ଓଡିଶା

odisha

ETV Bharat / bharat

Rajya Sabha Election: ପ୍ରଭାରୀ ନିଯୁକ୍ତି କଲା ବିଜେପି - RajyaSabhaElection

ବିଜେପି ମୁଖ୍ୟାଳୟରୁ ଜାରି ହୋଇଥିବା ପ୍ରେସ ରିଲିଜ ଅନୁସାରେ ଦଳ ରାଜସ୍ଥାନ ପାଇଁ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ରି ସିଂ ତୋମାର, ହରିୟାଣ ପାଇଁ ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, କର୍ଣ୍ଣାଟକ ପାଇଁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଓ ମହାରାଷ୍ଟ୍ର ପାଇଁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ନିଯୁକ୍ତ କରିଛି । ଅଧିକ ପଢନ୍ତୁ

ପ୍ରଭାରୀ ନିଯୁକ୍ତ କଲା ବିଜେପି
ପ୍ରଭାରୀ ନିଯୁକ୍ତ କଲା ବିଜେପି

By

Published : Jun 1, 2022, 5:13 PM IST

ନୂଆଦିଲ୍ଲୀ: ଆସନ୍ତା 10 ତାରିଖରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଆଜି 4 ଟି ରାଜ୍ୟ ପାଇଁ ପ୍ରଭାରୀ ନିଯୁକ୍ତ କରିଛି ।

ବିଜେପି ମୁଖ୍ୟାଳୟରୁ ଜାରି ହୋଇଥିବା ପ୍ରେସ ରିଲିଜ ଅନୁସାରେ ଦଳ ରାଜସ୍ଥାନ ପାଇଁ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ରି ସିଂ ତୋମାର, ହରିୟାଣ ପାଇଁ ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, କର୍ଣ୍ଣାଟକ ପାଇଁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଓ ମହାରାଷ୍ଟ୍ର ପାଇଁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ନିଯୁକ୍ତି କରିଛି ।

ନିଯୁକ୍ତ ହୋଇଥିବା ପ୍ରଭାରୀ ମାନେ ସମ୍ପୃକ୍ତ ରାଜ୍ୟକୁ ଯାଇ ରାଜ୍ୟସଭା ନିର୍ବାଚନର ପରିଚାଳନ ଓ ଦଳୀୟ ରଣନୀତି ଉପରେ ନଜର ରଖିବେ । ସେହିପରି ଉତ୍ତରପୂର୍ବାଞ୍ଚଳ ରାଜ୍ୟ ତ୍ରିପୁରାରେ ହେବାକୁ ଥିବା ଉପନିର୍ବାଚନ ପାଇଁ ମଧ୍ୟ ଦଳ ନିର୍ବାଚନୀ ପ୍ରଭାରୀ ନିଯୁକ୍ତ କରିଛି । ଏଥିପାଇଁ ଜାତୀୟ ସାଧାରଣ ସମ୍ପାଦକ କୈଳାଶ ବିଜୟବର୍ଗିୟ, ଆସାମ ସରକାରଙ୍କ ମନ୍ତ୍ରୀ ଅଶୋକ ସିଙ୍ଘଲ, ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ରାଜନୈତିକ ସଚିବ ଜଯନ୍ତ ମଲ୍ଲାବରୁଆହଙ୍କୁ ଦାୟିତ୍ବ ଦେଇଛି ।

@ANI

ABOUT THE AUTHOR

...view details