ଓଡିଶା

odisha

ETV Bharat / bharat

ରାହୁଲ ଓ ପ୍ରିୟଙ୍କାଙ୍କ ସମ୍ପର୍କରେ ଫାଟ ଥିବା କହିଲା ବିଜେପି, ଜବାବ ଦେଲା କଂଗ୍ରେସ - bjp targets congress

ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଭିତରେ ବୁଝାମଣା ଠିକ ନଥିବା କହିଛି ବିଜେପି । ଏନେଇ ବିଜେପିର ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ଏକ ଭିଡିଓ ଜାରି କରାଯାଇଛି । ଅଧିକ ପଢନ୍ତୁ

bjp posts video asserting rahul priyanka
ରାହୁଲ ଓ ପ୍ରିୟଙ୍କାଙ୍କୁ ନେଇ ଚର୍ଚ୍ଚା

By ETV Bharat Odisha Team

Published : Sep 4, 2023, 1:58 PM IST

ନୂଆଦିଲ୍ଲୀ: ପରିବାରବାଦରୁ ଆରମ୍ଭ କରି ପାରିବାରିକ ବିବାଦକୁ ନେଇ ଚର୍ଚ୍ଚାରେ କଂଗ୍ରେସ । ପୂର୍ବରୁ କଂଗ୍ରେସ ପରିବାରବାଦ ରାଜନୀତି କରୁଛି ବୋଲି ବିଜେପି ଅଭିଯୋଗ କରୁଥିବାବେଳେ ଏବେ ଭିନ୍ନ ପ୍ରସଙ୍ଗ ଉଠାଇଛି । ରାଜନୈତିକ କ୍ଷମତା ଲଢ଼େଇ ଭିତରେ ଭାଇ ଭଉଣୀଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହୋଇଛି । "ରାହୁଲ ଓ ପ୍ରିୟଙ୍କାଙ୍କ ମଧ୍ୟରେ ସାଧାରଣ ଭାଇ ଭଉଣୀ ଭଳି ଭଲ ବୁଝାମଣା ନାହିଁ। ବାହାରକୁ ଉତ୍ତମ ସମ୍ପର୍କ ଥିବା ଭଳି ମନେ ହେଉଥିଲେ ବି ଭିତରେ କିଛି ଠିକ୍ ଚାଲିନାହିଁ ବରଂ ଉଭୟେ ଉଭୟଙ୍କ କ୍ଷମତାକୁ ନେଇ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ବିଶେଷ କରି ପାର୍ଟିରେ ପ୍ରିୟଙ୍କାଙ୍କ ଦବଦବା ଥିବାରୁ ରାହୁଲଙ୍କୁ ପ୍ରାଧାନ୍ୟ ଦିଆନଯିବା ଭୟ ଘାରିଛି।" ଏମିତି କିଛି ବିଜେପିର ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ଏକ ଭିଡିଓରେ ଜାରି କରାଯାଇଛି ।

ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଭିତରେ ବୁଝାମଣା ଠିକ ନଥିବା କହିଛି ବିଜେପି । ଏନେଇ ବିଜେପିର ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ଏକ ଭିଡିଓ ଜାରି କରାଯାଇଛି। ଯେଉଁଥିରେ ବିରୋଧୀ ମେଣ୍ଟ ଇଣ୍ଡିଆର କୌଣସି ବୈଠକକୁ ମଧ୍ୟ ପ୍ରିୟଙ୍କାଙ୍କୁ ରାହୁଲ ନେଇ ନଥିବା କୁହାଯାଇଛି। ପ୍ରିୟଙ୍କାଙ୍କୁ ଏପରି ବୈଠକରୁ ଦୂରେଇ ରଖିବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏପରିକି ସୋନିଆ ଗାନ୍ଧି ମଧ୍ୟ ରାହୁଲଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରୁଥିବା କୁହାଯାଉଛି । ବିଜେପି କହିଛି, "ପ୍ରିୟଙ୍କାଙ୍କୁ କେବଳ ନିର୍ବାଚନୀ ପ୍ରଚାର ପାଇଁ ବ୍ୟବହାର କରୁଛି ଦଳ। ଯାହାର ଉଦାହରଣ ହେଉଛି ହିମାଚଳପ୍ରଦେଶ ଏବଂ କର୍ଣ୍ଣାଟକ ନିର୍ବାଚନ । ପାଖାପାଖି 28ଟି ରାଲିରେ ପ୍ରିୟଙ୍କା ପ୍ରଚାର କରିଥିଲେ । ଏହା ସତ୍ତ୍ୱେ ପ୍ରିୟଙ୍କାଙ୍କ ପରିବର୍ତ୍ତେ ରାହୁଲଙ୍କୁ ବିଜୟର ଶ୍ରେୟ ଦିଆଯାଇଛି ।"

