ଓଡିଶା

odisha

ETV Bharat / bharat

କେରଳରେ ୟୁଡିଏଫ ବନାମ ଏଲଡିଏଫ୍‌ର ଚକ୍ରଭେଦ ବିଜେପି ପାଇଁ କାଠିକର ପାଠ - BJP hopes to break UDF vs LDF cycle in Kerala

୨୦୧୬ ବିଧାନସଭା ନିର୍ବାଚନରେ ବିଜେପି ଗୋଟିଏ ଆସନ ଜିତି ରାଜ୍ୟରେ ଖାତା ଖୋଲିଥିଲା । ୨୦୧୮ରେ ସାବରିମାଳା ମନ୍ଦିର ପ୍ରବେଶ ପ୍ରସଙ୍ଗରେ ବିଜେପି ଶାସକ ଏଲଡିଏଫ ବିରୋଧରେ ଜୋରଦାର୍ ଅଭିଯାନ ଆରମ୍ଭ କରିଦେଇଥିଲା । ୧୫ରୁ ୫୦ ବର୍ଷ ବୟସର ମହିଳା ଭକ୍ତଙ୍କୁ ମନ୍ଦିରରେ ପ୍ରବେଶ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଏଲଡିଏଫ ସରକାର ସମର୍ଥନ କରିବା ବିରୋଧରେ ଅଭିଯାନ ଆରମ୍ଭ କରିଥିଲା ଗୈରିକ ଦଳ ।

କେରଳରେ ୟୁଡିଏଫ ବନାମ ଏଲଡିଏଫ୍‌ର ଚକ୍ର ଭେଦ ବିଜେପି ପାଇଁ କାଠିକର ପାଠ
କେରଳରେ ୟୁଡିଏଫ ବନାମ ଏଲଡିଏଫ୍‌ର ଚକ୍ର ଭେଦ ବିଜେପି ପାଇଁ କାଠିକର ପାଠ

By

Published : Mar 31, 2021, 12:03 PM IST

କେରଳରେ ତିନି ଦଶକ ଧରି କେବଳ ୟୁଡିଏଫ ଓ ଏଲଡିଏଫ ମଧ୍ୟରେ କ୍ଷମତା ରୋଟେସନର ସାଇକେଲ ଭାଙ୍ଗିବା ପାଇଁ ବିଜେପି ଏଥର ନିର୍ବାଚନରେ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛି । କିନ୍ତୁ ବିଜେପି ପାଇଁ ଏହି କାମ ଏତେ ସହଜ ନୁହେଁ । କାରଣ ରାଜ୍ୟରେ ବିଜେପିର ଶକ୍ତିଶାଳୀ ସଂଗଠନ ନାହିଁ କି ଲୋକପ୍ରିୟ ନେତା ବି ନାହାନ୍ତି ।

କେରଳରେ ଏହି ଦୁଇ ଦୁର୍ବଳତା ଘୋଡାଇବା ପାଇଁ ବିଜେପି ଏଥର ମେଟ୍ରୋମ୍ୟାନ ଭାବେ ପରିଚିତ ଟେକ୍ନୋକ୍ରାଟ ଇ. ଶ୍ରୀଧରନଙ୍କ ନିର୍ମଳ ଭାବମୂର୍ତ୍ତି ଉପରେ ଭରସା କରିଛି । ଶ୍ରୀଧରନଙ୍କୁ ମଧ୍ୟବିତ୍ତ ଓ ଯୁବ ଭୋଟରମାନେ ସମର୍ଥନ କରିବେ ବୋଲି ଦଳ ଆଶା ରଖିଛି ।

ବିଜେପିରେ ୮୮ ବର୍ଷିୟ ଶ୍ରୀଧରନ ଯୋଗ ଦେଲା ପରେ ଦଳର ରାଜ୍ୟ ନେତାମାନେ ତାଙ୍କୁ ଏଥର ବିଧାନସଭାରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପନ କରିବାରେ ଲାଗିଲେ । କିନ୍ତୁ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଏ ସଂପର୍କରେ ଆନୁଷ୍ଠାନିକ ଭାବେ ଘୋଷଣା ନ କରିବା ପାଇଁ ରାଜ୍ୟ ନେତାଙ୍କୁ ପରାମର୍ଶ ଦେଇଛନ୍ତି ।

ଶ୍ରୀଧରନ ପାଲାକାଡ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଏହି ଆସନରେ ନିର୍ବାଚନ ପ୍ରଚାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟ ଏଲଡିଏଫ ଓ ୟୁଡିଏଫକୁ କଡା ସମାଲୋଚନା କରିଛନ୍ତି । କ୍ଷମତା ପାଇଁ ଦୁଇ ମୋର୍ଚ୍ଚା ମଧ୍ୟରେ ମ୍ୟାଚ୍ ଫିକ୍ସିଂ ହେଉଛି ବୋଲି ଅଭିଯୋଗ କରିଛନ୍ତି ମୋଦି । ଏହି ଦୁଇ ମୋର୍ଚ୍ଚା ପ୍ରତି କେରଳର ଯୁବ ଭୋଟରଙ୍କ ମୋହ ଭଙ୍ଗ ହୋଇସାରିଥିବା ମୋଦି ଦାବି କରିଛନ୍ତି । କେରଳରେ ବିଜେପି ହିଁ ପରିବର୍ତ୍ତନ ଆଣିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

