ଓଡିଶା

odisha

ETV Bharat / bharat

ବିବାଦ ମଧ୍ୟରେ The Kerala Storyର ସ୍ବତନ୍ତ୍ର ସ୍କ୍ରିନିଂ କଲା ବିଜେପି - ବିଜେପି

ବିବାଦ ମଧ୍ୟରେ ଦ କେରଳ ଷ୍ଟୋରୀର ସ୍ବତନ୍ତ୍ର ସ୍କ୍ରିନିଂ ହୋଇଛି । କେରଳ ରାଜଧାନୀ ଥିରୁଅନନ୍ତପୁରମରେ ବିଜେପି କରିଛି ସ୍ବତନ୍ତ୍ର ସ୍କ୍ରିନିଂ କରି ଲୋକଙ୍କୁ ଫିଲ୍ମ ଦେଖିବା ଲାଗି ଅପିଲ କରିଛି । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : May 5, 2023, 6:00 PM IST

ଥିରୁଅନନ୍ତପୁରମ: ରାଜ୍ୟରେ ଆତଙ୍କୀ ଷଡ଼ଯନ୍ତ୍ର ଉପରେ ଆଧାରିତ 'ଦ କେରଳ ଷ୍ଟୋରୀ' ବିବାଦରେ ଫସି ରହିଥିବା ବେଳେ କିଛି ଗୋଷ୍ଠୀ ବ୍ୟାନ ପାଇଁ ମଧ୍ୟ ଦାବି କରୁଛନ୍ତି । ଏହାରି ମଧ୍ୟରେ ଫିଲ୍ମର ସ୍ବତନ୍ତ୍ର ସ୍କ୍ରିନିଂ କରିଛି ବିଜେପି । ରାଜଧାନୀ ଥିରୁଅନନ୍ତପୁରମରେ ବିଜେପିର ସାଂସ୍କୃତିକ କାର୍ଯ୍ୟକ୍ରମ 'ତପସ୍ୟା'ରେ ଶୁକ୍ରବାର ଏହି ଫିଲ୍ମର ସ୍ବତନ୍ତ୍ର ସ୍କ୍ରିନିଂ କରାଯାଇଛି । ରାଜଧାନୀ ସ୍ଥିତ ଏରିସ ପ୍ଲସ ଥିଏଟର (Aries Plus Theatre)ରେ ପୂର୍ବାହ୍ନ ୧୧ଟା ୨୦ରେ ଏହାର ସ୍ବତନ୍ତ୍ର ସ୍କ୍ରିନିଂ ଅନୁଷ୍ଠିତ କରିଛି ବିଜେପି ।

ସେନ୍ସର ବୋର୍ଡ ମେମ୍ବର ତଥା ତପସ୍ୟାର ରାଜ୍ୟ ସେକ୍ରେଟାରୀ ଜିଏମ ମହେଶ ଏ ନେଇ କହିଛନ୍ତି, " ଦ କେରଳ ଷ୍ଟୋରୀ ବାସ୍ତବ ଚିତ୍ରକୁ ଦର୍ଶାଯାଇଛି । ଏ ସମ୍ପର୍କରେ ରାଜ୍ୟବାସୀ ଜାଣିବା ଉଚିତ । ସମସ୍ତେ ଏହି ଫିଲ୍ମକୁ ଦେଖନ୍ତୁ ଓ ସଚେତନ ରୁହନ୍ତୁ । ଆଜି ସ୍ବତନ୍ତ୍ର ସ୍କ୍ରିନିଂ ସମୟରେ ବିଜେପିର ସମର୍ଥକମାନେ ଫିଲ୍ମ ଦେଖଇଛନ୍ତି । ବାସ୍ତବ ସତ କଣ ଏହି ଫିଲ୍ମ କହିଛି । କାହିଁକି ଲୋକେ ଏହି ଫିଲ୍ମ ପ୍ରତି ଭୟଭୀତ ରହିଛନ୍ତି ?"

