ଓଡିଶା

odisha

ETV Bharat / bharat

Bihar: ବିଧାନସଭା ଘେରାଉ ବେଳେ ପୋଲିସ ଲାଠିଚାର୍ଜରେ BJP ନେତା ମୃତ ! - ବିହାରରେ ବିଜେପି ନେତା ମୃତ

ବିହାରରେ ବିଜେପିର ବିଧାନସଭା ଘେରାଉ ବେଳେ ପୋଲିସର ଲାଠି ଚାର୍ଜ । BJP ନେତା ମୃତ । ଏକାଧିକ ବିଧାୟକ ସାଂସଦ ମଧ୍ୟ ଆହତ । ଅଧିକ ପଢନ୍ତୁ

Bihar: ଆନ୍ଦୋଳନ ବେଳେ ପୋଲିସର ଲାଠିଚାର୍ଜରେ BJP ନେତା ମୃତ !
Bihar: ଆନ୍ଦୋଳନ ବେଳେ ପୋଲିସର ଲାଠିଚାର୍ଜରେ BJP ନେତା ମୃତ !

By

Published : Jul 13, 2023, 3:39 PM IST

Updated : Jul 13, 2023, 7:36 PM IST

ପାଟନା:ଆନ୍ଦୋଳନ ବେଳେ ପୋଲିସ ମାଡରେ ଜଣେ ବିଜେପି ନେତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବିହାରରେ ବିରୋଧୀ ବିଜେପି ରୋଜଗାର ଏବଂ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଆଜି ରାଜଧାନୀ ପାଟନାରେ ବିଧାନସଭା ଘେରଉା ଉଦ୍ୟମ କରିଥିଲା । ଏହି ସମୟରେ ବିଜେପି କର୍ମୀ ଓ ପୋଲିସ ମଧ୍ୟରେ ଖଣ୍ଡଯୁଦ୍ଧ ସ୍ଥିତି ଦେଖାଯାଇଥିଲା । ପୋଲିସ ଲାଠିଚାର୍ଜ କରିଥିଲା । ଏଥିରେ ଜଣେ ବିଜେପି ନେତାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ପ୍ରାଣ ହରାଇଥିବା ବିଜେପି ନେତା ହେଲେ ବିଜୟ କୁମାର ସିଂ । ସେ ଜେହାନାବାଦ ସହରର ବିଜେପି ସାଧାରଣ ସମ୍ପାଦକ ଥିବା ନେଇ ଦଳୀୟ ସୂତ୍ରରୁ ସ୍ପଷ୍ଟ ହୋଇଛି ।

ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନରେ ବିଜୟଙ୍କ ମୃତ୍ୟୁ ହୋଇଥିବା ଦଳର ବରିଷ୍ଠ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଟ୍ବିଟ କରି ଅଭିଯୋଗ କରିଛନ୍ତି । ସେହିପରି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଟ୍ବିଟ କରି ଅସନ୍ତୋଷ ବ୍ୟକ୍ତ କରିବା ସହ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି । ଏହା ରାଜ୍ୟ ସରକାରଙ୍କ ବିଫଳତା ଏବଂ କ୍ରୋଧର ଫଳାଫଳ । ଦୁର୍ନୀତିକୁ ଲୁଚାଇବା ପାଇଁ ମହାମେଣ୍ଟ ସରକାର ଗଣତନ୍ତ୍ର ଉପରେ ଆକ୍ରମଣ କରୁଛି ବୋଲି ଶାହ ଟ୍ବିଟ କରିଛନ୍ତି । ଅନ୍ୟ ସୂଚନା ଅନୁସାରେ, ସାଂସଦ ଜନାର୍ଦ୍ଦନ ସିଂ ସିଗ୍ରିୱାଲଙ୍କ ସମେତ ଅନେକ ନେତା ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୋଲିସ କିଛି ନେତାଙ୍କୁ ଉଠାଇ ନେଇ ଅଟକ ରଖିଥିବା ମଧ୍ୟ ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ:-Haryana: ବିଧାୟକଙ୍କୁ ପିଟିଲେ ବନ୍ୟା ବିପନ୍ନ ! ଭାଇରାଲ ହେଉଛି ଭିଡିଓ

ଆଜି ରୋଜଗାର ଏବଂ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ବିଧାନସଭା ଘେରାଉ କରିବା ପାଇଁ ବାହାରିଥିଲା ବିରୋଧୀ ଭାରତୀୟ ଜନତା ପାର୍ଟି । ହଜାର ହଜାର କାର୍ଯ୍ୟକର୍ତ୍ତା ଓ କର୍ମୀ ରାଜଧାନୀ ପାଟନାରେ ଏକାଠି ହୋଇଥିଲେ । ଦଳର ସାଂସଦ, ବିଧାୟକ ଏବଂ ବିଧାନ ପରିଷଦ ସଦସ୍ୟ ମଧ୍ୟ ଏହି ପ୍ରତିବାଦରେ ସାମିଲ ହୋଇଥିଲେ । ବିଜେପିର ଏହି ପ୍ରତିବାଦ ଶୋଭଯାତ୍ରା ଗାନ୍ଧୀ ମୈଦାନରୁ ଆରମ୍ଭ ହୋଇ ବିଦର୍ଭ ମାର୍ଗ ଅଭିମୁଖେ ବାହାରିଥିଲା । ଡାକବଙ୍ଗଳା ସ୍କୋୟାରରେ ପୂର୍ବରୁ ପ୍ରସ୍ତୁତ ଥିବା ପୋଲିସ ବିଜେପି ଶୋଭାଯାତ୍ରାକୁ ବାଧା ଦେଇଥିଲା ।

ବିଜେପି କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପୋଲିସ ବଳ ପ୍ରୟୋଗ କରିବା ସହ ଲାଠିଚାର୍ଡ କରିଥିଲା । ଏଥିରେ ଏକାଧିକ ନେତା ଓ କର୍ମୀ ଆହତ ହୋଇଛନ୍ତି । ସାଂସଦ ଜନାର୍ଦ୍ଦନ ସିଂ ସିଗ୍ରିୱାଲ ପୋଲିସ ମାଡରେ ଆହତ ହୋଇପଡିବା ପରେ ତାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଥିଲା । ସେହିପରି ବିହାର ବିଧାନ ମଣ୍ଡଳ ନେତା ବିଜୟ ସିହ୍ନା ମଧ୍ୟ ପୋଲିସ ମାଡରେ ଆହତ ହୋଇଛନ୍ତି । ନେତାଙ୍କ ସହ ଅନେକ କର୍ମୀ ମଧ୍ୟ ପୋଲିସ ମାଡରେ ଆହତ ହୋଇଥିବା ଦଳୀୟ ନେତାମାନେ ଅଭିଯୋଗ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 13, 2023, 7:36 PM IST

ABOUT THE AUTHOR

...view details