ଓଡିଶା

odisha

ETV Bharat / bharat

2024 ପରେ ବିହାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ BJP - ବିଜେପି ବିହାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

2025ରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଆଧାରରେ ବିହାର ବିଧାନସଭା ନିର୍ବାଚନ ଲଢିବ ବିଜେପି (BJP to announce cm face for Bihar )। 2024 ସାଧାରଣ ନିର୍ବାଚନ ପରେ ଦଳ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ନେଇ ଦଳୀୟ ସୂତ୍ରରୁ ସୂଚନା । ଅଧିକ ପଢନ୍ତୁ

2024  ସାଧାରଣ ନିର୍ବାଚନରେ ପରେ ବିହାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ ବିଜେପି
2024 ସାଧାରଣ ନିର୍ବାଚନରେ ପରେ ବିହାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ ବିଜେପି

By

Published : Sep 25, 2022, 12:24 PM IST

ପାଟନା:ବିହାର ରାଜନୀତିରେ ପଛରେ ପଡିଯାଇଥିବା ବିଜେପି ଆସନ୍ତା ବିଧାନସଭା ନିର୍ବାଚନ ଦଳୀୟ ନୁହେଁ ବରଂ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ମାଧ୍ୟମରେ ବିଧାନସଭା ନିର୍ବାଚନ ଲଢିବାକୁ ଯାଉଛି (BJP to announce cm face for Bihar)। ବିହାର ସରକାରରେ ସହଯୋଗୀ ଦଳ ଭାବେ ଥିବା ଭାରତୀୟ ଜନତା ପାର୍ଟି ନୀତିଶଙ୍କ ଗୋଟି ଚାଳନାରେ ବିରୋଧୀ ଦଳ ଭୂମିକାକୁ ଆସିବାକୁ ବାଧ୍ୟ ହୋଇଥିଲା । ବିଜେପି ଆସନ୍ତା ବିଧାନସଭାରେ କ୍ଷମତା ହାତେଇବା ପାଇଁ ଚେଷ୍ଟା କରିବ । 2024 ସାଧାରଣ ନିର୍ବାଚନ ପରେ ବିଜେପି 2025ରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ନେଇ ଆଶା କରାଯାଉଛି ।

ବିହାରରେ ବିଜେପି ବର୍ତ୍ତମାନ ନୂଆ ଆହ୍ବାନ ଦେଇ ଗତି କରୁଛି । ନୀତିଶ କୁମାର ବିଜେପି ବିରୋଧୀ ରଣହୁଙ୍କାର ଦେଉଥିବା ବେଳେ ମହାଗଠବନ୍ଧନ ସରକାର ଏବେ ରାଜ୍ୟରେ ଶାସନରେ ରହିଛି । 2024ରେ ନୀତିଶ ଜାତୀୟ ରାଜନୀତିରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ଲାଗି ରହିଛି । କେନ୍ଦ୍ରରେ ବିରୋଧୀ ଏକତା ମଧ୍ୟରେ ବିଜେପି ଏକାକୀ ବିହାର ରାଜନୀତିରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଯାଉଛି । ଏପରି ସମୟରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରି ରାଜ୍ୟ ବିଧାନସଭା ନିର୍ବାଚନରେ ପ୍ରତିନ୍ଦ୍ବନ୍ଦିତା କରିବାକୁ ରଣନୀତି କରୁଛି ବିଜେପି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିହାର ଗସ୍ତ କରିବା ଅବସରରେ ଦଳୀୟ ସୂତ୍ରରୁ ଏପରି ସୂଚନା ମିଳିଛି (BJP to announce cm face for Bihar ) ।

2024ରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ପରବର୍ଷ ଅର୍ଥାତ 2025ରେ ବିହାର ବିଧାନସଭା ନିର୍ବାଚନ ହେବ । ବିହାର ରାଜନୀତିରେ ବିଜେପିକୁ ନୀତିଶ କୁମାରଙ୍କ ବିରୋଧରେ କେଉଁ ରାଜନେତା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ମିଳୁଛନ୍ତି ତାକୁ ନେଇ ଚର୍ଚ୍ଚା ହେବାରେ ଲାଗିଛି । ତେବେ ମିଳିଥିବା ସୂଚନା ଅନୁସାରେ, ଦଳୀୟ ପର୍ଯ୍ୟବେକ୍ଷକମାନେ ଏକାଧିକ ଶୀର୍ଷ ନେତାଙ୍କ ଏକ ସମ୍ଭାବ୍ୟ ତାଲିକା ସୁପାରିଶ କରିବେ । ବିଭିନ୍ନ ମାପଦଣ୍ଡ ଆଧାରରେ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଚୟନ କରିବ ଦଳ । ସେହିପରି 2024 ସାଧାରଣ ନିର୍ବାଚନରେ ବିଜେପି ବିରୋଧରେ ବିହାର ମୁଖ୍ୟମନ୍ତ୍ରୀ ରଣହୁଙ୍କାର ଦେଉଥିବା ବେଳେ କେବଳ ବିହାରରେ 40 ଲୋକସଭା ଆସନ ଜିତିବା ପାଇଁ ଲକ୍ଷ୍ୟ ରଖାଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବେ ଦୁଇ ଦିନିଆ ବିହାର ଗସ୍ତରେ ଆସୁଛନ୍ତି । ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସଫଳତାର ମନ୍ତ୍ର ସହ ଦାୟିତ୍ବ ବଣ୍ଟନ କରିବେ ଶାହ । ଏହାରି ମଧ୍ୟରେ କ୍ଷମତାରୁ ଦୂରକୁ ଯାଇସାରିଥିବା ବିଜେପି 2025ରେ ବିହାର ରାଜନୀତିରେ କି ସଫଳତା ପାଉଛି ତାକୁ ଅପେକ୍ଷା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details