ଓଡିଶା

odisha

By

Published : May 10, 2021, 4:03 PM IST

ETV Bharat / bharat

ଶୁଭେନ୍ଦୁ ଅଧିକାରୀ ହେଲେ ବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା

ବିଧାନସଭାରେ ବିଜେପି ପକ୍ଷରୁ କିଏ ବିରୋଧୀ ଦଳର ନେତା ଆସନରେ ବସିବ ତାକୁ ନେଇ ହୋଇଥିଲା ଅନେକ ବିଚାର ବିମର୍ଶ । ଶେଷରେ ଶୁଭେନ୍ଦୁ ଅଧିକାରୀଙ୍କ ନାଁରେ ବାଜିଛି ମୋହର । ଅଧିକ ପଢନ୍ତୁ...

ଶୁଭେନ୍ଦୁ ଅଧିକାରୀ ହେଲେ ବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା
ଶୁଭେନ୍ଦୁ ଅଧିକାରୀ ହେଲେ ବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା

କୋଲକାତା: ପଶ୍ଚିମବଙ୍ଗରେ ତୃତୀୟ ଥର ପାଇଁ କ୍ଷମତାସୀନ ହୋଇସାରିଛି ତୃଣମୂଳ କଂଗ୍ରେସ । ସୋମବାର ମମତାଙ୍କ କ୍ୟାବିନେଟର ମନ୍ତ୍ରୀମାନେ ନେଇଛନ୍ତଚି ଶପଥ । ସେପଟେ ବଙ୍ଗ ରାଜନୀତିର ଇତିହାସରେ 3ରୁ ହାଇଜମ୍ପ ମାରି 77 ଆସନରେ ପହଞ୍ଚିଥିବା ବିଜେପି ରାଜ୍ୟର ମୁଖ୍ୟ ବିରୋଧୀ ଦଳ ହୋଇଛି । ଏଭଳିସ୍ଥିତିରେ ବିଧାନସଭାରେ ବିଜେପି ପକ୍ଷରୁ କିଏ ବିରୋଧୀ ଦଳର ନେତା ଆସନରେ ବସିବ ତାକୁ ନେଇ ହୋଇଥିଲା ଅନେକ ବିଚାର ବିମର୍ଶ ।

ନନ୍ଦିଗ୍ରାମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମାତ ଦେଇଥିବା ଶୁଭେନ୍ଦୁ ଅଧିକାରୀ ନା ନିର୍ବାଚନୀ ରଣନୀତିରେ ମାହିର ଦଳର ଟାଣୁଆ ନେତା ମୁକୁଲ ରାୟ ବିରୋଧୀ ଦଳ ନେତା ହେବେ ! ନଚେତ ଏହି ଦୁଇ ନେତାଙ୍କ ବ୍ୟତୀତ ଆଉ କାହାକୁ ଦିଆଯିବ ଦାୟିତ୍ବ ? ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ହେଲେ ଶେଷରେ ଶୁଭେନ୍ଦୁ ଅଧିକାରୀଙ୍କୁ ଗୃହର ନେତା ଚୟନ କରିଛି ବିଜେପି ।

ବଙ୍ଗରେ ନିଜ ବିଧାୟକ ଦଳର ନେତା ଚୟନ ପାଇଁ ଦୁଇ ଜଣ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଥିଲା ବିଜେପି । କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ ବିଜେପି ରାଷ୍ଟ୍ରୀୟ ମହାସଚିବ ଭୁପେନ୍ଦ୍ର ଯାଦଙ୍କୁ ଦିଆଯାଇଥିଲା ଏହାର ଦାୟିତ୍ବ । ଦୁଇ କେନ୍ଦ୍ରମନ୍ତ୍ରୀ ନବନିର୍ବାଚିତ ବିଧାୟକଙ୍କ ସହ ବୈଠକ କରି ବିଧାୟକ ଦଳ ତଥା ବିଧାନସଭାରେ ବିରୋଧୀ ଦଳର ନେତା ନିର୍ବାଚିନ କରିଥିଲେ । ତେବେ ଶେଷରେ ଶୁଭେନ୍ଦୁ ଅଧିକାରୀଙ୍କ ନାଁରେ ବାଜିଥିଲା ମୋହର ।

ABOUT THE AUTHOR

...view details