ଏହା ବି ପଢନ୍ତୁ- କେରଳରେ ଆତଙ୍କୀ ଷଡ଼ଯନ୍ତ୍ରର ଖୁଲାସା କରିଛି The Kerala Story: ମୋଦି

ଫିଲ୍ମ ରିଲିଜକୁ ରୋକିବା ଲାଗି ଏକ ଯୋଜନାବଦ୍ଧ କ୍ୟାମ୍ପେନ ଆରମ୍ଭ ହୋଇଛି । ଆମ ଭାରତୀୟ ସମ୍ବିଧାନ ମୁତାବକ ନିଜ ଭାବନାକୁ ପ୍ରତିପାଦିତ କରିବା ହେଉଛି ମୌଳିକ ଅଧିକାର । ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ ଭାବନାର ପରିପ୍ରକାଶ କରିବାର ଅଧିକାର ରହିଛି । ସିନେମା ହେଉଛି ଏକ କଳା, ଯେଉଁଥିରେ ସମାଜ ସାମ୍ନା କରୁଥିବା ବାସ୍ତବ ସମସ୍ୟା ଦର୍ଶାଯାଇଥାଏ । ଏହି ଫିଲ୍ମରେ 'ଲଭ ଜିହାଦ' ଦର୍ଶାଯାଇଛି । ଯାହାକି ରାଜ୍ୟରେ ପ୍ରାୟ ୨୦ ବର୍ଷ ହେଲାଣି ଚାଲି ଆସୁଛି । ଯୁବପିଢୀଙ୍କୁ ବାଧ୍ୟ କରାଯାଇ ଏପରି କରାଯାଉଛି । ବର୍ତ୍ତମାନର ସରକାର କହିଛନ୍ତି ରାଜ୍ୟରେ କୌଣସି ପ୍ରକାର ଧର୍ମ ପରିବର୍ତ୍ତନ ହେଉନାହିଁ । ହେଲେ ଭିଏସ ଅଚ୍ୟୁତାନନ୍ଦନ ଓ ଓମେନ ଚଣ୍ଡି ସରକାରଙ୍କ ସମୟରେ ଅନେକ ଲଭ ଜିହାଦର ଶିକାର ହୋଇଛନ୍ତି ।"

ଏହା ବି ପଢନ୍ତୁ- The Kerala Story: ବିବାଦ ମଧ୍ୟରେ ପରଦାକୁ ଆସିଲା ଫିଲ୍ମ, କେରଳର 20ଟି ହଲରେ ରିଲିଜ

ଖ୍ରୀଷ୍ଟିଆନ ସମ୍ପ୍ରଦାୟରେ ଧର୍ମ ପରିବର୍ତ୍ତନ ହେଉଥିବା ୩ଜଣ ଖ୍ରୀଷ୍ଟିଆନ ଧର୍ମଗୁରୁ ସ୍ବୀକାର କରିଛନ୍ତି । ଏ ସମ୍ପର୍କରେ କେରଳ ରାଜ୍ୟବାସୀ ଜାଣିବା ଉଚିତ ବୋଲି କହିଛନ୍ତି ମହେଶ । ଲୁଲୁ ମଲ ଏହି ଫିଲ୍ମ ସ୍କ୍ରିନିଂ ପାଇଁ ମନା କରିଦେଇଛି । କାହିଁକି ଫିଲ୍ମ ପ୍ରତି ଏତେ ଭୟ ବୋଲି ସେ ପ୍ରଶ୍ନ କରିଛନ୍ତି । ସୂଚନା ଥାଉ କି ବିବାଦରେ ଫସିଥିବା ଏହି ଫିଲ୍ମ ଆଜି ରିଲିଜ ହୋଇଛି । କେରଳରେ କିଛି ଥିଏଟର ଏହି ଫିଲ୍ମର ସ୍କ୍ରିନିଂ ଲାଗି ମନା କରିଦେଇଛନ୍ତି । ରାଜ୍ୟରେ ଆତଙ୍କୀ ଷଡ଼ଯନ୍ତ୍ର ସମ୍ପର୍କରେ ଫିଲ୍ମରେ ପ୍ରଦର୍ଶିତ ହୋଇଛି ।

ABOUT THE AUTHOR

...view details