ଏହା ବି ପଢନ୍ତୁ...ଅକ୍ଟୋବରରେ ଓଡିଶା ଆସିବେ ରାହୁଲ ଗାନ୍ଧୀ: ସୁର

ବିଜେପି ଆହୁରି ମଧ୍ୟ କହିଛି, "୨୦୧୯ରେ ରାହୁଲ ଗାନ୍ଧୀ ଆନୁଷ୍ଠାନିକ ଭାବେ ରାଜନୈତିକ କ୍ୟାରିଆଅର ଆରମ୍ଭ କରିଥିବାବେଳେ ପ୍ରିୟଙ୍କା କିନ୍ତୁ ଖୁବ ଧ୍ରୁତ । ଯେଉଁଥିପାଇଁ ତାଙ୍କୁ ଡରୁଛନ୍ତି ରାହୁଲ । ଅନ୍ୟପଟେ, କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣଙ୍କ କହିଥିଲେ, "ଯଦି ନରେନ୍ଦ୍ର ମୋଦିଙ୍କୁ ପରାସ୍ତ କରିବାକୁ ପଡ଼ିବ ତେବେ ପ୍ରିୟଙ୍କା ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯିବା ଉଚିତ ।" ୧୯୮୯ ଲୋକସଭା ନିର୍ବାଚନରେ ପ୍ରିୟଙ୍କା ଅମେଠୀରେ ପିତା ରାଜୀବ ଗାନ୍ଧୀଙ୍କ ପାଇଁ ପ୍ରଚାର କରିଥିବାର ନଜିର ରହିଛି । ବର୍ତ୍ତମାନ ଏହି ସମୟରେ ସେ ତାଙ୍କ ଭାଇ ପାଇଁ ପ୍ରଚାର କରୁଛନ୍ତି । ରାହୁଲଙ୍କୁ ଦଳର ସଭାପତି କରାଯାଇଥିବାବେଳେ ପ୍ରିୟଙ୍କାଙ୍କୁ ଅଣଦେଖା କରାଯାଇଛି । ରାହୁଲ ଏବଂ ପ୍ରିୟଙ୍କାଙ୍କ ଭିତରେ ଥିବା ମତଭେଦ ସ୍ପଷ୍ଟ କାରଣରୁ ରକ୍ଷାବନ୍ଧନ ଦିନ ରାହୁଲଙ୍କ ହାତରେ ରାକ୍ଷୀ ଦେଖିବାକୁ ମିଳିନଥିଲା।

ଖାଲି ସେତିକି ନୁହେଁ, କର୍ଣ୍ଣାଟକରେ ଦଳ ଜିତିବା ପରେ ରାହୁଲ ଓ ପ୍ରିୟଙ୍କା ଉଭୟେ ମଞ୍ଚ ଉପରେ ଥିବାବେଳେ ହଠାତ୍ ରାହୁଲଙ୍କ ହାତକୁ ଛାଡି ଦୂରେଇ ଯାଇଥିଲେ ପ୍ରିୟଙ୍କା। ଯାହାର ଭିଡିଓ ଜାରି କରି ଉଭୟଙ୍କ ସମ୍ପର୍କରେ ତିକ୍ତତା ଥିବା ନେଇ ଦର୍ଶାଇଛି ବିଜେପି। ଗତ କିଛି ଦିନ ତଳେ ରାକ୍ଷୀ ପୂର୍ଣ୍ଣିମାବେଳେ ରାହୁଲଙ୍କ ହାତରେ ରାକ୍ଷୀ ନଥିବା ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଥିଲା । ହେଲେ ଏହାର ଜବାବ ରଖିଥିଲା କଂଗ୍ରେସ । କଂଗ୍ରେସ ମୁଖପାତ୍ର ସୁୁପ୍ରିୟ ସିନେତ ଏକ ଟ୍ବିଟ୍ କରି ଲେଖିଥିଲେ, "ଭିତ୍ତିହୀନ ପ୍ରସଙ୍ଗ ଉପରେ ଆଲୋଚନା କରି ଭାଇ ଭଉଣୀଙ୍କ ସମ୍ପର୍କକୁ ଖରାପ କରିବାକୁ ବିଜେପି ଚେଷ୍ଟା କରୁଛି । ରାହୁଲ କେବଳ ରାକ୍ଷୀ ବାନ୍ଧିନାହାନ୍ତି, ବରଂ ସେ ଏହାକୁ ବର୍ଷ ସାରା ହାତରେ ପିନ୍ଧିଥାନ୍ତି । ବିଜେପି ନିଜର ଚକ୍ଷୁ ପରୀକ୍ଷା କରାଇନେବା ଉଚିତ ।"

ABOUT THE AUTHOR

...view details