ଓଡିଶା

odisha

By

Published : Jan 17, 2023, 5:16 PM IST

Updated : Jan 18, 2023, 6:49 AM IST

ETV Bharat / bharat

ବିମାନର ଏମରଜେନ୍ସି ଡୋର ଖୋଲିଦେଲେ ବିଜେପି ସାଂସଦ ! ତଦନ୍ତ ନିର୍ଦ୍ଦେଶ ଦେଲା DGCA

ଚେନ୍ନାଇରୁ ଥିରୁଅନନ୍ତପୁରମ ଯାଉଥିବା ଇଣ୍ଡିଗୋ ବିମାନର ଏମରଜେନ୍ସି ଡୋର ଜଣେ ବିଜେପି ସାଂସଦ ଖୋଲିଦେଇଥିବା ଚର୍ଚ୍ଚା । ଡିସେମ୍ବର 10 ରେ ଘଟିଛି ଘଟଣା । DGCAର ନିର୍ଦ୍ଦେଶ ପରେ ତଦନ୍ତ ଜାରି । ଅଧିକ ପଢନ୍ତୁ

ବିମାନର ଏମୋରଜେନ୍ସି ଡୋର ଖୋଲିଦେଲେ ବିଜେପି ସାଂସଦ ! ତଦନ୍ତ ନିର୍ଦ୍ଦେଶ ଦେଲା DGCA
ବିମାନର ଏମୋରଜେନ୍ସି ଡୋର ଖୋଲିଦେଲେ ବିଜେପି ସାଂସଦ ! ତଦନ୍ତ ନିର୍ଦ୍ଦେଶ ଦେଲା DGCA

ହଇଦ୍ରାବାଦ:ଚେନ୍ନାଇରୁ ଥିରୁଅନନ୍ତପୁରମ ଅଭିମୁଖେ ଉଡାଣ ଭରିବାକୁ ଥିବା ଇଣ୍ଡିଗୋ ବିମାନରେ ଜଣେ ଯାତ୍ରୀ ଜରୁରୀକାଳୀନ ଡୋର ଖୋଲି ଦେଇଥିବା ସୂଚନା ମିଳିଛି । ଘଟଣାଟି ଗତବର୍ଷ ଡିସେମ୍ବର 10 ତାରିଖର ବୋଲି କୁହାଯାଉଛି । ବିମାନଟି ଉଡାଣ ଭରିବା ପୂର୍ବରୁ ଯାତ୍ରୀଙ୍କ ଦ୍ବାରା ଏପରି କରାଯାଇଥିବା ଜଣାପଡିଛି । ପରେ ଯାତ୍ରୀଜଣଙ୍କ ଏହା ତ୍ରୁଟିବଶତଃ କରାଯାଇଥିବା କହିଥିଲେ । ବେସାମରିକ ବିମାନ ଉଡାଣ ନିର୍ଦ୍ଦେଶାଳୟ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛି । ତେବେ ଏପରି କରିଥିବା ଯାତ୍ରୀ ଭାରତୀୟ ଜନତା ପାର୍ଟିର ଜଣେ ସାଂସଦ ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି । DGCA କିମ୍ବା ସମ୍ପୃକ୍ତ ବିମାନ କମ୍ପାନୀ ପକ୍ଷରୁ କୌଣସି ସାଂସଦଙ୍କ ନାମ ପ୍ରକାଶ କରାଯାଇନାହିଁ ।

ତେବେ ଏପରି କରିଥିବା ଯାତ୍ରୀଜଣଙ୍କ ଭାରତୀୟ ଜନତା ପାର୍ଟିର ଜଣେ ସାଂସଦ ବୋଲି ମଧ୍ୟ କୁହାଯାଉଛି । ସେ ତାଙ୍କର ଜଣେ ସହଯୋଗୀଙ୍କୁ ସାଙ୍ଗରେ ଧରି ଇଣ୍ଡିଗୋ ବିମାନରେ (IndiGo 6E flight 6E-7339) ଚେନ୍ନାଇରୁ କେରଳର ଥିରୁଅନନ୍ତପୁରମ ଅଭିମୁଖେ ଯାତ୍ରା କରୁଥିଲେ । ତେବେ ବିମାନ ଉଡାଣ ଭରିବା ପୂର୍ବରୁ ବିମାନର ଏମୋରଜେନ୍ସି ଡୋର ଖୋଲିଥିଲେ ଏହି ବିଜେପି ନେତା । ପରେ ତାଙ୍କୁ ଏସମ୍ପର୍କରେ ପଚରା ଯିବାରୁ ସେ ଏହା ତ୍ରୁଟିବଶତଃ ଖୋଲିଦେଇଥିବା ପ୍ରକାଶ କରିଥିଲେ । ବିମାନ କର୍ମଚାରୀ ଏହାକୁ ବନ୍ଦ କରିବା ସହ ବିମାନର ଏୟାର ପ୍ରେସର ପୁଣି ଥରେ ଚେକ କରିଥିଲେ । ପ୍ରାୟ 2ଘଣ୍ଟା ବିଳମ୍ବରେ ବିମାନଟି ଗନ୍ତବ୍ୟସ୍ଥଳ ଅଭିମୁଖେ ଉଡାଣ ଭରିଥିଲା । ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ମିଳିବା ପରେ ଡିଜିସିଏର ଜଣେ ବରିଷ୍ଠ ଅଧିକାରୀ ଏହି ମାମଲାର ତଦନ୍ତ କରୁଛନ୍ତି ।

