ଓଡିଶା

odisha

JP Nadda Meets Ramoji Rao: ରାମୋଜୀ ରାଓଙ୍କୁ ଭେଟିଲେ ଜେପି ନଡ୍ଡା

ରାମୋଜୀ ଗ୍ରୁପର ଚେୟାରମ୍ୟାନ ରାମୋଜୀ ରାଓଙ୍କ ସହ ସାକ୍ଷାତ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଶୁକ୍ରବାର ଦିନ ବିଜେପିର ଏକ କାର୍ଯ୍ୟକ୍ରମରେ ତେଲେଙ୍ଗାନା ଗସ୍ତରେ ଆସିଥିବା ବେଳେ ନଡ୍ଡା ରାମୋଜୀ ରାଓଙ୍କ ହାଇଦ୍ରାବାଦ ସ୍ଥିତ ବାସଭବନରେ ତାଙ୍କୁ ଭେଟିଛନ୍ତି । ଆଗକୁ ପଢନ୍ତୁ

By ETV Bharat Odisha Team

Published : Oct 7, 2023, 10:11 AM IST

Published : Oct 7, 2023, 10:11 AM IST

ରାମୋଜି ଗ୍ରୁପ ଅଧ୍ୟକ୍ଷଙ୍କୁ ଭେଟିଲେ ବିଜେପି ଜେ ପି ନଡ୍ଡା
ରାମୋଜି ଗ୍ରୁପ ଅଧ୍ୟକ୍ଷଙ୍କୁ ଭେଟିଲେ ବିଜେପି ଜେ ପି ନଡ୍ଡା

ହାଇଦ୍ରାବାଦ: ରାମୋଜୀ ଗ୍ରୁପ ଚେୟାରମ୍ୟାନ ରାମୋଜୀ ରାଓଙ୍କ ସହ ସାକ୍ଷାତ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଶୁକ୍ରବାର ଦିନ ଏକ ଦଳୀୟ କାର୍ଯ୍ୟକ୍ରମରେ ତେଲେଙ୍ଗାନା ଗସ୍ତରେ ଆସିଥିବା ବେଳେ ଜେପି ନଡ୍ଡା ରାମୋଜୀ ରାଓଙ୍କ ହାଇଦ୍ରାବାଦ ସ୍ଥିତ ବାସଭବନରେ ତାଙ୍କୁ ଭେଟିଛନ୍ତି । ଏନେଇ ନଡ୍ଡା ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ(ପୂର୍ବର ଟ୍ବିଟର) ତାଙ୍କ ସହ ଏକାଧିକ ଫୋଟୋ ସେୟାର କରିଛନ୍ତି ।

ଶୁକ୍ରବାର ଦିନ ବିଜେପି ରାଜ୍ୟ ପରିଷଦ ବୈଠକରେ ଯୋଗ ଦେବା ପାଇଁ ଦିନିକିଆ ତେଲେଙ୍ଗାନା ଗସ୍ତ କରିଥିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏହି ସମୟରେ ସେ ରାମୋଜୀ ଗ୍ରୁପ ଚେୟାରମ୍ୟାନ ରାମୋଜୀ ରାଓଙ୍କୁ ଭେଟିଥିଲେ । ଏନେଇ ନଡ୍ଡା ଏକ୍ସରେ ରାମୋଜୀ ରାଓଙ୍କ ସହ ଏକାଧିକ ଫୋଟୋ ପୋଷ୍ଟ କରି ଲେଖିଛନ୍ତି, "ସେ ଜଣେ ଅଗ୍ରଦୂତ ଏବଂ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ବର ଅଧିକାରୀ ଅଟନ୍ତି । ସିନେମା ଏବଂ ମିଡିଆ ଜଗତରେ ତାଙ୍କ ଅବଦାନ ଅଗଣିତ ଲୋକଙ୍କ ପାଇଁ ପ୍ରେରଣା ଉତ୍ସ ।"

ଅନ୍ୟପଟେ ସାଧାରଣ ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ଥିବାବେଳେ ରାଜନୈତିକ ଦଳଗୁଡିକର କସରତ ଜୋରଦାର ରହିଛି । କର୍ଣ୍ଣାଟକରୁ କ୍ଷମତା ହରାଇବା ପରେ ଏବେ ବିଜେପି ଫୋକସରେ ରହିଛି ତେଲେଙ୍ଗାନା । ତେଲେଙ୍ଗାନାରେ କ୍ଷମତାକୁ ଆସିବା ପାଇଁ ବିଜେପି ନିଜର ରଣନୀତି ଆରମ୍ଭ କରିସାରିଛି । ଏହି କ୍ରମରେ ଶୁକ୍ରବାର ଦିନ ଘାଟକେସ ସ୍ଥିତ ଭିବିଆଇଟି ଇଞ୍ଜିନିୟରିଂ କଲେଜ ପରିସରରେ ଆୟୋଜିତ ବିଜେପି ରାଜ୍ୟ ପରିଷଦ ବୈଠକରେ ଜେପି ନଡ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ବିଆରସ ସରକାରଙ୍କ ଉପରେ ବର୍ଷିଛନ୍ତି ।

