ଲକ୍ଷ୍ନୌ: ଦିନ କେଇଟା ପରେ ଉତ୍ତରପ୍ରଦେଶ ବିଧାନସଭା ଲଢେଇ । ଏହାପୂର୍ବରୁ ଗୋଟିଏ ପଟେ ଗୋଟିଏ ଝଟ୍କା ଖାଉଛି ବିଜେପି । ଆଜି(ଗୁରୁବାର) ୟୁପିର ବିଜେପି ବିଧାୟକ ମୁକେଶ ବର୍ମା ଇସ୍ତଫା ଦେଇଛନ୍ତି(BJP MLA Mukesh Verma resigns) । ମୁକେଶ ଫିରୋଜାବାଦର ଶିକୋହାବାଦ ନିର୍ବଚନମଣ୍ଡଳୀରୁ ବିଧାୟକ ଥିଲେ । ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଇସ୍ତଫା ପତ୍ର ଅପଲୋଡ୍ କରି ଦଳ ଛାଡୁଥିବା ଜଣାଇଛନ୍ତି । ଗତ ତିନି ଦିନ ମଧ୍ୟରେ ମୁକେଶଙ୍କୁ ମିଶାଇ ୭ ଜଣ ବିଧାୟକ ଇସ୍ତଫା ଦେଇସାରିଛନ୍ତି ।
UP Polls: ବିଜେପିକୁ ପୁଣି ଝଟ୍କା, ଇସ୍ତଫା ଦେଲେ ବିଧାୟକ ମୁକେଶ ବର୍ମା - ବିଜେପି ବିଧାୟକ ମୁକେଶ ବର୍ମୀଙ୍କ ଇସ୍ତଫା
ଉତ୍ତରପ୍ରଦେଶରେ ପୁଣି ବିଜେପିକୁ ଝଟ୍କା । ଇସ୍ତଫା ଦେଲେ ବିଜେପି ବିଧାୟକ ମୁକେଶ ବର୍ମା । ଅଧିକ ପଢନ୍ତୁ

UP Polls: ଇସ୍ତଫା ଦେଲେ ବିଜେପି ବିଧାୟକ ମୁକେଶ ବର୍ମା
ମୁକେଶ ବର୍ମା ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, ଭାଜପା ସରକାରଙ୍କ ଦ୍ବାରା ୫ ବର୍ଷ କାର୍ଯ୍ୟକାଳ ମଧ୍ୟରେ ଦଳ, ପଛୁଆ ଏବଂ ସଂଖ୍ୟାଲଘୁ ସମୁଦାୟର ନେତା ତଥା ଜନପ୍ରତିନିଧିମାନଙ୍କ ପ୍ରତି ଅବହେଳା କରାଯାଇଛି । ସେମାନଙ୍କୁ ଧ୍ୟାନ ଦିଆଯାଇ ନାହିଁ କି ଉଚିତ୍ ସମ୍ମାନ ମିଳିନାହିଁ । ଏହବ୍ୟତୀତ ଦଳିତ, କୃଷକ ଏବଂ ବେରୋଜଗାରୀଙ୍କୁ ଉପେକ୍ଷା କରାଯାଇଛି । ଦଳର ଏଭଳି କାର୍ଯ୍ୟକଳାପ ଯୋଗୁଁ ସେ ବିଜେପିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Jan 13, 2022, 1:46 PM IST