ଓଡିଶା

odisha

ETV Bharat / bharat

ମାଲଦାରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ରୋଡ ଶୋ’

ପଶ୍ଚିମବଙ୍ଗରେ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେପି ଓ ଟିଏମସି ମଧ୍ୟରେ ରାଜନୈତିକ ଲଢେଇ ଜୋରଦାର ହେଉଛି । ଏହି ଅବସରରେ ଆଜି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ପଶ୍ଚିମବଙ୍ଗର ମାଲଦାରେ ରୋଡ ଶୋ କରିଛନ୍ତି । ଅଧିକ ପଢନ୍ତୁ...

By

Published : Feb 6, 2021, 3:43 PM IST

BJP president Jagat Prakash Nadda
ମାଲଦାରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ରୋଡ ଶୋ

କୋଲକାତା: ପଶ୍ଚିମବଙ୍ଗ ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ପଶ୍ଚିମବଙ୍ଗରେ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେପି ଓ ଟିଏମସି ମଧ୍ୟରେ ରାଜନୈତିକ ଲଢେଇ ଜୋରଦାର ହେଉଛି । ଏହି ଅବସରରେ ଆଜି ବିଜେପି ଅଧ୍ୟକ୍ଷ ପଶ୍ଚିମବଙ୍ଗର ମାଲଦାରେ ରୋଡ ଶୋ କରିଛନ୍ତି ।

ମାଲଦାରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ରୋଡ ଶୋ

ଆଜି ସକାଳେ ଜେପି ନଡ୍ଡା କୋଲକାତାରେ ପହଞ୍ଚିବା ପରେ ଦଳୀୟନେତା ଓ କର୍ମୀ ଜୋରଦାର ସ୍ବାଗତ କରିଥିଲେ । ଏହା ପରେ ଏକ ଚାଷୀଙ୍କ ଘରେ ଯାଇ ଭୋଜନ କରିଥିଲେ । ରାଜ୍ୟରେ ଚାଷୀଙ୍କୁ ମମତା ବାନାର୍ଜୀଙ୍କ ସରକାର ଅବହେଳା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି । ମମତା ସରକାର ଚାଷୀଙ୍କ ସହିତ କେବେ ମଧ୍ୟ କୃଷକଙ୍କୁ ଉପଯୁ୍କ୍ତ ସମ୍ମାନ କରିନାହାଁନ୍ତି । କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ପିଏମ କିଷାନ ସମ୍ମାନ ନିଧି ଯୋଜନା କରିଥିବାବେଳେ ରାଜ୍ୟ ସରକାର ଏହା କାର୍ଯ୍ୟକାରୀ ନ କରି ରାଜ୍ୟର 70 ଲକ୍ଷ ଚାଷୀଙ୍କୁ ଅନ୍ୟାୟ କରିଛନ୍ତି ବୋଲି କହିଛନ୍ତି । ମାଲଦାରେ ପ୍ରବଳ ଜନସମାଗମରେ ଜେପି ନଡ୍ଡାଙ୍କ ରୋଡ ଶୋ କରାଯାଇଛି । ଏକ ଖୋଲା ଗାଡିରେ ନଡ୍ଡାଙ୍କ ସହ ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲ୍ଲୀପ ଘୋଷ ଓ ରାଜ୍ୟସ୍ତରୀୟ ବିଜେପି ନେତା ମାନେ ସାମିଲ ହୋଇଥିଲେ ।

ସୂଚନାଥାଉକି ପଶ୍ଚିମବଙ୍ଗରେ ଆସନ୍ତା ଅପ୍ରେଲ ମେ’ରେ ନିର୍ବାଚନ ଅନୁଷ୍ଠିତ ହେବ । ଏହାକୁ ଦୃଷ୍ଟିରେ ରଖି ଉଭୟ ବିଜେପି ଓ ଟିଏମସି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ପଶ୍ଚିମବଙ୍ଗରେ ବିଜେପି ପରିବର୍ତ୍ତନ ରଥଯାତ୍ରାକୁ ବନ୍ଦ କରାଯାଇଛି । ଏହା ଟିଏମସିର ପ୍ରରୋଚନାରେ କରାଯାଇଛି ବୋଲି ବିଜେପି ନେତାମାନେ କହିଛନ୍ତି ।

@ANI

ABOUT THE AUTHOR

...view details