ଆଉମଧ୍ୟ ପଢନ୍ତୁ..'Telugu People With Ramoji Rao': ଆନ୍ଧ୍ର ସରକାର ଉପରେ ବର୍ଷିଲେ ନାଇଡୁ, କହିଲେ ରାମୋଜି ରାଓଙ୍କ ସହ ଅଛନ୍ତି ତେଲେଗୁବାସୀ

ତେଲେଙ୍ଗାନାରେ ଦଶମ ଶ୍ରେଣୀ ପ୍ରଶ୍ନପତ୍ର ଲିକ ପ୍ରସଙ୍ଗଠୁ ନେଇ ପବ୍ଲିକ ସର୍ଭିସ କମିଶନ ପେପର ଲିକ ପ୍ରସଙ୍ଗ ଉଠାଇ କେସିଆର ସରକାରଙ୍କୁ କଡା ଟାର୍ଗେଟ କରିଥିଲେ ନଡ୍ଡା । ଏହି ଦୁର୍ନୀତି ପାଇଁ ରାଜ୍ୟର 30 ଲକ୍ଷ ଆଶାୟୀ ପରୀକ୍ଷାର୍ଥୀଙ୍କ ଆଶା ଆଙ୍କାକ୍ଷା ମଉଳି ଯାଇଥିବା କହିଥିଲେ । ଯେଉଁଥିପାଇଁ ରାଜ୍ୟର ଯୁବଗୋଷ୍ଠୀ ସରକାରଙ୍କୁ ଶାସନ ଗାଦିରୁ ହଟାଇବା ଚାହୁଁଥିବା କହିଥିଲେ ଜେପି ନଡ୍ଡା ।

ଆହୁରିମଧ୍ୟ ସେ ପରିବାରବାଦ ପ୍ରସଙ୍ଗ ଉଠାଇ କଂଗ୍ରେସ ସମେତ ଆଞ୍ଚଳିକ ଦଳ ସରକାରମାନଙ୍କୁ କଡା ସମାଲୋଚନା କରିଥିଲେ । ନ୍ୟାସନାଲ କନଫରେନ୍ସ, ପିଡିପି, ଆରଜେଡି, ଜେଏମଏମ, ତୃଣମୂଳ କଂଗ୍ରେସ, ଡିଏମକେ, ଏନସିପି, ଶିବସେନା, ବିଆରଏସ, ଓ୍ବାଇସିପି ଭଳି ସମସ୍ତ ଆଞ୍ଚଳିକ ଦଳ ପାରିବାରିକ ଦଳ ଅଟନ୍ତି । ଆନ୍ଧ୍ରପ୍ରଦେଶରେ ଜଗନମୋହନ ରେଡ୍ଡୀ ଓ ତେଲେଙ୍ଗାନାରେ କେସିଆର, ତାଙ୍କ ପୁଅ, ଝିଅ, ପୁତୁରା ମିଶି ତେଲାଙ୍ଗାନାକୁ ନିଜ ଅଧିନରେ ରଖିଛନ୍ତି । କେବଳ ଏକମାତ୍ର ଦଳ ଭାବେ ବିଜେପି ପରିବାରବାଦ ରାଜନୀତି ସହ ଲଢୁଥିବା କହିଥିଲେ ଜେପି ନଡ୍ଡା ।

ସେ ଆହୁରି କହିଛନ୍ତି ଯେ, ତେଲେଙ୍ଗାନାର ବିକାଶ ପାଇଁ କେନ୍ଦ୍ର ସରକାର ଗତ 9 ବର୍ଷ ମଧ୍ୟରେ 9ଲକ୍ଷ କୋଟି ଟଙ୍କା ରାଜ୍ୟକୁ ଦେଇଛନ୍ତି । ଜନତାଙ୍କ ନିକଟରେ ପହଞ୍ଚିବାକୁ ଓ 9 ବର୍ଷର ଶାସନ କାଳରେ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ଯେଉଁ ସବୁ ଜନହିତକର କାର୍ଯ୍ୟ ହୋଇଛି ଓ ଏନଡିଏ ସରକାର ଯେଉଁସବୁ ଜନହିତକର କାର୍ଯ୍ୟ କରିଛି ସେସବୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details