍ମିଳନୀ ଆୟୋଜିତ ହେଉଛି । ରାହୁଲ ଗାନ୍ଧୀ ବିଦେଶ ମାଟିରେ ଦେଶ ଓ ସଂସଦକୁ ଅପମାନ କରିଛନ୍ତି । 130କୋଟି ଭାରତୀୟଙ୍କୁ ଅପମାନ କରିଛନ୍ତି । ଏହା ଦେଶଦ୍ରୋହୀକୁ ମଜବୁତ କରୁନାହିଁ ତ ଆଉ କଣ ? ଦେଶ ବିରୋଧୀ କାର୍ଯ୍ୟକଳାପରେ ଯୋଗ ଦେବା ଦୁର୍ଭାଗ୍ୟଜନକ । ବାରମ୍ବାର ପ୍ରତ୍ୟାଖାନ ହେବା ପରେ ରାହୁଲ ରାଷ୍ଟ୍ର ବିରୋଧୀ ଉପକରଣର ଏକ ସ୍ଥାୟୀ ସଦସ୍ୟ ହୋଇଛନ୍ତି ।''

ନଡ୍ଡା ଆହୁରି କହିଛନ୍ତି, ''ବର୍ତ୍ତମାନ କଂଗ୍ରେସ ରାଷ୍ଟ୍ର ବିରୋଧୀ କାର୍ଯ୍ୟକଳାପର ଅଂଶ ହୋଇଛି । ରାହୁଲ ଗାନ୍ଧୀ ବର୍ତ୍ତମାନ ଏହାର ଜଣେ ସ୍ଥାୟୀ ସଦସ୍ୟ ହୋଇଛନ୍ତି । ରାହୁଲ ଗାନ୍ଧୀ କରିଥିବା ଏହି ପାପ ପାଇଁ ଦେଶବାସୀଙ୍କୁ ଭୁଲ ମାଗିବାକୁ ପଡିବ । ସ୍ବାଧୀନ ଭାରତ ଇତିହାସରେ କଠୋର ସ୍ଥିତିରେ ଥିବା ସୁଦ୍ଧା ଆଜି ଯାଏଁ କୌଣସି ନେତା ବିଦେଶରେ ଭାରତ ସରକାରଙ୍କ ବିରୋଧରେ ଭାରତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଆହ୍ବାନ ଦେଇନାହାନ୍ତି । ସ୍ବାଧୀନତା ଇତିହାସ ପରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ । ରାହୁଲଙ୍କ ଏହି ବୟାନ ନେଇ ଜନତାଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଛି । ପ୍ରତିଟି ଦେଶଭକ୍ତଙ୍କୁ ଏହା ଆଘାତ ଦେଇଛି ।''

ରାହୁଲଙ୍କୁ ନଡ୍ଡାଙ୍କ ସମାଲୋଚନା ସେତିକିରେ ସରି ନାହିଁ । ଜେପ୍ପି ନଡ୍ଡା ଆହୁରି କହିଛନ୍ତି,'' ଦେଶରୁ କଂଗ୍ରେସ ସଫା ହୋଇଯାଇଛି । ସଂସଦରେ ଅଧିବେଶନ ଆରମ୍ଭ ହେବା କ୍ଷଣି ଦେଶ ବିରୋଧୀ ଟୁଲକିଟ ଗ୍ୟାଙ୍ଗ ସକ୍ରିୟ ହୋଇଉଠନ୍ତି । କେତେବେଳେ ପେଗାସସ ମିଥ୍ୟା ରିପୋର୍ଟ ପ୍ରକାଶିତ ହୁଏ କେତେବେଳ ଡକ୍ୟୁମେଣ୍ଟାରୀ ଆସିଯାଏ । ଗୃହରେ ଅଯଥା ହଙ୍ଗାମା କରାଯାଏ । କାହିଁକି ଜର୍ଜ ସୋରସ ଓ ରାହୁଲଙ୍କ ଭାଷା ଗୋଟିଏ କାହିଁକି ପାକିସ୍ତାନ ଓ କଂଗ୍ରେସ ଗୋଟିଏ କଥା କହୁଛନ୍ତି ।''

