ଲକ୍ଷ୍ନୌ:ପୁଣି ନିଜ ଦଳକୁ ସମାଲୋଚନା କରି ଚର୍ଚ୍ଚାରେ ବିଜେପି ସାଂସଦ ବରୁଣ ଗାନ୍ଧୀ । ବିଭିନ୍ନ ସମୟରେ ଏକାଧିକ ପ୍ରସଙ୍ଗରେ ନିଜ ଦଳ ଭାରତୀୟ ଜନତା ପାର୍ଟିକୁ ସିଧା ସମାଲୋଚନା କରି ଚର୍ଚ୍ଚାକୁ ଆସୁଥିବା ଏହି ଯୁବ ସାଂସଦ ଚଳିତ ଥର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛନ୍ତି । ରାଜ୍ୟ ପୋଲିସ ବିଭାଗରେ ନିଯୁକ୍ତି ପ୍ରସଙ୍ଗ ଉଠାଇ ସେ ଯୋଗୀ ସରକାରଙ୍କୁ ଘେରିଛନ୍ତି (BJP MP Varun Gandhi tweet on UP Police recruit )। ଉତ୍ତର ପ୍ରଦେଶରେ ଗତ 4 ବର୍ଷ ମଧ୍ୟରେ ପୋଲିସ ବିଭାଗରେ ନିଯୁକ୍ତି ହୋଇନଥିବା ଓ ଏହା ଆଶାୟୀଙ୍କ ପ୍ରତି ଅନ୍ୟାୟ ବୋଲି ଟ୍ବିଟ କରିଛନ୍ତି ବରୁଣ ।
ଯୋଗୀଙ୍କୁ ଟାର୍ଗେଟ କଲେ ବରୁଣ ଗାନ୍ଧୀ, କହିଲେ ଗତ 4 ବର୍ଷ ମଧ୍ୟରେ ପୋଲିସ ବିଭାଗରେ ମିଳିନି ନିଯୁକ୍ତି - ଉତ୍ତର ପ୍ରଦେଶ ପୋଲିସ ବିଭାଗ
ରାଜ୍ୟ ପୋଲିସ ବିଭାଗରେ ନିଯୁକ୍ତି ପ୍ରସଙ୍ଗ ଉଠାଇ ଯୋଗୀଙ୍କୁ ଘେରିଲେ ଦଳୀୟ ସାଂସଦ ବରୁଣ ଗାନ୍ଧୀ । କହିଲେ 4 ବର୍ଷ ବନ୍ଦ ରହିଛି ନିଯୁକ୍ତି । ଆଶାୟୀ ରାସ୍ତାକୁ ଓହ୍ଲାଇଲେ ସେମାନଙ୍କୁ ଉପଦ୍ରବୀ ଆଖ୍ୟା ଦିଆଯିବ (BJP MP Varun Gandhi tweet on UP Police recruit )। କ’ଣ ଏହା ସେମାନଙ୍କ ପ୍ରତି ଅନ୍ୟାୟ ନୁହେଁ । ଅଧିକ ପଢନ୍ତୁ
ବରୁଣ କହିଛନ୍ତି, ରାଜ୍ୟ ପୋଲିସରେ ଭର୍ତ୍ତି ହେବା ପାଇଁ ଆଶାୟୀ ଛାଚ୍ରଛାତ୍ରୀ ବର୍ଷବର୍ଷ ଧରି ପ୍ରସ୍ତୁତି କରୁଛନ୍ତି, ଭର୍ତ୍ତି ପ୍ରକ୍ରିୟାକୁ ଆପେକ୍ଷା ମଧ୍ୟ କରିଛନ୍ତି । କିନ୍ତୁ ଗତ 4 ବର୍ଷ ହେବ ରାଜ୍ୟ ପୋଲିସ ବିଭାଗରେ କୌଣସି ନିଯୁକ୍ତି ହୋଇନାହିଁ । ସେସାନଙ୍କ ବୟସ ସୀମା ମଧ୍ୟ ଅତିକ୍ରମ କରିବାକୁ ବସିଲାଣି । ସେମାନଙ୍କୁ ନା ନିଯୁକ୍ତି ମିଳିଛି ନା ମିଳିବାର କିଛି ଆଶା ରହିଛି । ସେମାନେ ଏହା ବିରୋଧରେ ବାରମ୍ବାର ସାମାଜିକ ଗଣମାଧ୍ୟମରେ ପ୍ରଶ୍ନ କରୁଛନ୍ତି । କିନ୍ତୁ ସେମାନଙ୍କ ପ୍ରଶ୍ନ ପ୍ରତି ଗୁରୁତ୍ବ ଦିଆଯାଉନାହିଁ ।
ଯେତେବେଳେ ସେମାନେ ଏହି ପ୍ରସଙ୍ଗ ନେଇ ରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରିବେ, ସେମାନଙ୍କୁ ଉପଦ୍ରବୀ ବୋଲି ଚିତ୍ରଣ କରାଯିବ । କ’ଣ ଏହା ସେମାନଙ୍କ ପାଇଁ ଅନ୍ୟାୟ ନୁହେଁ ବୋଲି ବରୁଣ ଟ୍ବିଟରେ ପ୍ରଶ୍ନ କରିଛନ୍ତି । ସାଂସଦ ବରୁଣ ଗାନ୍ଧୀ ପୂର୍ବରୁ ମଧ୍ୟ ଏହି ନିଯୁକ୍ତି ସମ୍ପର୍କିିତ ପ୍ରସଙ୍ଗ ଉଠାଇ କେନ୍ଦ୍ରର ବିଜେପି ସରକାରଙ୍କୁ ମଧ୍ୟ ସମାଲୋଚନା କରି ସାରିଛନ୍ତି । ଭାରତୀୟ ସେନା ସମେତ ଅନ୍ୟାନ୍ୟ ବିଭାଗରେ ନିଯୁକ୍ତି ପ୍ରସଙ୍ଗ ଉଠାଇଥି ବିଜେପି ସରକାରର ଭୂମିକାକୁ ନେଇ ପ୍ରଶ୍ନ କରିଥିଲେ ବରୁଣ ଗାନ୍ଧୀ ।