କୋଲକାତା:ଦିନକୁ ଦିନ ପଶ୍ଚିମବଙ୍ଗରେ ବଢିବାରେ ଲାଗିଛି ରାଜନୈତି ହିଂସା । କେତେବେଳେ ବିଜେପି କର୍ମୀଙ୍କୁ ଗୁଳିମାଡ ହେଉଛି ତ ଆଉ କେତେବେଳେ ନେତାଙ୍କ ଗାଡି ଉପରକୁ ହେଉଛି ବୋମାମାଡ । ଯାହାକୁ ନେଇ ତୃଣମୂଳ କଂଗ୍ରେସ ବିରୋଧରେ ବିଜେପି ପକ୍ଷରୁ ଆନ୍ଦୋଳନ କରାଯିବ । ଆସନ୍ତା 23 ତାରିଖରେ ଦଳ ପକ୍ଷରୁ ବିଭିନ୍ନ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସୂଚନା ମିଳିଛି ।
ପଶ୍ଚିମବଙ୍ଗ ରାଜନୈତିକ ହିଂସା ପ୍ରତିବାଦ, 23ରେ ବିଜେପି କରିବ ଆନ୍ଦୋଳନ - ରାଜନୈତି ହିଂସା
ଦିନକୁ ଦିନ ପଶ୍ଚିମବଙ୍ଗରେ ବଢିବାରେ ଲାଗିଛି ରାଜନୈତି ହିଂସା । ମମତା ସରକାରଙ୍କ ବିରୋଧରେ 23ରେ ବିଜେପି ପକ୍ଷରୁ କରାଯିବ ଆନ୍ଦୋଳନ । ଅଧିକ ପଢନ୍ତୁ....
ଏଥିରେ ଦଳର ନେତା, କର୍ମୀଙ୍କ ସହିତ ବିଧାୟକ ଓ ସାଂସଦ ସାମିଲ ହେବେ । କୋରୋନା କଟକଣା ମାନି ବିଭିନ୍ନ ସ୍ଥାନରେ ହଡତାଳ କରାଯିବ । କାହିଁକିନା ଜୁଲାଇ 1 ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ କଟକଣା ଜାରି ରହିଛି । ମମତା ବାନାର୍ଜୀ ସରକାରଙ୍କ ବିରୋଧରେ କୋଲକାତାର ଧର୍ମଲତା ଅଞ୍ଚଳରେ ହେବାକୁ ଥିବା ଆନ୍ଦୋଳନର ନେତୃତ୍ବ ନେବେ ଦଳ ବରିଷ୍ଠ ନେତାମାନେ ।
ରାଜ୍ୟରେ ଯେଉଁମାନେ ବିଜେପି ପାଇଁ କାର୍ଯ୍ୟ କରୁଛନ୍ତି । ସେମାନେ ବିଭିନ୍ନ ସମୟରେ ହିଂସାର ଶିକାର ହେଉଛନ୍ତି । ଏନେଇ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କୈଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ଅଭିଯୋଗ ହୋଇଛି । ପଶ୍ଚିମବଙ୍ଗରେ ଶାନ୍ତି ଫେରାଇ ଆଣିବା ପାଇଁ ରାଜ୍ୟପାଳ ଜଗଦୀପ ଧନଖର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବାରମ୍ବାର ଚିଠି କରୁଛନ୍ତି । ହେଲେ ତାହା ଫଳପ୍ରଦ ହେଉନି ବୋଲି ଦଳ ପକ୍ଷରୁ କୁହାଯାଇଛି ।