ରାୟପୁର: ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ରାଜସ୍ଥାନରେ କିଏ ହେବ ମୁଖ୍ୟମନ୍ତ୍ରୀ ? ନିର୍ବାଚନ ଫଳାଫଳକୁ 6 ଦିନ ବିତିଯାଇଥିଲେ ସୁଦ୍ଧା ଏବେ ବି ମୁଖ୍ୟମନ୍ତ୍ରୀ ସସପେନ୍ସ ଉପରୁ ପରଦା ହଟିପାରିନି । ଘନ ଘନ ବୈଠକ ପରେ ମଧ୍ୟ ନିଷ୍କର୍ସ ନ ବାହାରିବାରୁ ଏହି ଦାୟିତ୍ବ ବିଜେପି ପର୍ଯ୍ୟବେକ୍ଷକ ହାତରେ ନ୍ୟସ୍ତ କରାଯାଇଛି । ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ଚୟନ ନେଇ ଆଜି ଛତିଶଗଡ଼ରେ ବସିବ ବିଜେପିର ବିଧାୟକ ଦଳ ବୈଠକ । ଏହି ରାଜ୍ୟ ପାଇଁ ନିଯୁକ୍ତ ହୋଇଥିବା ୩ ପର୍ଯ୍ୟବେକ୍ଷକ ଆଜି(ରବିବାର) ରାୟପୁରରେ ପହଞ୍ଚିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା, କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଏବଂ ବିଜେପି ଜାତୀୟ ସାଧାରଣ ସଂପାଦକ ଦୁଷ୍ୟନ୍ତ କୁମାର ଗୌତମ ଆଜି ନବ ନିର୍ବାଚିତ ବିଧାୟକଙ୍କ ସହ ବୈଠକ କରିବେ । ଏହି ବୈଠକରେ ସାମିଲ ହେବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପିର ଛତିଶଗଡ କେ-ଇନଚାର୍ଜ ମନସୁଖ ମାଣ୍ଡଭିୟ ମଧ୍ୟ ରାୟପୁରରେ ପହଞ୍ଚି ସାରିଛନ୍ତି । ବୈଠକରେ ମୁଖ୍ୟମନ୍ତ୍ରୀ ପଦ ନେଇ ନିଷ୍କର୍ସ ବାହାରିବା ପରେ ପର୍ଯ୍ୟବେକ୍ଷକ ଟିମ୍ ବିଜେପି ନେତତ୍ବଙ୍କୁ ସୂଚନା ଦେବ । ତା'ପରେ ଆନୁଷ୍ଠାନିକ ଭାବେ ଛତିଶଗଡର ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ । କେବଳ ଛତିଶଗଡ ନୁହଁ ଅନ୍ୟ ଦୁଇ ରାଜ୍ୟ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ପର୍ଯ୍ୟବେକ୍ଷକ ବିଧାୟକଙ୍କ ସହ ବୈଠକ କରିବା ପରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନାମ ସ୍ପଷ୍ଟ ହେବ ।
ଏହା ମଧ୍ୟ ପଢନ୍ତୁ- ମୁଖ୍ୟମନ୍ତ୍ରୀ ଘୋଷଣା ବିଳମ୍ବ, ବିଜେପିରେ ଶୃଙ୍ଖଳାର ଅଭାବ କହି ସମାଲୋଚନା କଲେ ଗେହେଲଟ