ଲକ୍ଷ୍ନୌ:ଆସନ୍ତା ମାସରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ । ଏନେଇ ସରଗରମ ହେଲାଣି ୟୁପି ରାଜନୀତି । ଏହାରି ମଧ୍ୟରେ ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ଉତ୍ତରପ୍ରଦେଶ ଗସ୍ତ କରିଛନ୍ତି ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା । ଆଜି ଅନେକ ସାଙ୍ଗଠନିକ ବୈଠକରେ ଯୋଗ ଦେବା ସହ ବିଧାନସଭା ନିର୍ବାଚନକୁ ନେଇ ପାର୍ଟି ପଦାଧିକାରୀଙ୍କୁ ଭେଟିବେ ନଡ୍ଡା । ଏଥିସହ ଆଗ୍ରା ଓ ବରେଲିରେ ଡୋରଟୁ ଡୋର କ୍ୟାପେନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।
ଏନେଇ ଆଜି ସକାଳ ସମୟରେ ଜେପି ନଡ୍ଡା ଆଗ୍ରାରେ ପହଞ୍ଚି ସାରିଥିବା ବେଳେ କଲେକ୍ଟର ଚୌରାହ ଠାରେ ପ୍ରସିଦ୍ଧ ରାଉଲି ମହାଦେବ ମନ୍ଦିରରେ ଦର୍ଶନ କରିବେ । ଏହା ପରେ SNG ଗୋଲ୍ଡ ରିସର୍ଟ, ଆଗ୍ରା, ଫତେହପୁର ସିକ୍ରି, ମଥୁରା, ଫିରୋଜାବାଦ, ଆଲିଗଡ, ହାଥ୍ରସ, ଏଟା, ମେନପୁରୀ ଅଞ୍ଚଳର ପାର୍ଟି ଅଧିକାରୀ ସହ ବୈଠକ କରିବେ ।