ଓଡିଶା

odisha

ETV Bharat / bharat

କେଜ୍ରିୱାଲଙ୍କ Kashmir Files ଟିପ୍ପଣୀ, ନିଃସର୍ତ୍ତ କ୍ଷମା ଦାବିରେ ଅଡି ବସିଲା BJP - ବିଜେପି ଆନ୍ଦୋଳନ

ଅରବିନ୍ଦ କେଜ୍ରିୱାଲଙ୍କ 'ଦ କାଶ୍ମୀର ଫାଇଲ୍ସ' ଟିପ୍ପଣୀକୁ ବିଜେପିର ତୁମୁଳକାଣ୍ଡ । କେଜ୍ରିୱାଲଙ୍କ କ୍ଷମା ପ୍ରାର୍ଥନା ଦାବିରେ ଅଡି ବସିଲା ବିଜେପି । ଅଧିକ ପଢନ୍ତୁ

କେଜ୍ରିୱାଲଙ୍କ The Kashmir Files ଟିପ୍ପଣୀ, କ୍ଷମା ପ୍ରାର୍ଥନା ଦାବିରେ ଅଡି ବସିଛି ବିଜେପି
କେଜ୍ରିୱାଲଙ୍କ The Kashmir Files ଟିପ୍ପଣୀ, କ୍ଷମା ପ୍ରାର୍ଥନା ଦାବିରେ ଅଡି ବସିଛି ବିଜେପି

By

Published : Mar 31, 2022, 7:19 AM IST

ନୂଆଦିଲ୍ଲୀ:ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ 'ଦ କାଶ୍ମୀର ଫାଇଲ୍ସ' ଟିପ୍ପଣୀକୁ ନେଇ ତାତିଛନ୍ତି ବିଜେପି କର୍ମୀ । ବୁଧବାର ଶତାଧିକ ବିଜେପି କର୍ମୀ କେଜ୍ରିୱାଲଙ୍କ ଘର ସାମ୍ନାରେ ଜୋରଦାର ବିକ୍ଷୋଭ କରିବା ସହ ଭଙ୍ଗାରୁଜା କରିଛନ୍ତି । ଦିଲ୍ଲୀ ବିଧାନସଭାରେ ଭାଷଣ ଦେବାବେଳେ କେଜ୍ରିୱାଲ କାଶ୍ମୀର ପଣ୍ଡିତଙ୍କ ନରସଂହାରକୁ ଉପହାସ କରିଥିବାର ବିଜେପି ଅଭିଯୋଗ କରିଛି । ତେଣୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନିଜର ଏଭଳି ଟିପ୍ପଣୀ ପାଇଁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛି ଦଳ ।

କେଜ୍ରିୱାଲଙ୍କ ବାସଭବନ ବାହାରେ ବିକ୍ଷୋଭ ପ୍ରଦର୍ଶନ ପରେ ବିଜେପି ଯୁବମୋର୍ଚ୍ଚା ସଭାପତି(BJP Yuva Morcha president) ତଥା ସାଂସଦ ତେଜସ୍ବୀ ସୂର୍ଯ୍ୟ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଯେଉଁଭଳି ଢଙ୍ଗରେ ବିଧାନସଭାରେ କାଶ୍ମୀର ପଣ୍ଡିତଙ୍କ ନରସଂହାରକୁ କଟାକ୍ଷ କଲେ ଆମେ ତାହା ବିରୁଦ୍ଧରେ ଆନ୍ଦୋଳନ କରୁଛୁ l ଏଥିପାଇଁ କେଜ୍ରିୱାଲଙ୍କୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବାକୁ ହେବ । କେଜ୍ରିୱାଲ ଲୋକଙ୍କ ଭାବାବେଗ ସହ ଖେଳୁଛନ୍ତି । ଯେ ପର୍ଯ୍ୟନ୍ତ ସେ ନିଜର ଟିପ୍ପଣୀ ପାଇଁ କ୍ଷମା ନ ମାଗିଛନ୍ତି ସେ ଯାଏଁ ଆନ୍ଦୋଳନ ଜାରି ରହିବ ।

ବିଜେପି ନେତା ଅଭିଯୋଗ କରିଛନ୍ତି ଯେ, ଅରବିନ୍ଦ କେଜ୍ରିୱାଲ ଏବଂ ଆପ୍ ସର୍ବଦା ଭାରତ ବିରୋଧି ତଥା ହିନ୍ଦୁ ବିରୋଧି ନୀତିରେ ଚାଲୁଛନ୍ତି । ସେ ରାମ ମନ୍ଦିର ଓ ହିନ୍ଦୁ ଦେବାଦେବୀଙ୍କୁ ପରିହାସ କରୁଛନ୍ତି । ବାଟଲା ହାଉସ ଏନକାଉଣ୍ଟର ଏବଂ ପାକିସ୍ତାନରେ ଭାରତର ସର୍ଜିକାଲ ଷ୍ଟ୍ରାଇକ ଉପରେ ପ୍ରଶ୍ନ ଉଠାଉଛନ୍ତି । ଏହିଭଳି ଭାରତ ବିରୋଧି ଏବଂ ହିନ୍ଦୁ ବିରୋଧି ନୀତି ସବୁବେଳେ ଆପ୍ ରଣନୀତିର ଏକ ଅଂଶ ହୋଇଆସିଛି । କେଜ୍ରିୱାଲ ହୀନ ରାଜନୀତି କରୁଛନ୍ତି । ନିଜର ରାଜନୈତିକ ସ୍ବାର୍ଥ ପୂରଣ ପାଇଁ ସବୁବେଳେ ମିଛ ବୟାନବାଜି କରୁଛନ୍ତି ବୋଲି ତେଜସ୍ବୀ ସୂର୍ଯ୍ୟ କହିଛନ୍ତି ।

ABOUT THE AUTHOR

...view details