ହାଇଦ୍ରାବାଦ: ଆଫଗାନିସ୍ତାନର କନ୍ଦାହାରରେ ଭାରତୀୟ ଫଟୋ ସାମ୍ବାଦିକ ଦାନିଶ- ସିଦ୍ଦିକୀଙ୍କ ମୃତ୍ୟୁକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ପି. ଚିଦାମ୍ବରମ । ଦାନୀଶଙ୍କ ମୃତ୍ୟୁ ନେଇ କେନ୍ଦ୍ର ନିରବ ରହିଥିବାରୁ ଭାରତୀୟ ଜନତା ପାର୍ଟି ଉପରେ ପ୍ରଶ୍ନ କରିଛନ୍ତି ଚିଦାମ୍ବରମ ।
ସେ କହିଛନ୍ତି ମୃତ୍ୟୁ ଏବଂ ବଢୁଥିବା ମୁଦ୍ରାସ୍ଫୀତି ଦୁଇଟି ବିଷୟ ଯାହା ଉପରେ ବିଜେପି ଓ ଏନଡିଏ ମନ୍ତବ୍ୟ ଦେଉନାହିଁ । ଏଥିରୁ ଜଣାପଡୁଛି ଯେ କାରଣ ଆମ ସୁରକ୍ଷା ବିକାଶ ଓ କଲ୍ୟାଣ ପାଇଁ ସେମାନେ କହିଥିବା ସବୁ କଥା ମିଥ୍ୟା । କୋଭିଡ-୧୯ ବିରୋଧରେ ଯୁଦ୍ଧ ଏବଂ କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନର ଫଟୋ ସମଗ୍ର ଦେଶରେ ପ୍ରଶଂସା ପାଇଥିଲା । ହେଲେ ତାଙ୍କ ମୃତ୍ୟୁରେ କେନ୍ଦ୍ର ନିରବ ରହିଛି ।
ସୂଚନାଥାଉ କି, ଜୁଲାଇ ୧୬ ତାରିଖରେ ଆଫଗାନିସ୍ତାନ ସୁରକ୍ଷା ବାହିନୀ ଏବଂ ତାଲିବାନ ମଧ୍ୟରେ ହୋଇଥିବା ସଂଘର୍ଷକୁ ନିଜ କ୍ୟାମେରାରେ ସଂଗ୍ରହ କଲାବେଳେ ସିଦ୍ଦିକଙ୍କର ମୃତ୍ୟୁ ଘଟିଥିଲା । ଦିଲ୍ଲୀରେ ରହୁଥିବା ଦାନିଶ ସିଦ୍ଦିକୀ କାନ୍ଦାହାର ପ୍ରାନ୍ତ ସ୍ପନ ବୋଲ୍ଡ ଅଞ୍ଚଳରେ ନ୍ୟୁଜ କଭର କରିବାକୁ ଯାଇଥିଲେ ।
38 ବର୍ଷୀୟ ସାମ୍ବାଦିକଙ୍କ ମିଆଁମାରରୁ ପଳାୟନ କରୁଥିବା ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଫଟୋ ତାଙ୍କୁ 2018ରେ ପୁଲତଜର ପୁରସ୍କାର ପ୍ରଦାନ କରିଥିଲା । ସେ ବିଶ୍ବର ଜଣେ ଜଣାଶୁଣା ଫଟୋ ସାମ୍ବାଦିକ ରୂପେ ପରିଚିତ ଥିଲେ । ଏବେ ଅନ୍ତରାଷ୍ଟ୍ରୀୟ ଏଜେନ୍ସି ରଏଟର୍ସରେ କାର୍ଯ୍ୟ କରୁଥିଲେ । ଦାନିଶ ଟିଭି ରିପୋର୍ଟରରୁ ନିଜ କ୍ୟାରିଅର ଆରମ୍ଭ କରି ପରେ ଫଟୋ ସାମ୍ବାଦିକତା କରୁଥିଲେ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