ଲକ୍ଷ୍ନୌ:କାଶୀରେ ବିଶ୍ୱନାଥ କରିଡର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ୮ଟି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଏକ ଟିମ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନାଡ୍ଡାଙ୍କ ନେତୃତ୍ୱରେ ଅଯୋଧ୍ୟାରେ ମା’ ସୁରୁଙ୍କ ଦର୍ଶନ ପରେ ରାମଲାଲାଙ୍କ ଦର୍ଶନ କରିଛନ୍ତି । ଅପରାହ୍ନରେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ, ବିଜେପି ରାଷ୍ଟ୍ରୀୟ ଅଧ୍ଯକ୍ଷ ଜେ.ପି ନାଡା ଏବଂ 2ଟି ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପ୍ରଭୁ ରାମଲାଲାଙ୍କ ଦର୍ଶନ ସହ ଆଳତୀରେ ସାମିଲ ହୋଇଛନ୍ତି ।
ଏହି ସମୟରେ ଗଣମାଧ୍ୟମ ସହ ଆଲୋଚନାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନାଡା କହିଛନ୍ତି, କାଶୀରେ ବାବା ବିଶ୍ୱନାଥଙ୍କ ମନ୍ଦିରର ନବୀକରଣ କରାଯାଇଛି । ବିଶ୍ୱନାଥ କରିଡର କାର୍ଯ୍ୟକ୍ରମରେ ଯୋଗ ଦେଇ ଭଗବାନ ଶିବଙ୍କ ପୂଜାର୍ଚ୍ଚନା, ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ଥିଲା । ଏହାସହ ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କ ଦର୍ଶନ ମଧ୍ୟ କରିବେ । ତେଣୁ ଏହି ପରିଦର୍ଶନର ଆୟୋଜନ କରାଯାଇଛି । ସେଥିପାଇଁ ସେ ଖୁସି ଥିବା ମଧ୍ୟ ପ୍ରକାଶ କରିଛନ୍ତି ।