ଓଡିଶା

odisha

ETV Bharat / bharat

ଆଜି 'ମହାରାଷ୍ଟ୍ର ବନ୍ଦ' ଡାକରା, ବିରୋଧ କଲା ବିଜେପି - ଲଖିମପୁର ଖେରୀ ହିଂସା

ଉତ୍ତରପ୍ରଦେଶ ଲଖିମପୁର ଖେରୀ ହିଂସା ଘଟଣାକୁ ବିରୋଧ କରି ଆଜି ମହାବିକାଶ ଅଗାଡି ମେଣ୍ଟଙ୍କ ମହାରାଷ୍ଟ୍ର ବନ୍ଦ ଡାକରା । ବନ୍ଦକୁ ବିଜେପି ନେତାଙ୍କ ବିରୋଧ । ଅଧିକ ପଢନ୍ତୁ...

ଆଜି 'ମହାରାଷ୍ଟ୍ର ବନ୍ଦ' ଡାକରା, ବିରୋଧ କଲା ବିଜେପି
ଆଜି 'ମହାରାଷ୍ଟ୍ର ବନ୍ଦ' ଡାକରା, ବିରୋଧ କଲା ବିଜେପି

By

Published : Oct 11, 2021, 10:46 AM IST

ମୁମ୍ବାଇ:ଉତ୍ତରପ୍ରଦେଶ ଲଖିମପୁର ଖେରୀ ହିଂସା ଘଟଣାକୁ ବିରୋଧ କରି ଆଜି ମହାରାଷ୍ଟ୍ରରେ ବନ୍ଦ ଡାକରା । ଏହି ହିଂସା ଘଟଣାରେ ୪ଜଣ ଚାଷୀ ପ୍ରାଣ ହରାଇଥିବା ବେଳେ ଏହାକୁ ପ୍ରତିବାଦ କରି ମହାରାଷ୍ଟ୍ର ସରକାର ବନ୍ଦ ଡାକରା ଦେଇଛନ୍ତି । ବନ୍ଦ ପାଳନକୁ ସଫଳ କରିବା ପାଇଁ ମୁମ୍ବାଇ ପୋଲିସ ତରଫରୁ ପାଟ୍ରୋଲିଂ ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ଏନେଇ ୫ଶହ ହୋମଗାର୍ଡ ଓ ୭୦୦ ଲୋକାଲ ଆର୍ମସ୍ ୟୁନିଟକୁ ନିୟୋଜିତ କରାଯାଇଛି । ତେବେ ବନ୍ଦ ପାଳନ ସମୟରେ ଜରୁରୀ ସେବା ଗୁଡିକୁ ଜାରି ରଖିବା ପାଇଁ ଅନୁମତି ଦିଆଯାଇଛି ।

ତେବେ ମହାରାଷ୍ଟ୍ର ସରକାରଙ୍କ ଏହି ବନ୍ଦ ଡାକରାକୁ ବିରୋଧ କରିଛି ବିଜେପି । ବ୍ୟବସାୟୀ ସଂଗଠନ ଏହି ବନ୍ଦ ପାଳନରେ ସାମିଲ ହୋଇନଥିବା ବେଳେ ଯଦି ଦୋକାନ ଗୁଡିକୁ ଆଜି ବନ୍ଦ କରିବାକୁ ମହାବିକାଶ ଅଗାଡି (MVA)ର କାର୍ଯ୍ୟକର୍ତ୍ତା ବାଧ୍ୟ କରନ୍ତି ତେବେ ତାଙ୍କୁ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସାମ୍ନା କରିବାକୁ ପଡିବ ବୋଲି ଟ୍ବିଟ କରି କହିଛନ୍ତି ବିଜେପି ବିଧାୟକ ନୀତୀଶ ରାଣେ । ସେହିପରି ବିଜେପି ନେତା ତଥା ଲୋକସଭା ସାଂସଦ ମନୋଜ କୋଟାକ୍ ଏହି ବନ୍ଦ ଡାକରାକୁ ନିନ୍ଦା କରିଛନ୍ତି । ସେ କହିଛନ୍ତି ଯେ ମହିଳାଙ୍କ ପ୍ରତି ଯୌନ ଶୋଷଣ ଚରମ ସୀମାରେ ପହଞ୍ଚିଛି ଏବଂ ରାଜ୍ୟରେ କୃଷକ ମାନେ ଆତ୍ମହତ୍ୟା କରୁଛନ୍ତି କିନ୍ତୁ ଏହାକୁ ମହାରାଷ୍ଟର ସରକାର ବନ୍ଦ କରିପାରୁନାହାନ୍ତି । ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଛନ୍ତି ଯେ କୃଷକଙ୍କ ପ୍ରତି ସରକାଙ୍କ ଦରଦ ନଥିବା ବେଳେ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ନାନା ପ୍ରୟାସ କରୁଛି କିନ୍ତୁ ସେମାନେ ଏଥିରେ ସଫଳ ହେବେନାହିଁ । ଏହି ବନ୍ଦ ପାଳନ ସୁବିଧାବାଦୀ ରାଜନୀତିର ଏକ ନମୁନା ବୋଲି କହିଛନ୍ତି ଫଡନାଭିସ ।

ସୂଚନା ଅନୁଯାୟୀ ଅକ୍ଟୋବର ୩ରେ ଉତ୍ତରପ୍ରଦେଶ ଲଖିମପୁର ଖେରୀରେ ଚାଷୀଙ୍କ ପ୍ରଦର୍ଶନ ଚାଲିଥିଲା । ଏହି ସମୟରେ ଚାଷୀଙ୍କ ଉପରେ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ କାର ଚଢାଇ ଦେଇଥିବା ଅଭିଯୋଗ ହେବାପରେ ଏ ଘଟଣା ଏବେ ଉଗ୍ର ରୂପ ନେଇଥିଲା । ଏହି ହିଂସାରେ ୮ ଜଣଙ୍କର ମୃତ୍ୟୁ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details