ଓଡିଶା

odisha

By

Published : Jul 24, 2021, 4:22 PM IST

ETV Bharat / bharat

ଦୁଇ ଦିନିଆ ଗସ୍ତରେ ଗୋଆ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଦୁଇ ଦିନିଆ ଗୋଆ ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଆଗକୁ ବିଧାନସଭା ନିର୍ବାଚନ ଆସୁଥିବାରୁ ଦଳୀୟ କାର୍ଯ୍ୟକ୍ରମର କରିବେ ସମୀକ୍ଷା । ବିମାନବନ୍ଦରରେ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ । ଅଧିକ ପଢନ୍ତୁ...

ଦୁଇ ଦିନିଆ ଗସ୍ତରେ ଗୋଆ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା
ଦୁଇ ଦିନିଆ ଗସ୍ତରେ ଗୋଆ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ପାଣାଜି: ଦୁଇ ଦିନିଆ ଗୋଆ ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ପାଣାଜିରେ ପହଞ୍ଚିଛନ୍ତି । ନଡ୍ଡା ଶନିବାର ଅପରାହ୍ନରେ ପାଣାଜି ବିମାନବନ୍ଦରରେ ପହଞ୍ଚିବା ପରେ ଗୋଆ ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ନିଜେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ତାଙ୍କୁ ବିମାନବନ୍ଦରରେ ସ୍ବାଗତ କରିଥିଲେ । ରାଜ୍ୟବାସୀ ଓ ବିଜେପି ପକ୍ଷରୁ ତାଙ୍କୁ ସ୍ବାଗତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରମୋଦ ପହଞ୍ଚିଥିବା କହିଥିଲେ । ନଡ୍ଡା ଏହି ଗସ୍ତରେ ୨୪ ଓ ୨୫ରେ ଗୋଆରେ ରହି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ।

ଆସନ୍ତା ବର୍ଷ ଗୋଆରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରସ୍ତୁତି ଆରମ୍ଭ କରିସାରିଛି ବିଜେପି । ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ନଡ୍ଡା ଦଳର ବିଭିନ୍ନ ଶାଖା ଓ ରାଜ୍ୟ ନେତୃମଣ୍ଡଳଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଦଳୀୟ ରଣନୀତିର ମଧ୍ୟ ସମୀକ୍ଷା କରିବା ସହ ରାଜ୍ୟ ନେତାଙ୍କୁ କିଛି ଦାୟିତ୍ବ ମଧ୍ୟ ବାଣ୍ଟିି ପାରନ୍ତି ଦଳ ମୁଖିଆ ନଡ୍ଡା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details