ଭାରତ ଗଣତନ୍ତ୍ରର ମାଆ । ଭାରତକୁ କ୍ଷତି ପହଞ୍ଚାଇବାକୁ କୌଣସି ଶକ୍ତି ନାହିଁ । ଦେଶରେ ତୁମ ଦଳ କଥା କେହି ଶୁଣୁ ନାହାନ୍ତି କି ବିଶ୍ବାସ କରୁନାହାନ୍ତି । ଏହି କାରଣ ପାଇଁ ତୁମ ଦଳ ମୂଳପୋଛ ହେବାକୁ ବସିଛି । ଏହା ଦେଶଦ୍ରୋହୀଙ୍କ ହାତକୁ ମଜବୁତ କରିବା ସହ ସମାନ ତୁମେ ଉଦ୍ଦେଶ୍ୟ କଣ ରାହୁଲ ଗାନ୍ଧୀ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ।

ରାହୁଲଙ୍କୁ ନେଇ ନଡ୍ଡାଙ୍କ ଏହି ପ୍ରତିକ୍ରିୟା ପରେ ବିଜେପିକୁ ବାଣ ମାରିଛି କଂଗ୍ରେସ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, '' ସେମାନେ ଦେଶଦ୍ରୋହୀ । ସେମାନେ ଦେଶ ସ୍ବାଧୀନତା ସଂଗ୍ରାମରେ ଅଂଶ ଗ୍ରହଣ କରିନାହାନ୍ତି । ସେମାନେ ଅନ୍ୟକୁ ଦେଶଦ୍ରୋହୀ କହୁଛନ୍ତି । ସେମାନେ ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟାକୁ ଏଡାଇବାକୁ ଏପରି କହୁଛନ୍ତି । ରାହୁଲ କେବେ ଦେଶ ବିରୋଧୀ ହେଇପାରିବେ ? ମୁଁ ଜେପି ନଡ୍ଡାଙ୍କ ବୟାନକୁ ନିନ୍ଦା କରୁଛି । ସେମାନେ ରାହୁଲଙ୍କୁ ସଂସଦରେ କହିବାକୁ କାହିଁକି ସୁଯୋଗ ଦେଉନାହାନ୍ତି ।''

ସେହିପରି ସାଂସଦ ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି,'' ବିଜେପି ସଦସ୍ୟ ଏଣେ ତେଣେ କାହିଁକି କହୁଛନ୍ତି । ସଂସଦରେ ଆଲୋଚନା ପାଇଁ କାହିଁକି ଡରୁଛନ୍ତି । ବିଜେପି ରାହୁଲ ଗାନ୍ଧୀଙ୍କୁ ଡରୁଛି । ପିଏମ ମୋଦିଙ୍କ 56 ଇଞ୍ଚ ଛାତି ବର୍ତ୍ତମାନ ସଙ୍କୁଚିତ ହୋଇଛି ।''

ଏହା ବି ପଢନ୍ତୁ...RG London Remark: ରାଜନାଥ କହିଲେ ଗୃହରେ କ୍ଷମା ମାଗନ୍ତୁ ରାହୁଲ, ପାଲଟା ଟାର୍ଗେଟ କଲା କଂଗ୍ରେସ

ପ୍ରକାଶଥାଉ କି, ବ୍ରିଟେନ ଗସ୍ତରେ ଥିବାବେଳେ ରାହୁଲ ଗାନ୍ଧୀ ଏକ ସାକ୍ଷାତରକାରରେ କହିଥିଲେ,'' ଭାରତରେ ଗଣତନ୍ତ୍ର ଶେଷ ହୋଇଛି । ୟୁରୋପ, ୟୁଏସ ଏଥିରେ ହସ୍ତକ୍ଷେପ କରିବା ଦରକାର ।'' ରାହୁଲଙ୍କ ଏହି ବୟାନ ପରେ କଂଗ୍ରେସ ସମେତ ରାହୁଲଙ୍କୁ ଟାର୍ଗେଟ କରିଥିଲା ବିଜେପି । ସେପଟେ ଏହାକୁ ନେଇ ରାହୁଲ କହିଛନ୍ତି ଭାରତ ବିରୋଧରେ କିଛି କହିନାହିଁ । ସୁଯୋଗ ଆସିଲେ ମୋ ବିରୋଧରେ ହୋଇଥିବା ଅଭିଯୋଗ ବିଷୟରେ କହିବି ବୋଲି କହିଛନ୍ତି ରାହୁଲ । ରାହୁଲଙ୍କ ଲଣ୍ଡନ ମନ୍ତବ୍ୟ ନେଇ ସଂସଦରେ ଅଚଳ ହୋଇଛି । ଆସନ୍ତା 20 ତାରିଖ ଯାଏ ଉଭୟ ଗୃହ ମୁଲତବୀ ହୋଇଛି ।

ABOUT THE AUTHOR

...view details