ଓଡିଶା

odisha

ଉତ୍ତର ପ୍ରଦେଶ ପୋଲିସ ଗୁଳିରେ ବିଜେପି ନେତାଙ୍କ ପତ୍ନୀ ମୃତ, ସ୍ବାମୀ ଆଣିଲେ ହତ୍ୟା ଅଭିଯୋଗ

By

Published : Oct 13, 2022, 7:36 PM IST

ଉତ୍ତର ପ୍ରଦେଶ ପୋଲିସର ଏନକାଉଣ୍ଟର । ପୋଲିସ ଗୁଳିରେ ବିଜେପି ନେତାଙ୍କ ପତ୍ନୀ ମୃତ । ଉତ୍ତର ପ୍ରଦେଶ ପୋଲିସ ବିରୋଧରେ ହତ୍ୟା ଅଭିଯୋଗ ଆଣିଲେ ଉତ୍ତରାଖଣ୍ଡ ବିଜେପି ନେତା । ଉତ୍ତରାଖଣ୍ଡର ଏକ ଗ୍ରାମରେ ଜଣେ ହାର୍ଡକୋର ଅପରାଧୀକୁ ଗିରଫ କରିବାକୁ ପହଞ୍ଚିଥିଲା ପୋଲିସ । ଅଧିକ ପଢ଼ନ୍ତୁ

BJP leaders wife died during a clash Gurtaj Bhullar filed a murder case against UP Police
ଉତ୍ତର ପ୍ରଦେଶ ପୋଲିସ ଗୁଳିରେ ବିଜେପି ନେତା ପତ୍ନୀଙ୍କ ମୃତ୍ୟୁ, ସ୍ବାମୀ ଆଣିଲେ ହତ୍ୟା ଅଭିଯୋଗ

ଡେରାଡୁନ:ଉତ୍ତର ପ୍ରଦେଶ ପୋଲିସର ଏନକାଉଣ୍ଟର । ପୋଲିସ ଗୁଳିରେ ବିଜେପି ନେତାଙ୍କ ପତ୍ନୀ ମୃତ । ଉତ୍ତର ପ୍ରଦେଶ ପୋଲିସ ବିରୋଧରେ ହତ୍ୟା ଅଭିଯୋଗ ଆଣିଲେ ଉତ୍ତରାଖଣ୍ଡ ବିଜେପି ନେତା । ଗତ ବୁଧବାର ଉତ୍ତରାଖଣ୍ଡର ଏକ ଗ୍ରାମରେ ଜଣେ ହାର୍ଡକୋର ଅପରାଧୀକୁ ଗିରଫ କରିବାକୁ ପହଞ୍ଚିଥିଲା ପୋଲିସ । କୌଣସିମତେ ଖବର ପାଇଁ ଉକ୍ତ ଗ୍ରାମରୁ ଅପରାଧୀ ଜଣକ ପୋଲିସ ଉପରକୁ ଗୁଳି ଚଳାଇଥିଲା । ପୋଲିସ ପାଲଟା ଗୁଳି ଚାଳନା କରୁଥିବା ବେଳେ ଉତ୍ତରାଖଣ୍ଡର ଜଣେ ସ୍ଥାନୀୟ ବିଜେପି ନେତାଙ୍କ ପତ୍ନୀଙ୍କ ଦେହରେ ଗୁଳି ବାଜିଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ଏହାକୁ ନେଇ ସ୍ଥାନୀୟ ବିଜେପି ନେତା ଉତ୍ତର ପ୍ରଦେଶ ପୋଲିସ ବିରୋଧରେ ହତ୍ୟା ଅଭିଯୋଗ ଆଣି ଏତଲା ଦେଇଛନ୍ତି ।

ଜାଫର ନାମକ ଖଣି ମାଫିଆକୁ ଦୀର୍ଘ ଦିନ ହେଲା ଖୋଜୁଥିଲା ପୋଲିସ । ତା ମୁଣ୍ଡ ଉପରେ ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଛି ପୋଲିସ । ବୁଧବାର ମାଫିଆ ଜଣକ ଉତ୍ତରପ୍ରଦେଶ ମୋରାଦାବାଦରେ ଥିବା ନେଇ ଖବର ପାଇଥିଲା ପୋଲିସ । ପୋଲିସ ଆସିବା ଖବର ଜାଣିବା ପରେ ଜାଫର ସେଠାରୁ ଖସି ପଳାଇବାକୁ ସକ୍ଷମ ହୋଇଥିଲା । ପୋଲିସ ତାର ପିଛା କରୁଥିବା ବେଳେ ଉତ୍ତର ପ୍ରଦେଶ ସୀମା ପାର ହୋଇ ଉତ୍ତରାଖଣ୍ଡରେ ପଶିଥିଲା ଜାଫର । ସେଠାରେ ଜଶପୁର ନାମକ ଗ୍ରାମରେ ଥିବା ଗୁରତାଜ୍‌ ଭୁଲ୍ଲର ନାମକ ବ୍ୟକ୍ତିଙ୍କ ଫାର୍ମହାଉସ୍‌ରେ ପ୍ରବେଶ କରିଥିଲା ଜାଫର ।

