ନୂଆଦିଲ୍ଲୀ: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦଳର ଜାତୀୟ ଜେନେରାଲ ସେକ୍ରେଟରୀ ଓ ମୋର୍ଚ୍ଚାର ସଭାପତିଙ୍କ ସହିତ ବୈଠକ ଆରମ୍ଭ କରିଛନ୍ତି । ଏହି ବୈଠକ 2 ଦିନ ଧରି ହେବାକୁ ଥିବା ବେଳେ ଦଳ ପାଇଁ ଏହା ଗୁରୁତ୍ବପୂର୍ଣ୍ଣ ବୈଠକ ବୋଲି ସୂଚନା ମିଳିଛି ।
ଆଗାମୀ ବର୍ଷର ବିଧାନସଭା ନିର୍ବାଚନ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରୁଛି ବିଜେପି । ଏହି ବୈଠକରେ ଆସୁଥିବା ମାସରେ ଦଳ ପକ୍ଷରୁ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହେବ । କୋରୋନା ମହାମାରୀକୁ ନେଇ ମଧ୍ୟ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବୈଠକରେ ଆଲୋଚନା ହେବ । କେଉଁ ନେତାକୁ କ'ଣ ଦାୟିତ୍ବ ଦିଆଯିବ ସେ ସମ୍ପର୍କରେ ମଧ୍ୟ ଆଲୋଚନା କରାଯିବ । ଆଜି(ରବିବାର) ରାଜଧାନୀ ଦିଲ୍ଲୀରେ ଚାଲିଥିବା ବୈଠକରେ ଦଳୀୟ ମୋର୍ଚ୍ଚାର ସଭାପତି ଓ ଜାତୀୟ ଜେନେରାଲ ସେକ୍ରେଟାରୀଙ୍କୁ ନେଇ ହେଉଛି ।