ନୂଆଦିଲ୍ଲୀ:ଦିଲ୍ଲୀ ଏବଂ ମଧ୍ୟପ୍ରଦେଶର ହିଂସାକାଣ୍ଡ ଘଟଣାରେ ବୁଲଡୋଜର ବ୍ୟବହାର କରି ଜବରଦଖଲ ଉଚ୍ଛେଦ ନେଇ ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆଜି (ବୁଧବାର) ରାହୁଲ ଗାନ୍ଧୀ କହିଛନ୍ତି, ସରକାରଙ୍କ ଏପିର ଆକ୍ରୋଶମୂଳକ କାର୍ଯ୍ୟକଳାପ ଭାରତର ସାମ୍ବିଧାନିକ ମୂଲ୍ୟବୋଧ ଉପରେ ଆକ୍ରମଣ । ଏହା ଗରିବ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ପ୍ରାୟୋଜିତ ଟାର୍ଗେଟ । ଏହା ବଦଳରେ ବିଜେପି ସେମାନଙ୍କ ହୃଦୟରେ ଘୃଣାର ସ୍ଥାନ ପାଇବ । ରାହୁଲ ଏକ ଫଟୋ ମଧ୍ୟ ଟ୍ବିଟରରେ ସେୟାର କରିଛନ୍ତି । ଯେଉଁଥିରେ ଭାରତୀୟ ସମ୍ବିଧାନକୁ ବୋଲଡୋଜର ବ୍ୟବହାର କରି ଆକ୍ରମଣ କରାଯାଉଥିବାର ପ୍ରତିକାତ୍ମକ ଫଟୋ ରହିଛି ।
ସେହିପରି AIMIM ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସି ଅଭିଯୋଗ କରିଛନ୍ତି ଯେ ଉତ୍ତର ପ୍ରଦେଶ ଏବଂ ମଧ୍ୟପ୍ରଦେଶ ପରେ ଦିଲ୍ଲୀରେ ଘର ନଷ୍ଟ କରି ଗରିବଙ୍କ ବିରୋଧରେ ବିଜେପି ଯୁଦ୍ଧ ଘୋଷଣା କରିଛି । ନୂଆଦିଲ୍ଲୀ ଜାହାଙ୍ଗୀରପୁରୀ ଦଙ୍ଗା ପରେ ଜବରଦଖଲ ଭଙ୍ଗାଯିବା ନେଇ ଓଓ୍ବେସୀ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଥିଲେ । କେବଳ ଗରିବ ସଂଖ୍ୟାଲଘୁଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ବିଜେପି ସରକାର ଟାର୍ଗେଟ କରାଯାଉଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି ।