ଓଡିଶା

odisha

ETV Bharat / bharat

ଚଳନ୍ତା ଗାଡିରେ ହୃଦ୍‌ଘାତ, ଉତ୍ତର ପ୍ରଦେଶ BJP ବିଧାୟକଙ୍କ ମୃତ୍ୟୁ

ହୃଦଘାତରେ ଆଖି ବୁଜିଲେ ଉତ୍ତରପ୍ରଦେଶର ବିଜେପି ବିଧାୟକ ଅରବିନ୍ଦ ଗିରି । ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ହୃଦଘାତରେ ଆଖି ବୁଜିଲେ ବିଜେପି ବିଧାୟକ ଅରବିନ୍ଦ ଗିରି
ହୃଦଘାତରେ ଆଖି ବୁଜିଲେ ବିଜେପି ବିଧାୟକ ଅରବିନ୍ଦ ଗିରି

By

Published : Sep 6, 2022, 10:54 AM IST

ଲକ୍ଷ୍ନୌ: ହୃଦଘାତରେ ଆଖି ବୁଜିଲେ ବିଜେପି ବିଧାୟକ । ଆଜି ସକାଳେ ଉତ୍ତରପ୍ରଦେଶ ଲଖିମପୁର ଖେରୀ ଜିଲ୍ଲାର ଗୋଲା ବିଧାୟକ ଅରବିନ୍ଦ ଗିରିଙ୍କ ହୃଦଘାତରେ ମୃତ୍ୟୁ ହୋଇଛି(BJP MLA Arvind Giri dies of heart attack) । ସେ କାର୍ ଯୋଗେ ଲକ୍ଷ୍ନୌ ଯାଉଥିବା ସମୟରେ ଅଧା ବାଟରେ ତାଙ୍କର ହୃଦଘାତ୍ ଆସିଥିଲା । ଏହାପରେ ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା । ହେଲେ ଡାକ୍ତର ସେଠାରେ ବିଧାୟକଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ(Yogi Adityanath) ବିଧାୟକ ଅରବିନ୍ଦ ଗିରିଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।

ସୂଚନା ମୁତାବକ, ବିଧାୟକ ଅରବିନ୍ଦ ଗିରି ଆଜି ସକାଳେ ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରୁଥିଲେ । ଘରୁ ବାହାରିବା ସମୟରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ । ହେଲେ ଲକ୍ଷ୍ନୌ ଯିବା ବାଟରେ ତାଙ୍କର ହୃଦଘାତ୍ ଆସିଥିଲା । ତାଙ୍କୁ ଚିକିତ୍ସା ପାଇଁ ମେଡିକାଲକୁ ନିଆଯାଉଥିବା ସମୟରେ ସୀତାପୁର ନିକଟରେ ବିଧାୟକଙ୍କ ଦେହାନ୍ତ ହୋଇଯାଇଛି । ତାଙ୍କର ବଡଭାଇ ମଧୁସୂଦନ ଗିରି ଏନେଇ ସୂଚନା ଦେଇଛନ୍ତି । ତେବେ ବିଧାୟକ ଗିରି କିଛି ଦିନ ହେଲା ଅସୁସ୍ଥ ଥିବା ଜଣାପଡିଛି ।

ଏହାମଧ୍ୟ ପଢନ୍ତୁ:ଆଜି ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ଲିଜ ଟ୍ରସ

ଅରବିନ୍ଦ ଗିରି ୧୯୯୩ ମସିହାରେ ସମାଜବାଦୀ ପାର୍ଟିରେ ଯୋଗ ଦେଇ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ସେ ସମାଜବାଦୀ ପାର୍ଟିରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ହେଲେ ପରବର୍ତ୍ତୀ ସମୟରେ ଦଳରୁ ଅସନ୍ତୁଷ୍ଟ ହୋଇ ସେ ଇସ୍ତଫା ଦେଇଥିଲେ । ଏହାପରେ ବହୁଜନ ସମାଜ ପାର୍ଟି ଏବଂ କଂଗ୍ରେସର ନିଜ ଭାଗ୍ୟ ପରୀକ୍ଷା କରିବା ପରେ ସେ ୨୦୧୭ରେ ଭାରତୀୟ ଜନତା ପାର୍ଟି(BJP)ରେ ସାମିଲ ହୋଇଥିଲେ । ପ୍ରଥମେ ୨୦୧୭ରେ ବିଜେପିରୁ ଟିକେଟ୍ ପାଇ ସେ ଚତୁର୍ଥ ଥର ପାଇଁ ବିଧାୟକ ହୋଇଥିଲେ । ପରେ ୨୦୨୨ରେ ମଧ୍ୟ ସେ ବିଜେପି ଟିକେଟରେ ବିଧାନସଭା ନିର୍ବାଚନ ଜିତିଥିଲେ । ଏହିପରି ଭାବେ ଅରବିନ୍ଦ ଗିରି ଲଖିମପୁର ଖେରୀ ଜିଲ୍ଲାର ଗୋଲା ବିଧାନସଭା ଆସନରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ABOUT THE AUTHOR

...view details