୨୦୧୬ ବିଧାନସଭା ନିର୍ବାଚନରେ ବିଜେପି ଗୋଟିଏ ଆସନ ଜିତି ରାଜ୍ୟରେ ଖାତା ଖୋଲିଥିଲା । ୨୦୧୮ରେ ସାବରିମାଲା ମନ୍ଦିର ପ୍ରବେଶ ପ୍ରସଙ୍ଗରେ ବିଜେପି ଶାସକ ଏଲଡିଏଫ ବିରୋଧରେ ଜୋରଦାର୍ ଅଭିଯାନ ଆରମ୍ଭ କରିଦେଇଥିଲା । ୧୫ରୁ ୫୦ ବର୍ଷ ବୟସର ମହିଳା ଭକ୍ତଙ୍କୁ ମନ୍ଦିରରେ ପ୍ରବେଶ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଏଲଡିଏଫ ସରକାର ସମର୍ଥନ କରିବା ବିରୋଧରେ ଅଭିଯାନ ଆରମ୍ଭ କରିଥିଲା ଗୈରିକ ଦଳ । କିନ୍ତୁ ୨୦୧୯ର ଲୋକସଭା ନିର୍ବାଚନରେ ଏହି ପ୍ରସଙ୍ଗରେ ଫାଇଦା ମିଳି ନ ଥିଲେ ମଧ ସାବରିମାଲା ମନ୍ଦିର ଥିବା ପଥନସଥିଟା ଜିଲ୍ଲାର ପାଲାକାଡ ଓ ପାଣ୍ଡାଲାମ ପୌରାଂଚଳ ଭଳି କିଛି ଅଂଚଳରେ ନିଜର ଉପସ୍ଥିତି ବୃଦ୍ଧି କରିବାରେ ସଫଳ ହୋଇଥିଲା ବିଜେପି । ଏହାଛଡା ରାଜଧାନୀ ତିରବନନ୍ତପୁରମରେ ବିରୋଧୀ ୟୁଡିଏଫର ଭୋଟବ୍ୟାଙ୍କ୍ ହ୍ରାସକରିବାରେ ସଫଳ ହୋଇଥିଲା ବିଜେପି ।

କିନ୍ତୁ କିଛି ପୌରାଂଚଳରେ ହୋଇଥିବା ଲାଭ ରାଜ୍ୟରେ ବ୍ୟାପକ କରିବାକୁ ହେଲେ ବିଜେପିକୁ ଏକ ଦୃଢ ଦଳୀୟ ସଂଗଠନର ଆବଶ୍ୟକତା ରହିଛି । ଏହାଛଡା ବିଜେପି ପାଇଁ ଏକ ଲୋକପ୍ରିୟ ନେତାର ଆବଶ୍ୟକତା ବି ରହିଛି । କିନ୍ତୁ ମୁଖ୍ୟମନ୍ତ୍ରୀ ପିନରାୟ ବିଜୟନ କି ପୂର୍ବତନ ମୁଖ୍ୟମନ୍ତ୍ରୀ ଉମେନ ଚାଣ୍ଡିଙ୍କ ଭଳି ନେତାଙ୍କୁ ଟକ୍କର ଦେବା ପାଇଁ ରାଜ୍ୟ ବିଜେପି ପାଖରେ ନେତା ନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦି ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ପାଲାକାଡରେ ଇଂରାଜୀରେ ନିର୍ବାଚନ ପ୍ରଚାର କରିଥିଲେ । ସାଧାରଣତଃ ପ୍ରଧାନମନ୍ତ୍ରୀ ଦକ୍ଷିଣ ଭାରତ ରାଜ୍ୟଗୁଡିକରେ ମଧ୍ୟ ହିନ୍ଦିରେ ନିର୍ବାଚନ ପ୍ରଚାର କରିଥାନ୍ତି ।

ବରିଷ୍ଠ କଂଗ୍ରେସ ନେତା ସଲମନ ଖୁର୍ସିଦ କେରଳରେ ନିର୍ବାଚନ ପ୍ରଚାର କରି ବିଜେପିର ପ୍ରୋପଗାଣ୍ଡାରେ ବିଶ୍ୱାସ ନ କରିବାକୁ ଭୋଟରଙ୍କୁ ପରାମର୍ଶ ଦେଇଛନ୍ତି । ରାଜ୍ୟରେ ପାରମ୍ପରିକ ଭାବେ ଚାଲିଆସିଥିବା ୟୁଡିଏଫ ବନାମ ଏଲଡିଏଫ ସାଇକେଲ୍ ଉପରେ ଆସ୍ଥା ସ୍ଥାପନ କରିବାକୁ ସେ ଭୋଟରଙ୍କୁ ଅପିଲ କରିଛନ୍ତି । ଏହି ସାଇକେଲ୍ ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧି ସହ ସାମାଜିକ ସଦଭାବାନ ବଜାୟ ରଖିବାରେ ସଫଳ ହୋଇଛି ବୋଲି ଖୁର୍ସିଦ କହିଛନ୍ତି ।

ଅମିତ ଅଗ୍ନିହୋତ୍ରୀ

ABOUT THE AUTHOR

...view details