ଓଡିଶା

odisha

ରାଷ୍ଟ୍ରପତି ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ରାମ ଗୋପାଳ ବର୍ମାଙ୍କ ବିବାଦୀୟ ଟ୍ବିଟ୍‌

By

Published : Jun 25, 2022, 11:15 AM IST

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଉପରେ ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମାଙ୍କ ଆପତ୍ତିଜନକ ଟିପ୍ପଣୀ । ଥାନାରେ ଅଭିଯୋଗ କଲେ ବିଜେପି ନେତା । ଅଧିକ ପଢନ୍ତୁ

ରାମ ଗୋପାଳ ବର୍ମାଙ୍କ ବିବାଦୀୟ ଟ୍ବିଟ୍: ଯଦି ଦ୍ରୌପଦୀ ରାଷ୍ଟ୍ରପତି, ତେବେ ପାଣ୍ଡବ କିଏ ?
ରାମ ଗୋପାଳ ବର୍ମାଙ୍କ ବିବାଦୀୟ ଟ୍ବିଟ୍: ଯଦି ଦ୍ରୌପଦୀ ରାଷ୍ଟ୍ରପତି, ତେବେ ପାଣ୍ଡବ କିଏ ?

ହାଇଦ୍ରାବାଦ: ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ଦେଇଛନ୍ତି ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମା । ଦ୍ରୌପଦୀ ମୁର୍ମୁଙ୍କ ନାମକୁ ନେଇ ପରିହାସ ଢଙ୍ଗରେ ସେ ଟ୍ବିଟ୍ କରିଛନ୍ତି । ଯାହାକୁ ନେଇ ଏବେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ରାମ ଗୋପାଳ ଟ୍ବିଟ୍ କରିଛନ୍ତି, ''ଯଦି ଦ୍ରୌପଦୀ ରାଷ୍ଟ୍ରପତି, ତାହାହେଲେ ପାଣ୍ଡବମାନେ କିଏ ? ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା କୌରବମାନେ କିଏ ? ତାଙ୍କର ଏଭଳି ଅଶୋଭନୀୟ ଟ୍ବିଟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି ।

ଜଣେ ଆଦିବାସୀ ମହିଳା, ଯିଏକି ପୂର୍ବରୁ ରାଜ୍ୟପାଳ ଏବଂ ମନ୍ତ୍ରୀ ରହିସାରିଛନ୍ତି ଏବଂ ଏବେ ରାଷ୍ଟ୍ରପତି ପ୍ରାର୍ଥୀ ଅଛନ୍ତି ତାଙ୍କ ବିରୁଦ୍ଧରେ ଏଭଳି ଟିପ୍ପଣୀ ଉପରେ ବିଜେପି ଖପ୍ପା ହୋଇଛି । ଏନେଇ ତେଲେଙ୍ଗାନାର ବରିଷ୍ଠ ବିଜେପି ନେତା ଗୁଡୁର ନାରାୟମ ରେଡ୍ଡୀ(Gudur Narayana Reddy) ଏବଂ ଟି ନନ୍ଦେଶ୍ବର(T. Nandeshwar) ରାମ ଗୋପାଳ ବର୍ମାଙ୍କ ବିରୁଦ୍ଧରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ହାଇଦ୍ରାବାଦରେ ଅବିଡସ୍(Abids) ଥାନାରେ ଏହି ଅଭିଯୋଗ ହୋଇଛି । ରାମ ଗୋପଳ ଏପରି ଟିପ୍ପଣୀ ଦେଇ ଏସସି ଓ ଏସଟି ସମ୍ପ୍ରଦାୟକୁ ଅପମାନିତ କରିଥିବା ସେ କହିଛନ୍ତି ।

ତେଣୁ ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେମାନେ ଦାବି କରିଛନ୍ତି । ପ୍ରକାଶଥାଉ କି, ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା ଓଡିଶାର ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କ ନିଜର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି ଏନଡିଏ । ଶୁକ୍ରବାର ଏନଡିଏ ପ୍ରାର୍ଥୀ ଭାବେ ମୁର୍ମୁ ପ୍ରଧାନମନ୍ତ୍ରୀ ମୋଦି ଓ ଗୃମମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରିସାରିଛନ୍ତି ।

ABOUT THE AUTHOR

...view details