ପୋଲିସ ତାର ପିଛା କରି ଫାର୍ମ ହାଉସରେ ପହଞ୍ଚିଥିଲା । ଏହାପରେ ଅପରାଧୀ ଜଣକ ପୋଲିସ ଉପରକୁ ଗୁଳି ଚାଳନା କରିଥିଲା । ପାଲଟା ଗୁଳିଚାଳନା ବେଳେ ସ୍ଥାନୀୟ ବିଜେପି ନେତା ଗୁରତାଜ୍‌ ଭୁଲ୍ଲରଙ୍କ ପତ୍ନୀ ଗୁରପ୍ରୀତ କୌରଙ୍କ ଦେହରେ ଗୁଳି ବାଜିଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଗୁଳି ଚାଳନା ବେଳେ ଦୁଇ ପୋଲିସ କର୍ମୀ ମଧ୍ୟ ଆହତ ହୋଇଥିଲେ ।

ତେବେ ଗୁରପ୍ରୀତଙ୍କୁ ଗୁଳି ବାଜିବା ପରେ ସ୍ଥାନୀୟ ଲୋକେ ୫ ଜଣ ଉତ୍ତର ପ୍ରଦେଶ ପୋଲିସ କର୍ମୀଙ୍କୁ ଅଟକ ରଖି ନେଇଥିଲେ । ସେମାନଙ୍କ ନିକଟରୁ ସେମାନଙ୍କ ସର୍ଭିସ ରିଭର୍ଲବର୍‌ ନେଇ ଯାଇଥିଲେ । ସେପଟେ ଜାଫର ଖସି ଯିବାକୁ ସକ୍ଷମ ହୋଇଥିବା ବେଳେ ୫ ପୋଲିସ କର୍ମୀ ଆହତ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି ।

ଏହାକୁ ନେଇ ଉତ୍ତରାଖଣ୍ଡର ପୋଲିସ ଅଧିକାରୀ କହିଛନ୍ତି, "ଜାଫରକୁ ଧରିବା ନେଇ ଉତ୍ତର ପ୍ରଦେଶ ପୋଲିସ ଉତ୍ତରାଖଣ୍ଡ ପୋଲିସକୁ ସୂଚନା ଦେଇନଥିଲା । ସେମାନେ ସ୍ଥାନୀୟ ଥାନାକୁ ସୂଚନା ଦେବା ମଧ୍ୟ ଜରୁରୀ ଭାବି ନାହାନ୍ତି । ସେମାନଙ୍କ ପାଖରେ କୌଣସି ୱାରାଣ୍ଟ ମଧ୍ୟ ନାହିଁ । ସେମାନେ ସାଦା ପୋଷାକରେ ରହିଥିଲେ । ଏଭଳି କୌଣସି ଚଢ଼ାଉ କରାଯାଏ ନାହିଁ । ସେମାନେ ଅଚାନକ ଆସି ଫାୟରିଂ କରିବାରୁ ଜଣେ ନିର୍ଦ୍ଦୋଷ ମହିଳାଙ୍କ ଜୀବନ ଚାଲି ଯାଇଛି ।"

ଗୁରତାଜ ଭୁଲ୍ଲର ଜଶପୁର ଅଞ୍ଚଳର ଜଣେ ବିଜେପି ନେତା । ତାଙ୍କ ପତ୍ନୀଙ୍କ ମୃତ୍ୟୁକୁ ନେଇ ଉତ୍ତର ପ୍ରଦେଶ ପୋଲିସ ବିରୋଧରେ ଅଭିଯୋଗ ପରେ ଦୁଇ ବିଜେପି ଶାସିତ ରାଜ୍ୟ ମଧ୍ୟରେ ଅଡ଼ୁଆ ସ୍ଥିତି ସୃଷ୍ଟି ହୋଇଛି । ଏହି ଘଟଣାକୁ ନେଇ ଗୁରତାଜ କହିଛନ୍ତି, "ପୋଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ କୌଣସି ଉତ୍ତେଜନାମୂଳକ ସ୍ଥିତି ଉତ୍ପନ୍ନ ହୋଇନି । ପୋଲିସ ଅଚାନକ ଆସି ଗୁଳିଚାଳନା ଆରମ୍ଭ କରିଥିଲା । ଆମେ ପୋଲିସକୁ ଅଟକ ରଖି ନଥିଲୁ । ଆମେ ସେମାନଙ୍କୁ ଉତ୍ତରାଖଣ୍ଡ ପୋଲିସ ଜିମାରେ ଦେଇଛୁ ।"

ABOUT THE AUTHOR

...view details