ଓଡିଶା

odisha

ETV Bharat / bharat

ଗୁଲାବ ନବୀଙ୍କ ଇସ୍ତଫା, କଂଗ୍ରେସର ପତନ ଆରମ୍ଭ କହିଲେ ବିଜେପି ନେତା ସୁନୀଲ ଜାଖର - ବିଜେପି ନେତା ସୁନୀଲ ଜାଖରଙ୍କ ବୟାନ

ଶୁକ୍ରବାର କଂଗ୍ରେସର ତୁଙ୍ଗ ନେତା ଗୁଲାମ ନବୀ ଆଜାଦ ଦଳର ସମସ୍ତ ପଦ ସହ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ଏବେଠାରୁ କଂଗ୍ରେସର ପତନ ଆରମ୍ଭ ହେଲା ବୋଲି ସାଙ୍ଘାତିକ ବୟାନ ଦେଇଛନ୍ତି ସୁନୀଲ ଜାଖର (BJP leader Sunil Jakhar targets congress)। ଅଧିକ ପଢ଼ନ୍ତୁ

ଗୁଲାବ ନବୀଙ୍କ ଇସ୍ତଫା, କଂଗ୍ରେସର ପତନ ଆରମ୍ଭ କହିଲେ ବିଜେପି ନେତା ସୁନୀଲ ଜାଖର
ଗୁଲାବ ନବୀଙ୍କ ଇସ୍ତଫା, କଂଗ୍ରେସର ପତନ ଆରମ୍ଭ କହିଲେ ବିଜେପି ନେତା ସୁନୀଲ ଜାଖର

By

Published : Aug 26, 2022, 9:28 PM IST

ନୂଆଦିଲ୍ଲୀ: କଂଗ୍ରେସ ସହିତ ଦୀର୍ଘ ଦଶନ୍ଧିର ସମ୍ପର୍କ ଛିନ୍ନ କରିଛନ୍ତି ଗୁଲାବ ନବୀ ଆଜାଦ । ଏହାକୁ ନେଇ କଂଗ୍ରେସକୁ କଟାକ୍ଷ କରିଛନ୍ତି ବିଜେପି ନେତା ସୁନୀଲ ଜାଖର(BJP leader Sunil Jakhar targets congress) । ଏବେଠାରୁ କଂଗ୍ରେସର ପତନ ଆରମ୍ଭ ହେଲା ବୋଲି ସେ ସାଙ୍ଘାତିକ ବୟାନ ଦେଇଛନ୍ତି । କଂଗ୍ରେସରୁ ଇସ୍ତଫା ଦେବା ପାଇଁ ଗୁଲାମ ନବୀ ଆଜାଦଙ୍କୁ ବାଧ୍ୟ କରାଗଲା ବୋଲି ସେ କହିଛନ୍ତି ।

ଚଳିତ ବର୍ଷ ମେ ମାସରେ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ ସୁନୀଲ ଜାଖର । ବିରୋଧୀ ଦଳ ଗଡ଼ ଧୀରେଧୀରେ ଗଡ଼ିବାରେ ଲାଗିଛି । କଂଗ୍ରେସର ହାତ ଧୀରେଧୀରେ ଦୁର୍ବଳ ହେଉଛି ।

ସୁନୀଲ ଜାଖର କହିଛନ୍ତି, "କଂଗ୍ରେସର ଏଭଳି ଅବସ୍ଥାକୁ ନେଇ ମୁଁ ଆଉ କଣ କହି ପାରିବି । କଂଗ୍ରେସରେ ଯାହା ସବୁ ଘଟୁଛି ତାହା ବୁଝିବାକୁ ନାରାଜ ଅଛନ୍ତି ଦଳ ହାଇକମାଣ୍ଡ । ସମସ୍ତ ସଦସ୍ୟ ଏଥିପ୍ରତି ଅବଗତ ଅଛନ୍ତି । ଅନେକ ଭାବୁଥିବେ ମୁଁ ଖୁସି ଥିବି କାରଣ ମୁଁ ଯାହା ସବୁ କହିଥିଲି ତାହା ସତ ହେଉଛି । କିନ୍ତୁ ବାସ୍ତବରେ ତାହା ନୁହେଁ । ମୁଁ ଗଣତନ୍ତ୍ରକୁ ନେଇ ଚିନ୍ତିତ ରହିଛି । ତାସ୍‌ର ଘର ଭଳି ଦେଶର ଏକ ବିରୋଧୀର ଗଡ଼ ଭୁଷୁଡ଼ିବାରେ ଲାଗିଛି ।"

କଂଗ୍ରେସ ଦଳକୁ ବର୍ତ୍ତମାନ କିଛି ଅଯୋଗ୍ୟ ଚଳାଉଛନ୍ତି । ଛୋଟ ଚିନ୍ତାଧାରା ରଖୁଥିବା ସଦସ୍ୟ ଉଚ୍ଚ ପଦପଦବୀରେ ରହିଛନ୍ତି । ଏମାନେ ହିଁ କଂଗ୍ରେସରେ ନୀତି ନିର୍ଦ୍ଧାରଣ କରୁଛନ୍ତି । ଅନ୍ୟ ସଦସ୍ୟଙ୍କ ସହୟତାରେ ସେମାନେ ଦଳ ଚଳାଉଛନ୍ତି । ତାହା ସେମାନେ ବୁଝିବାରେ ଅସମର୍ଥ ଅଛନ୍ତି ବୋଲି କହିଛନ୍ତି ସୁନୀଲ ଜାଖର । ଦଳୀୟ ଆଭ୍ୟାନ୍ତରୀଣ ସମସ୍ୟାକୁ ନେଇ କୌଣସି ଉଚିତ ପଦକ୍ଷେପ ନିଆଯାଇ ନପାରିବା ଏହାର କାରଣ ହୋଇପାରେ ବୋଲି କହିଛନ୍ତି ବିଜେପି ନେତା ସୁନୀଲ ଜାଖର ।

ଶୁକ୍ରବାର କଂଗ୍ରେସର ତୁଙ୍ଗ ନେତା ଗୁଲାମ ନବୀ ଆଜାଦ ଦଳର ସମସ୍ତ ପଦ ସହ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ଆଜାଦ ଦଳ ଛାଡ଼ିବା ପରେ କଂଗ୍ରେସକୁ ନେଇ ଅନେକ କଟାକ୍ଷ କରିଛନ୍ତି(Ghulam Nabi Azad harsh words for congress) । ବିଶେଷ କରି ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସେ କଡ଼ା ସମାଲୋଚନା କରିଛନ୍ତି । ସେପଟେ ଏହିଭଳି ଭାବରେ ଆଜାଦ ଦଳ ଛାଡ଼ିବା ପରେ ତାଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତାଏ(Congress leaders targets Ghulam Nabi Azad) ।

For All Latest Updates

ABOUT THE AUTHOR

...view details