ଏକାଧିକ ମଡିିଆରେ ପ୍ରକାଶ ପାଇଥିବା ତଥ୍ୟ ଅନୁସାରେ ଏହି ବିଜେପି ସାସଂଦ ଦେଉଛନ୍ତି ତେଜସ୍ବୀ ସୂର୍ଯ୍ୟା । ତାଙ୍କ ସହ ସାଥିରେ ଥିଲେ ତାମିଲନାଡୁ ରାଜ୍ୟ ବିଜେପି ଅଧ୍ୟକ୍ଷ ଆନ୍ନାମଲାଇ । ତେବେ ଉଭୟ ପାଖାପାଖି ସିଟରେ ବସିଥିବା ବେଳେ ତେଜସ୍ବୀ ଏହି ଏମରଜେନ୍ସି ଡୋର ଖୋଲି ଦେଇଥିଲେ । ପରେ ସେ ତ୍ରୁଟିବଶତଃ ଖୋଲି ଦେଇଥିବା ପ୍ରକାଶ କରିଥିଲେ । ଏପରି ଘଟଣା ପରେ ବିମାନର ସମସ୍ତ ଯାତ୍ରୀଙ୍କୁ ବିମାନରୁ ବାହାରକୁ ବାହାର କରିଥିଲେ ବିମାନ କର୍ମଚାରୀ । ପୁଣିଥରେ ବିମାନରେ ଏୟାର ପ୍ରେସର ଚେକ କରାଯାଇଥିଲା । ପ୍ରାୟ 2 ଘଣ୍ଟାର ପ୍ରକ୍ରିୟା ପରେ ପୁଣି ଥରେ ବିମାନରେ ଯାତ୍ରୀମାନେ ପ୍ରବେଶ କରିଥିଲେ ।

ଏକ ଲିଖିତ କ୍ଷମାପ୍ରାର୍ଥନା କରିବା ପରେ ସୂର୍ଯ୍ୟାଙ୍କୁ ଉକ୍ତ ବିମାନରେ ଯାତ୍ରା କରିବାକୁ ଅନୁମତି ମିଳିଥିବା ବେଳେ ତାଙ୍କୁ ଅନ୍ୟ ଏକ ସିଟ୍‌ ଆଲର୍ଟ କରିଥିଲେ ବିମାନ କମ୍ପାନୀ । ଘଟଣା ସମ୍ପର୍କରେ ତଦନ୍ତ ଜାରି ରହିଛି । ତଦନ୍ତ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବା ନେଇ ଉଜାଣ ନିର୍ଦ୍ଦେଶାଳୟ କହିଛି । ତେବେ ସହଯାତ୍ରୀଙ୍କ ପ୍ରତିକ୍ରିୟା ଆଧାରରେ ଏକାଧିକ ଗଣମାଧ୍ୟମ ଏହି ଖବର ପ୍ରସାରିତ କରିଥିବା ବେଳେ ବେସାମରିକ ବିମାନ ଉଡାଣ ନିର୍ଦ୍ଦେଶାଳୟ କିନ୍ତୁ ନିର୍ଦ୍ଦିଷ୍ଟ ଭାବେ କୌଣସି ବିଜେପି ନେତାଙ୍କ ନାମ ପ୍ରକାଶ କରିନାହିଁ । ଏପରି ଚର୍ଚ୍ଚା ଜାରି ରହିଥିଲେ ସୁଦ୍ଧା ସାଂସଦ ସୁର୍ୟା କିନ୍ତୁ ଏସବୁ ସମ୍ପର୍କରେ କୌଣସି ପ୍ରତିକ୍ରିୟା ମଧ୍ୟ ରଖିନାହାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 18, 2023, 6:49 AM IST

ABOUT THE AUTHOR

...view details