ଓଡିଶା

odisha

ETV Bharat / bharat

ଦଳ ଛାଡିବେ ବିଜେପି ନେତା ରାମପାଲ ମଜରା - ରାମପାଲ ମଜରା

ବିଜେପି ନେତା ରାମପାଲ ମଜରା ଦଳ ଛାଡିବାକୁ ଘୋଷଣା କରିଛନ୍ତି । ଗୁରୁବାର ଚଣ୍ଡିଗଡ଼ ଏମଏସଏ ହଷ୍ଟେଲରେ ଏକ ସାମ୍ବାଦିକ ସମ୍ମିଳନୀରେ ରାମପାଲ ମଜରା ଏହି ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

ରାମପାଲ ମଜରା
ରାମପାଲ ମଜରା

By

Published : Jan 28, 2021, 3:21 PM IST

ଚଣ୍ଡୀଗଡ:ବିଜେପି ନେତା ରାମପାଲ ମଜରା ଦଳ ଛାଡିବାକୁ ଘୋଷଣା କରିଛନ୍ତି । ଗୁରୁବାର ଚଣ୍ଡିଗଡ଼ ଏମଏସଏ ହଷ୍ଟେଲରେ ଏକ ସାମ୍ବାଦିକ ସମ୍ମିଳନୀରେ ରାମପାଲ ମଜରା ଏହି ଘୋଷଣା କରିଛନ୍ତି । ରାମପାଲ ମଜରା କହିଛନ୍ତି ଯେ ଲାଲକିଲ୍ଲା ଯାହା ଘଟିଛି ତାହା ଦେଶବାସୀଙ୍କ ଭାବନାକୁ ଆଘାତ ଦେଇଛି। ସେ କହିଛନ୍ତି ଯେ ମୋର ସେପରି ଦଳ ସହ କୌଣସି ସମ୍ପର୍କ ନାହିଁ, ଯିଏ କୃଷକଙ୍କ ସମସ୍ୟାର ସମାଧାନ କରିପାରିବ ନାହିଁ ।

ରାମପାଲ ମଜରା କହିଛନ୍ତି ଯେ ସରକାର ଦେଶର ସମ୍ମାନ ରକ୍ଷା କରିବାରେ ସକ୍ଷମ ନାହାଁନ୍ତି । ସେ କହିଛନ୍ତି, ମୁଁ 26 ଜାନୁଆରୀରେ ହୋଇଥିବା ହିଂସାକୁ ନିନ୍ଦା କରୁଛି। ଏହାସହ ସେ କେନ୍ଦ୍ର ସରକାରଙ୍କୁ ଅଭିଯୋଗ କରିଛନ୍ତି ଯେ ନିଜକୁ ଜାତୀୟତାବାଦୀ ବୋଲି କହୁଥିବା ସରକାର ଏହି ଦେଶର ସମ୍ମାନ ରକ୍ଷା କରିପାରିବ ନାହିଁ । ଏହାଏକ ଯୋଜନାବଦ୍ଧ ପଦକ୍ଷେପ ବୋଲି ରାମପାଲ ମଜରା କହିଛନ୍ତି।

ରାମପାଲ ମଜରା କହିଛନ୍ତି, ଆମେ ପୂର୍ବରୁ ଏହି ଆନ୍ଦୋଳନ ଦେଖିଛୁ କିନ୍ତୁ ଏହି ପ୍ରକାର ଆନ୍ଦୋଳନ ପୂର୍ବରୁ କେବେ ହୋଇ ନଥିଲା । ପାଖାପାଖି 150 କୃଷକ ପ୍ରାଣ ହରାଇଛନ୍ତି । କୃଷକମାନେ ଅନୁଭବ କଲେ ଯେ ଏମଏସପି ଶେଷ ହେଲେ ବଜାର ଶେଷ ହେବ। ସେ କହିଛନ୍ତି ଯେ କୃଷକ ସ୍ବାମୀନାଥନ ଆୟୋଗର ରିପୋର୍ଟ ଦାବି କରୁଛନ୍ତି । ସାମ୍ବାଦିକ ସମ୍ମିଳନୀରେ ରାମପାଲ ମଜରା ସ୍ବୀକାର କରିଛନ୍ତି ଯେ ବିଜେପିରେ ଯୋଗଦେବା ତାଙ୍କର ବଡ ଭୁଲ। ସେ କହିଛନ୍ତି ଯେ ଅଭୟ ସିଂ ଚୌଟାଲା ଏକ ସାହସିକ ପଦକ୍ଷେପ ନେଇଛନ୍ତି, ଏଥିପାଇଁ ତାଙ୍କୁ ଅଭିନନ୍ଦନ ଯୋଗ୍ୟ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details