ଓଡିଶା

odisha

ETV Bharat / bharat

‘ଅସଦୁଦ୍ଦିନ ଓୱେସୀ ଜଣେ ନକାରାତ୍ମକ ଚିନ୍ତାଧାରାର ବ୍ୟକ୍ତି’ - ବିଜେପି ନେତା ଏନ.ଭି ସୁବାଷ

AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସୀଙ୍କ ୱାର୍ଲ୍ଡ କପ୍ ମ୍ୟାଚକୁ ନେଇ ରଖିଥିବା ମନ୍ତବ୍ୟର କଡା ଜବାବ ଦେଲେ ବିଜେପି ନେତା ଏନ.ଭି ସୁବାଷ । ଅଧିକ ପଢନ୍ତୁ...

BJP leader slams Owaisi over his 'India-Pak match amid Kashmir terror' remark
ଅସଉଦ୍ଦିନ ଓୱେସି ଜଣେ ନକାରାତ୍ମକ ଆଦର୍ଶର ବ୍ୟକ୍ତି: ବିଜେପି ନେତା

By

Published : Oct 20, 2021, 7:13 AM IST

Updated : Oct 20, 2021, 7:24 AM IST

ନୂଆଦିଲ୍ଲୀ: AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସୀଙ୍କ ୱାର୍ଲ୍ଡ କପ୍ ମ୍ୟାଚକୁ ନେଇ ରଖିଥିବା ମନ୍ତବ୍ୟର କଡା ଜବାବ ଦେଲେ ବିଜେପି ନେତା ଏନ.ଭି ସୁବାଷ । ଅସଦୁଦ୍ଦିନ ଓୱେସୀ ଜଣେ ନକାରାତ୍ମକ ବିଚାରଧାରାର ବ୍ୟକ୍ତି ବୋଲି ସୁବାଷ କହିଛନ୍ତି ।

ସୁବାଷ କହିଛନ୍ତି ଯେ, 'AIMIM କୁ ପ୍ରତିନିଧିତ୍ବ କରୁଥିବା ଅସଦୁଦ୍ଦିନ ଓୱେସୀ ଜଣେ ନକାରତ୍ମକ ସ୍ବଭାବର ବ୍ୟକ୍ତି । ଯେତେବେଳେ ଗୋଟିଏ ପାର୍ଟି ଏହିପରି ନକାରାତ୍ମକ ଚିନ୍ତାଧାରାକୁ ଆଧାର କରିଛି ନିଶ୍ଚିତ ରୂପେ ସେଥିରେ ଥିବା କର୍ମୀ ଏବଂ ମୁଖ୍ୟ ଦେଶ ଏବଂ ଶାସକ ଦଳ ପ୍ରତି ନକାରାତ୍ମକ ଭାବ ରଖି ମନ୍ତବ୍ୟ ରଖିବେ ।'

ଏଥିସହ ନରେନ୍ଦ୍ର ମୋଦିଙ୍କ ସରକାର ପ୍ରସ୍ତୁତ କରିଥିବା କଲ୍ୟାଣ ଯୋଜନା ବାବଦରେ ବୋଧ ହୁଏ ଓୱେସୀ ଜାଣି ନାହାନ୍ତି କିମ୍ବା ଜାଣି ନ ଜାଣିବାର ଛଳନା କରୁଛନ୍ତି ବୋଲି ସୁବାଷ କଟାକ୍ଷ କରି କହିଛନ୍ତି ।

ସୂଚନା ଅନୁଯାୟୀ, ଗତକାଲି(ମଙ୍ଗଳବାର) AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସୀ ଜାମ୍ମୁ କାଶ୍ମୀରରେ ଟାର୍ଗେଟ କିଲିଂ ଏବଂ ଆତଙ୍କୀ ହମଲାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରିବା ସହ UAE ରେ ଖେଳାଯିବାକୁ ଥିବା ଭାରତ-ପାକିସ୍ତାନ T-20 ବିଶ୍ବକପ ମ୍ୟାଚ ନ କରିବାକୁ କହିଥିଲେ । ସେ କହିଥିଲେ ଯେ, ପାକିସ୍ତାନ ସୀମାରେ ଟ୍ବେଣ୍ଟି-ଟ୍ବେଣ୍ଟି ଖେଳୁଛି, ହେଲେ ଭାରତ ତାଙ୍କ ସହ କ୍ରିକେଟ ମ୍ୟାଚ ଖେଳିବ ।

@ANI

Last Updated : Oct 20, 2021, 7:24 AM IST

ABOUT THE AUTHOR

...view details