କୋଲକାତା:ପଶ୍ଚିମବଙ୍ଗ ବିଧାନସଭାରେ ପ୍ରଚଣ୍ଡ ବିଜୟ ସହ କ୍ଷମତା ଦଖଲ ପାଇଁ ସ୍ବପ୍ନ ସହ ସମ୍ଭାବନା ରଖୁଥିବା ଭାରତୀୟ ଜନତା ପାର୍ଟି (ବିଜେପି) ମମତାଙ୍କ ରଣନୀତି ଆଗରେ ଧରାଶାୟୀ ହୋଇଥିଲା । ସେହି ପରାଜୟରୁ ଦଳ ମୁକୁଳିନଥିବା ବେଳେ ଆଜି ( ଶୁକ୍ରବାର) ପୁଣି ଆଉ ଏକ ଜବରଦସ୍ତ ଝଟକା ଲାଗିବାକୁ ଯାଉଛି ।
ବିଜେପିର ବରିଷ୍ଠ ନେତା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ବିଧାୟକ ମୁକୁଲ ରାୟ ଆଜି ପଦ୍ମ ପଖୋରୀ ଛାଡି ଯୋଡାଫୁଲ ପୋଖରୀକୁ ଲମ୍ଫ ମାରିବାକୁ ଯାଉଛନ୍ତି । ନିଜ ପୁଅ ଶୁଭ୍ରାଶୁଂ ରାୟଙ୍କ ସହ ଟିଏମସିକୁ ଫେରିଯିବେ ଏହି ରାଜନେତା । ଆଜି ଅପରାହ୍ନ 3 ଟା ପରେ ଯେକୌଣସି ମୁହୁର୍ତ୍ତରେ କୋଲକାତା ସ୍ଥିତ ଟିଏମସି ମୁଖ୍ୟାଳୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ସାକ୍ଷାତ ଆଲୋଚନା ପରେ ବିଦ୍ଧିବଧ ଭାବେ ଟିଏମସିକୁ ଫେରିବେ ରାୟ ପିତାପୁତ୍ର ।
ନିର୍ବାଚନ ପରେ ଟିଏମସି ଛାଡି ବିଜେପିରେ ସାମିଲ ହୋଇଥିବା ଅନେକ ବିଜେପି ନେତା ପୁଣି ଥରେ ଦିଦିଙ୍କ ଦଳକୁ ଫେରିଯିବାକୁ ଖୋଲାଖୋଲି ଆଲୋଚନା କରିଆସୁଛନ୍ତି । ଯେଉଁଥିରେ ମୁକୁଲ ରାୟଙ୍କ ନା ସର୍ବାଗ୍ରେ ରହିଛି । ଦିନେ ଦିଦିଙ୍କ ସହ ମତଭେଦ ହୋଇ ବିଜେପି ଛାଡିଥିବା ମୁକୁଲ ଏବେ ପୁଣି ଥରେ ଦିଦିଙ୍କ ସହ କାମ କରିବାକୁ ପ୍ରସ୍ତୁତ ଥିବା ସଂକେତ ଦେଇଛନ୍ତି ।
ଏହାର ଏକ ବଡ ପ୍ରମୁଖ କାରଣ ହେଉଛି ବିଜେପିରେ ଶୁଭେନ୍ଦୁ ଅଧିକାରୀଙ୍କ ଗୁରୁତ୍ବ ଓ ପ୍ରଭାବ । ଯାହାକୁ ନେଇ ମୁକୁଲ ରାୟ ଅସନ୍ତୁଷ୍ଟ ଅଛନ୍ତି । ଟିଏମସି ଫେରିବା ପାଇଁ ଗତ ଏକ ସପ୍ତାହ ମଧ୍ୟରେ 4 ଥରରୁ ଅଧିକ ମମତା ବାନାର୍ଜୀଙ୍କ ସହ କଥା ହୋଇଛନ୍ତି ମୁକୁଲ ।
ଆଉ ଏକ କାରଣ ହେଉଛି କୈଳାଶ ବିଜୟବର୍ଗୀୟ । ପଶ୍ଚିମବଙ୍ଗ ଦାୟିତ୍ବ ରେ ଥିବା କୈଳାଶଙ୍କୁ ବର୍ତ୍ତମାନ ବିଜେପି ହଟାଇ ଦେଇଛି । । ଯାହା ମୁକୁଲଙ୍କ ପାଇଁ ମଧ୍ୟ ସମସ୍ୟା ହେବାର ଆଶଙ୍କା ଥିଲା ।