ଓଡିଶା

odisha

ETV Bharat / bharat

ମୁସଲିମ ଯୁବକଙ୍କ ସହ ଝିଅର ବିବାହ ଭାଙ୍ଗିଲେ ବିଜେପି ନେତା - ଉତ୍ତରାଖଣ୍ଡ ଖବର

ସମାଲୋଚନା ପରେ ମୁସଲିମ ଯୁବକଙ୍କ ସହ ଝିଅର ଭାଙ୍ଗିଲେ ବିଜେପି ନେତା । ୬ ଦିନ ପରେ ଥିଲା ବିବାହ । ଅଧିକ ପଢନ୍ତୁ

ମୁସଲିମ ଯୁବକଙ୍କ ସହ ଝିଅର ବିବାହ ବାତିଲ୍ କଲେ ବିଜେପି ନେତା
ମୁସଲିମ ଯୁବକଙ୍କ ସହ ଝିଅର ବିବାହ ବାତିଲ୍ କଲେ ବିଜେପି ନେତା

By

Published : May 21, 2023, 2:55 PM IST

ଡେରାଡୁନ:ମୁସଲିମ୍ ଯୁବକଙ୍କ ସହ ଝିଅର ବିବାହ ଭାଙ୍ଗିଦେଲେ ବିଜେପି ନେତା । ଦିନ କେଇଟା ପରେ ବିବାହ ଥିବାବେଳେ ହିନ୍ଦୁ ସଂଗଠନର ଚାପରେ ପଡି ଜଣେ ବିଜେପି ନେତା ନିଜ ଝିଅର ବିବାହ ଭାଙ୍ଗିଛନ୍ତି । 'ଦ କେରଳ ଷ୍ଟୋରୀ'କୁ ନେଇ ବିବାଦ ଲାଗି ରହିଥିବା ବେଳେ ଉତ୍ତରଖଣ୍ଡର ପୌରୀରୁ ଏଭଳି ଘଟଣା ସାମ୍ନାକୁ ଆସଛି । ୟଶପାଲ ବେନାମ ନାମକ ବିଜେପି ନେତା ତୀବ୍ର ବିରୋଧାଭାଷର ସାମ୍ନା କରିବା ପରେ ମୁସଲିମ୍ ଯୁବକଙ୍କ ସହ ନିଜ ଝିଅ ବାହାଘର ଭାଙ୍ଗି ଦେଇଛନ୍ତି । ଆସନ୍ତା ୨୮ ତାରିଖରେ ବିବାହ ଅନୁଷ୍ଠିତ ହେବାକୁ ଥିଲା ।

ସୂଚନା ଅନୁସାରେ, ୟଶପାଲ ବେନାମ ପୌରୀ ପରିଷଦ ଅଧ୍ୟକ୍ଷ ଅଟନ୍ତି । ତାଙ୍କ ଝିଅ ଜଣେ ମୁସଲିମ ଯୁବକଙ୍କୁ ବିବାହ କରିବାକୁ ଚାହୁଁଥିଲେ । ମେ' ୨୮ରେ ବିବାହ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ଗତ ଗୁରୁବାର ଦିନ ବିବାହ ନିମନ୍ତ୍ରଣ କାର୍ଡର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଖବର ପ୍ରଘଟ ହେବା ପରେ ଲୋକେ ତାଙ୍କୁ କଟୁ ସମାଲୋଚନା କରିଥିଲେ । ବିଜେପି ନେତା ମୁସଲିମ ଯୁବକଙ୍କ ସହ ନିଜ ଝିଅ ବାହା ଦେଉଥିବାରୁ ବିଶ୍ବ ହିନ୍ଦୁ ପରିଷଦ, ଭୈରବ ସେନା ଏବଂ ବଜରଙ୍ଗୀ ଦଳ ଭଳି କେତେକ ହିନ୍ଦୁ ସଂଗଠନ ଏହାକୁ ତୀବ୍ର ବିରୋଧ କରିଥିଲେ । ଗତ ଶୁକ୍ରବାର ଏହି ସଂଗଠନଗୁଡିକ ୟଶପାଲଙ୍କ କୁଶପୁତ୍ତଳିକା ଦାହ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ବିରୋଧାଭାଷ ଓ ସମାଲୋଚନାର ଶିକାର ହେବା ପରେ ୟଶପାଲ ଶେଷର ନିଜର ଝିଅ ବିବାହ ବାତିଲ୍ କରିଛନ୍ତି । ଏନେଇ ସେ କହିଛନ୍ତି ଯେ, ଝିଅର ଖୁସି ପାଇଁ ତା'ର ପସନ୍ଦର ଯୁବକଙ୍କ ସହ ବିବାହ ପାଇଁ ମୁଁ ରାଜି ହୋଇଥିଲି । ହେଲେ ବିବାହ ନେଇ ସୋସିଆଲ ମିଡିଆରେ ସମାଲୋଚନା ଏବଂ ବିରୋଧକୁ ଦୃଷ୍ଟିରେ ରଖି ଏହି ବିବାହକୁ ଭାଙ୍ଗି ଦେଇଛି । ମୋତେ ସର୍ବସାଧାରଣଙ୍କ ମତାମତକୁ ମଧ୍ୟ ଧ୍ୟାନ ଦେବାକୁ ପଡିବ ।

ଏହାମଧ୍ୟ ପଢନ୍ତୁ : ବିରୋଧି ଏକତା ଉଦ୍ୟମ: କେଜ୍ରିୱାଲଙ୍କୁ ଭେଟିଲେ ନୀତିଶ, ପରେ ଖଡଗେଙ୍କୁ ଭେଟିବେ

ବିଶ୍ବ ହିନ୍ଦୁ ପରିଷଦର ଜିଲ୍ଲା ସଭାପତି ଦୀପକ ଗୌଡ କହିଛନ୍ତି, ଆମେ ଏହି ବିବାହକୁ ତୀବ୍ର ବିରୋଧ କରୁଛୁ । ଏହାର ପ୍ରତିବାଦ ପୂର୍ବକ ପୌରୀ ଝଣ୍ଡା ନିକଟରେ ସଂଗଠନର ସଦସ୍ୟ ପୌର ପରିଷଦ ଅଧ୍ୟକ୍ଷଙ୍କୁ କୁଶପୁତ୍ତଳିକା ଦାହ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details