ଓଡିଶା

odisha

ETV Bharat / bharat

ବିଜେପି ସାଂସଦ ସୁଶୀଲ ମୋଦିଙ୍କୁ ପଶ୍ଚିମବଙ୍ଗରୁ ହତ୍ୟା ଧମକ - ସୁଶୀଲ ମୋଦିଙ୍କୁ ପଶ୍ଚିମବଙ୍ଗରୁ ହତ୍ୟା ଧମକ

ବିଜେପି ସାଂସଦ ସୁଶୀଲ ମୋଦିଙ୍କୁ ହତ୍ୟା ଧମକ । ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲାରୁ ଆସିଛି ଧମକପୂର୍ଣ୍ଣ ଚିଠି । ଅଧିକ ପଢନ୍ତୁ

ବିଜେପି ସାଂସଦ ସୁଶୀଲ ମୋଦିଙ୍କୁ ପଶ୍ଚିମବଙ୍ଗରୁ ହତ୍ୟା ଧମକ
ବିଜେପି ସାଂସଦ ସୁଶୀଲ ମୋଦିଙ୍କୁ ପଶ୍ଚିମବଙ୍ଗରୁ ହତ୍ୟା ଧମକ

By

Published : Sep 21, 2022, 7:18 AM IST

ପାଟନା:ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ସାଂସଦ ସୁଶୀଲ ମୋଦିଙ୍କୁ ହତ୍ୟା ଧମକ(BJP MP Sushil Modi receives death threat) । ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲାରୁ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ବିଜେପି ନେତାଙ୍କୁ ଧମକପୂର୍ଣ୍ଣ ଚିଠି ମିଳିଛି । ଚିଠି ପଠାଇଥିବା ବ୍ୟକ୍ତି ନିଜକୁ ତୃଣମୂଳ କଂଗ୍ରେସ(ଟିଏମସି) ନେତା ବୋଲି କହିଛି । ଏଥିରେ ଇଂରାଜୀରେ ଲେଖାଯାଇଛି ଯେ,‘‘ ମୁଁ ଆପଣଙ୍କୁ ସୂଚୀତ କରୁଛି କି ମୁଁ ଜଣେ ତୃଣମୂଳ କଂଗ୍ରେସ ନେତା । ମମତା ବାନାର୍ଜୀ ଭାରତର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରିବେ । ତୁମେ ନରେନ୍ଦ୍ର ମୋଦି ଓ ଅମିତ ଶାହଙ୍କ ପୋଷା କୁକୁର । ମମତା ବାନାର୍ଜୀ, ନୀତିଶ କୁମାର ଜିନ୍ଦାବାଦ୍ । ମୁଁ ଆପଣଙ୍କୁ(ସୁଶୀଲ ମୋଦି) ହତ୍ୟା କରିବି ।''

ଚମ୍ପା ସୋମ(ସୋମା) ନାମରେ ଏହି ଧମକପୂର୍ଣ୍ଣ ଚିଠିଟି ସ୍ପିଡ ପୋଷ୍ଟ ହୋଇଛି । ଏହାକୁ ପଠାଇଥିବା ବ୍ୟକ୍ତି ନିଜର ମୋବାଇଲ ନମ୍ବର 7501620019 ମଧ୍ୟ ଉଲ୍ଲେଖ କରିଛି । ରାଜେନ୍ଦ୍ର ନଗର ସ୍ଥିତ ସୁଶୀଲ ମୋଦିଙ୍କ ବ୍ୟକ୍ତିଗତ ବାସଭବନ ଠିକଣାରେ ଏହି ଚିଠି ଆସିଛି । ଚିଠି ମାଧ୍ୟମରେ ହତ୍ୟା ଧମକ ମିଳିବା ପରେ ବରିଷ୍ଠ ବିଜେପି ନେତା ଏହାକୁ ପାଟନା ଏସଏସପି ମାନବଜୀତ ସିଂହ ଧିଲନଙ୍କ ନିକଟକୁ ପଠାଇଛନ୍ତି ଏବଂ ଏହା ଉପରେ ତଦନ୍ତ କରିବାକୁ ସେ ନିବେଦନ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ:ଜେଲରେ ମୁସଲମାନ କଏଦୀଙ୍କ ଦାଢି କାଟାଯାଇଥିବା ଅଭିଯୋଗ ଆଣିଲେ ଓଓ୍ବେସୀ, ମଧ୍ୟ ପ୍ରଦେଶ ସରକାରକୁ କଲେ ଟାର୍ଗେଟ

ତେବେ ଯାହା ସୂଚନା ମିଳିଛି, ଗତ ୧୯ ତାରିଖରେ ବିଜେପି ସାଂସଦ ସୁଶୀଲ ମୋଦି((BJP MP Sushil Modi)ଙ୍କୁ ଏହି ଧମକପୂର୍ଣ୍ଣ ଚିଠି ମିଳିଥିଲା । କିନ୍ତୁ ମଙ୍ଗଳବାର ଦିନ ସେ ଏହାକୁ ସାର୍ବଜନୀନ କରିଛନ୍ତି । ଚିଠିରେ ପ୍ରେରକର ନାମ ଚମ୍ପା ସୋମ(ସୋମା) ପୋଷ୍ଟ ଓ ଗ୍ରାମ ରାୟନ, ଜିଲ୍ଲା ପୂର୍ବ ବର୍ଦ୍ଧମାନ, ପଶ୍ଚିମବଙ୍ଗ 713104 ବୋଲି ସମ୍ପୂର୍ଣ୍ଣ ଠିକଣା ଉଲ୍ଲେଖ ରହିଛି । ଏହାକୁ ନେଇ ସାଂସଦ କହିଛନ୍ତି, ''ଗତ ଦୁଇ ଦିନ ତଳେ ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲାରୁ ମୋତେ ଏକ ଧମକପୂର୍ଣ୍ଣ ଚିଠି ମିଳିଛି । ଯେଉଁଥିରେ ମୋତେ ହତ୍ୟା କରାଯିବାକୁ ଧମକ ଦିଆଯାଇଛି । ପ୍ରେରକ ନିଜକୁ ଟିଏମସି ନେତା(TMC Leader) ବୋଲି କହିଛି ।'' ସାଂସଦ ଟ୍ବିଟରରେ ଏକ ଭିଡିଓ ଜାରି କରି ହତ୍ୟା ଧମକ ମିଳିବା ସମ୍ପର୍କରେ ଏହି ସୂଚନା ଦେଇଛନ୍ତି ।''

ABOUT THE AUTHOR

...view details