ଓଡିଶା

odisha

ପ୍ରଫେଟ ମହମ୍ମଦଙ୍କ ବିରୁଦ୍ଧରେ ଆପତ୍ତିଜନକ ଟିପ୍ପଣୀ, BJP ବିଧାୟକ ଗିରଫ

By

Published : Aug 23, 2022, 10:44 AM IST

Updated : Aug 23, 2022, 11:39 AM IST

ତେଲେଙ୍ଗାନା ବିଜେପି ବିଧାୟକ ଟି ରାଜା ସିଂହ ଗିରଫ । ସେ ପ୍ରଫେଟ ମହମ୍ମଦଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ଦେଇଥିବା ଅଭିଯୋଗ ରହିଛି । ଅଧିକ ପଢନ୍ତୁ

ପ୍ରଫେଟ ମହମ୍ମଦଙ୍କ ବିରୁଦ୍ଧରେ ଆପତ୍ତିଜନକ ଟିପ୍ପଣୀ, ବିଜେପି ବିଧାୟକଙ୍କୁ ଉଠାଇ ନେଲା ପୋଲିସ
ପ୍ରଫେଟ ମହମ୍ମଦଙ୍କ ବିରୁଦ୍ଧରେ ଆପତ୍ତିଜନକ ଟିପ୍ପଣୀ, ବିଜେପି ବିଧାୟକଙ୍କୁ ଉଠାଇ ନେଲା ପୋଲିସ

ହାଇଦ୍ରାବାଦ: ପ୍ରଫେଟ ମହମ୍ମଦଙ୍କ ବିରୁଦ୍ଧରେ ନୂପୁର ଶର୍ମାଙ୍କ ବିଦାୟୀୟ ଟିପ୍ପଣୀକୁ ନେଇ ନିକଟ ଅତୀତରେ ଦେଶରେ ଯାହାସବୁ ଘଟିଛି ତାହା ସମସ୍ତଙ୍କୁ ଜଣା । ଏବେ ସେହି ଭୁଲକୁ ଦୋହରାଇଛନ୍ତି ତେଲେଙ୍ଗାନାର ଆଉ ଜଣେ ବିଜେପି ନେତା । ପ୍ରଫେଟ ମହମ୍ମଦଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ଦେବା ଅଭିଯୋଗରେ ତେଲେଙ୍ଗାନା ବିଜେପି ବିଧାୟକ ଟି ରାଜା ସିଂହ(BJP MLA Raja Singh) ଗିରଫ ହୋଇଛନ୍ତି । ଆଜି ତାଙ୍କୁ ଉଠାଇ ନେଇଛି ପୋଲିସ । ବିଧାୟକଙ୍କ ବିରୁଦ୍ଧରେ ଆଇପିସିର ୨୯୫(ଏ), ୧୫୩(ଏ) ଏବଂ ଅନ୍ୟାନ୍ୟ ଧାରାରେ ମାମଲା ରୁଜୁ ହୋଇଛି ।

ଅଭିଯୋଗ ମୁତାବକ, ବିଧାୟକ ଟି ରାଜା ଷ୍ଟାଣ୍ଡ-ଅପ୍ କମେଡିଆନ ମୁନାୱାର ଫାରୁକିଙ୍କ ବିରୁଦ୍ଧରେ ଜାରି ବୟାନରେ ପ୍ରଫେଟ ମହମ୍ମଦକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି । ହାଇଦ୍ରାବାଦରେ କମେଡିଆନଙ୍କ ଶୋ' ପୂର୍ବରୁ ହିଁ ଏନେଇ ସେ ଚେତାବନୀ ଦେଇଥିଲେ । ସେ କହିଥିଲେ, ଯଦି ତେଲେଙ୍ଗାନା ସରକାର ଏବଂ ହାଇଦ୍ରାବାଦ ପୋଲିସ ଫାରୁକିଙ୍କ ଶୋ'କୁ ଅନୁମତି ଦିଅନ୍ତି ତାହାହେଲେ ସେ ମଧ୍ୟ ବିବାଦୀୟ ଟିପ୍ପଣୀ ଦେବେ ।

ବିଧାୟକଙ୍କ ଅଭିଯୋଗ ଯେ, ମୁନାୱାର ଫାରୁକି ନିଜ ଶୋ'ରେ ହିନ୍ଦୁ ଦେବାଦେବୀଙ୍କ ଉପରେ ଅଶୋଭନୀୟ ଟିପ୍ପଣୀ ଦିଅନ୍ତି । ଏହି କାରଣରୁ ସେ ମଧ୍ୟ ପ୍ରଫେଟ ମହମ୍ମଦଙ୍କ ବିରୁଦ୍ଧରେ ଆପତ୍ତିଜନକ କଥା କହିଛନ୍ତି । ସେ ଏହାର ଭିଡିଓ ସୋସିଆଲ ମିଡିଆରେ ଜାରି କରିବା ପରେ ବିବାଦ ଜୋର ଧରିଛି । ବିଧାୟକଙ୍କ ଟିପ୍ପଣୀକୁ ବିରୋଧ କରି ଏବେ ହାଇଦ୍ରାବାଦ ସହରର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଏଥିରେ AIMIM ନେତାମାନେ ମଧ୍ୟ ସାମିଲ ଅଛନ୍ତି । ତାଙ୍କ ଗିରଫଦାରୀ ପାଇଁ ବିକ୍ଷୋଭକାରୀମାନେ ଦାବି କରୁଥିବା ବେଳେ ତେଲେଙ୍ଗାନା ପୋଲିସ ଆଜି ବିଧାୟକଙ୍କୁ ଗିରଫ କରିଛି ।

Last Updated : Aug 23, 2022, 11:39 AM IST

ABOUT THE AUTHOR

...view details