ରାଞ୍ଚି: ହିନ୍ଦୁ ମନ୍ଦିରରେ ପଶିଲେ ମୁସଲିମ ନେତା । ଝାଡଖଣ୍ଡ କଂଗ୍ରେସର ବିଧାୟକ ଇରଫାନ ଅନସାରୀ ବାବା ବୈଦନାଥ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି । ହିନ୍ଦୁ ମନ୍ଦିରରେ ପୂଜାର୍ଚ୍ଚନା କରିବାରୁ ଅନସାରୀଙ୍କ ଗିରଫ ଦାବି କରିଛନ୍ତି ବିଜେପିର ସାଂସଦ ନିଶିକାନ୍ତ ଦୁବେ ।
ଭାରତ ଏକ ହିନ୍ଦୁ ନିରପେକ୍ଷ ରାଷ୍ଟ୍ର । ଏଠାରେ ସବୁ ଧର୍ମର ଲୋକଙ୍କୁ ଦିଆଯାଏ ସମ୍ମାନ । କିନ୍ତୁ ହିନ୍ଦୁ ମନ୍ଦିରରେ ଜଣେ ମୁସଲିମ ନେତାଙ୍କ ପ୍ରବେଶକୁ ନେଇ ଆପତ୍ତି ଜାହିର କରିଛି ବିଜେପି । ବିଜେପି ସାଂସଦଙ୍କ କହିବାନୁସାରେ, ବୈଦନାଥ ଧାମ ମନ୍ଦିରକୁ କୌଣସି ଅଣହିନ୍ଦୁଙ୍କ ପ୍ରବେଶ ନାହିଁ । କଂଗ୍ରେସ ବିଧାୟକ ମନ୍ଦିରରେ ପ୍ରବେଶ କରି ହିନ୍ଦୁଙ୍କ ଭାବନାକୁ ଆଘାତ ପହଞ୍ଚାଇଛନ୍ତି । ଏଥିପାଇଁ ମୁଖ୍ୟ ଶାସନ ସଚିବଙ୍କ ସହ କଥା ହେବା ସହ ଏସପି ଓ ଡିସିଙ୍କ ନିଲମ୍ବନ କରିବାକୁ ଦାବି କରିଛନ୍ତି । ଏପରିକି ତାଙ୍କୁ ଜାତୀୟ ସୁରକ୍ଷା ନୀତି ଆଧାରରେ ଗିରଫ କରିବାକୁ ସେ କହିଛନ୍ତି ।