ଲକ୍ଷ୍ନୌ: ବିଜେପି ଗଣତନ୍ତ୍ରର ସିରିଏଲ କିଲର ଅଟେ(BJP is the serial killer of democracy) । ଭାରତୀୟ ଜନତା ପାର୍ଟି ସରକାର ବ୍ୟାଙ୍କ ଲକରରୁ ଲୁଟୁଛନ୍ତି । ବିଜେପି ଆସିବା ଦିନ ଠାରୁ ବ୍ୟାଙ୍କରେ ସୁଧ କମୁଛି । ପଞ୍ଚାୟତ ଓ ବିଧାନପରିଷଦ ନିର୍ବାଚନରେ(legislative council elections) ଅନିୟମତା ହୋଇଛି । ବିଜେପି ଠାରୁ ସ୍ବଚ୍ଛ ନିର୍ବାଚନ ଆଶା କରିବା ନିଜକୁ ଧୋକା ଦେବା ସହ ସମାନ । ଉତ୍ତରପ୍ରଦେଶ କନ୍ନୌଜ ଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ଏପରି ଭାବେ ବିଜେପିକୁ ସମାଲୋଚନା କରିଛନ୍ତି ।
ଏମଏଲସି ନିର୍ବାଚନ ପୂର୍ବରୁ ସପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ବୁଧବାର କନ୍ନୌଜ ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଠାରେ କର୍ମକର୍ତ୍ତାଙ୍କ ସହ ବୈଠକ କରିଥିଲେ । ବୈଠକ ପରେ ଅଖିଳେଶ ବିଜେପି ଉପରେ ଖୁବ୍ ବର୍ଷିଛନ୍ତି । ଗଣତନ୍ତ୍ରରୁ କିପରି ଭୋଟ ଲୁଟ୍ କରାଯାଏ ସେଥିରେ ବିଜେପି ଅଭିଜ୍ଞ । କନ୍ନୌଜରେ ଅନେକ ଲୋକଙ୍କୁ ନାମାଙ୍କନ ପତ୍ର ପୂରଣ କରିବାକୁ ଦିଆଯାଇ ନଥିଲା । ବିଜେପି ଠାରୁ ସ୍ବଚ୍ଛ ନିର୍ବାଚନ ଆଶା କରିବା ବୃଥା । ଯେବେଠାରୁ ବିଜେପି ସରକାର ଆସିଛି, ସେବେଠାରୁ ବ୍ୟାଙ୍କରେ ସୁଧ କମୁଛି ।