ଓଡିଶା

odisha

ETV Bharat / bharat

ବିଜେପି ନେତାଙ୍କୁ ହତ୍ୟା ! ମର୍ଣ୍ଣିଂଓ୍ୱାକରେ ଯାଇଥିଲେ, ରାସ୍ତାକଡରୁ ମିଳିଲା କ୍ଷତାକ୍ତ ମୃତଦେହ

ଛତିଶଗଡ ବସ୍ତରରେ ଯୁବ ବିଜେପି ନେତାଙ୍କୁ ହତ୍ୟା ସନ୍ଦେହ । ରାସ୍ତାକଡରୁ କ୍ଷତାକ୍ତ ମୃତଦେହ ଉଦ୍ଧାର । ଶରୀରର ଏକାଧିକ ସ୍ଥାନରେ ରହିଛି ଆଘାତର ଚିହ୍ନ । ଅଧିକ ପଢନ୍ତୁ

ମର୍ଣ୍ଣିଂଓ୍ବାକରେ ଯାଇଥିବା ବେଳେ ମିଳିଲା ବିଜେପି ନେତାଙ୍କ କ୍ଷକ୍ତାକ୍ତ ମୃତଦେହ
ମର୍ଣ୍ଣିଂଓ୍ବାକରେ ଯାଇଥିବା ବେଳେ ମିଳିଲା ବିଜେପି ନେତାଙ୍କ କ୍ଷକ୍ତାକ୍ତ ମୃତଦେହ

By

Published : Jan 17, 2023, 4:14 PM IST

ହାଇଦ୍ରାବାଦ:ଛତିଶଗଡ ବସ୍ତର ଜିଲ୍ଲାରେ ଜଣେ ଯୁବ ବିଜେପି ନେତାଙ୍କୁ ହତ୍ୟା କାରଯାଇଥିବା ସନ୍ଦେହ କରାଯାଉଛି । ବିଜେପି ନେତାଜଣଙ୍କ ସକାଳେ ମର୍ଣ୍ଣିଂଓ୍ବାକରେ ଯାଇଥିବା ବେଳେ ଜାତୀୟ ରାଜପଥ କଡରୁ ତାଙ୍କର କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ମୃତକଜଣଙ୍କ ସ୍ଥାନୀୟ 35ବର୍ଷୀୟ ବିଜେପି କର୍ମକର୍ତ୍ତା ବୁଧରାମ କର୍ତ୍ତମ । ଜଗଦଲପୁରରୁ ଗିଦମକୁ ସଂଯୋଗ କରୁଥିବା ଜାତୀୟ ରାଜପଥର କାଲିପାଲ ଗ୍ରାମ ନିକଟ ଏକ କଲଭର୍ଟ ନିକଟରେ ତାଙ୍କ କ୍ଷକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ପ୍ରଥାମିକ ଭାବେ ମୃତଦେହର ବିଭିନ୍ନ ସ୍ଥାନରେ କ୍ଷତ ଥିବା ସହ ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରୁଛି ।

ସ୍ଥାନୀୟ ପାପରା ଏସଡିପିଓଙ୍କ ସୂଚନା ଅନୁସାରେ, ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ମୃତଦହର ମୁହଁ ଓ ଅନ୍ୟ କିଛି ସ୍ଥାନରେ କ୍ଷତ ଚିହ୍ନ ରହିଥିବା ଦେଖିବାକୁ ମିଳିଛି । ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ସନ୍ଦେହ କରାଯାଉଛି । ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପୋଲିସ ଟିମ୍‌ ସହ ଫୋରେନସିକ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି । ପରିବାର ସଦସ୍ୟଙ୍କ ଠାରୁ ମଧ୍ୟ ତଥ୍ୟ ସଂଗ୍ରହ କରାଯାଉଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା କି ନୁହେଁ ତାହା ସ୍ପଷ୍ଟ ହେବା ନେଇ ସେ ସୂଚନା ଦେଇଛନ୍ତି ।

ମୃତ ବୁଧରାମ କର୍ତ୍ତମ ଜିଲ୍ଲା ବିଜେପି ୟୁନିଟର କାର୍ଯ୍ୟକର୍ତ୍ତା ଥିଲେ । ପୂର୍ବରୁ ସେ ମଧ୍ୟ ପଞ୍ଚାୟତସ୍ତରୀୟ ଜନ ପ୍ରିତନିଧି ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ । ଆଜି ସକାଳେ ସେ ନିତିଦିନ ପରି ମର୍ଣ୍ଣିଂଓ୍ବାକରେ ଯାଇଥିଲେ । ଫେରିବାରେ ବିଳମ୍ବ ହେବାରୁ ତାଙ୍କୁ ଘରଲୋକେ ଖୋଜାଖୋଜି କରିଥିଲେ । ପରେ ଘରଠାରୁ ପ୍ରାୟ 2 କି.ମି ଦୂରରେ ଜାତୀୟ ରାଜପଥ କଡରେ ତାଙ୍କର ମୃତଦେହ ପଡିଥିବା ସୂଚନା ପାଇଥିଲେ ପରିବାର ସଦସ୍ୟ ।

ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା । ମୃତଦେହ ଉଦ୍ଧାର ପରେ ହସ୍ପିଟାଲକୁ ପଠାଯାଇଥିବା ବେଳେ ଫୋରେନସିକ ଟିମ ଘଟଣାସ୍ଥଳରୁ ସାମଗ୍ରୀ ସଂଗ୍ରହ କରିଛି । ତେବେ ସେ ଜଣେ ରାଜନୈତିକ ବ୍ୟକ୍ତିବିଶେଷ ହୋଇଥିବା କାରଣରୁ ରାଜନୈତିକ ଶତ୍ରୃତାରୁ ତାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ଏହି ଘଟଣା ପରେ ସ୍ଥାନୀୟ ବିଜେପି ଏହାକୁ ଏକ ହତ୍ୟାକାଣ୍ଡ ବୋଲି କହି ହତ୍ୟାକାରୀକୁ ଗିରଫ କରିବାକୁ ପାଇଁ ଦାବି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details