ଓଡିଶା

odisha

ETV Bharat / bharat

BJP First List For Karnataka: ପ୍ରଥମ ପର୍ଯ୍ୟାୟରେ 189 ପ୍ରାର୍ଥୀ, 52 ନୂଆ ମୁହଁ - କର୍ଣ୍ଣାଟକ ବିଧାନସଭା ନିର୍ବାଚନ

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଘୋଷଣା କଲା ଭାରତୀୟ ଜନତା ପାର୍ଟି । ପ୍ରଥମ ପର୍ଯ୍ୟାୟରେ 189 ପ୍ରାର୍ଥୀ, 52 ନୂଆ ମୁହଁ । ତାଲିକାରେ ମୁଖ୍ୟମନ୍ତ୍ରୀ ବୋମ୍ମାଇଙ୍କ ସମେତ ବହୁ ବଡ ଚେହେରା । ଅଧିକ ପଢନ୍ତୁ

ପ୍ରଥମ ପର୍ଯ୍ୟାୟରେ 189 ପ୍ରାର୍ଥୀ ଘୋଷଣା କଲା ବିଜେପି, 52 ନୂଆ ମୁହଁ
ପ୍ରଥମ ପର୍ଯ୍ୟାୟରେ 189 ପ୍ରାର୍ଥୀ ଘୋଷଣା କଲା ବିଜେପି, 52 ନୂଆ ମୁହଁ

By

Published : Apr 11, 2023, 10:11 PM IST

ବେଙ୍ଗାଲୁରୁ:କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ପ୍ରଥମ ତାଲିକାରେ ମୋଟ 189 ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଏଥିରେ 52 ନୂଆ ମୁହଁଙ୍କୁ ସୁଯୋଗ ଦେଇଛି ଦଳ । ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ବଶବରାଜ ବୋମ୍ମାଇଙ୍କ ସମେତ ରାଜ୍ୟର ଏକାଧିକ ମନ୍ତ୍ରୀ ଓ କିଛି ଚର୍ଚ୍ଚିତ ନେତାଙ୍କ ନାମ ମଧ୍ୟ ରହିଛି ।

ଏଥର ମଧ୍ୟ ମୁଖ୍ୟମନ୍ତ୍ରୀ ବୋମ୍ମାଇ ନିଜ ଗୃହ ଆସନ ସିଗଗାଓଁ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ । ସେହିପରି ଚିକ୍କାବାଲାପୁର ଆସନରୁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ସୁଧାକର.କେ ନିର୍ବାଚନ ଲଢୁଥିବା ବେଳେ ମଲେଶ୍ୱରମ ଆସନରୁ ରାଜ୍ୟ ମନ୍ତ୍ରୀ ଡ.ଅଶ୍ୱତନାରାୟଣ ସି.ଏନ୍ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଟିକେଟ ପାଇଛନ୍ତି । ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସି.ଟି ରବି ଚିକମାଗାଲୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି । ରାଜ୍ୟ ମନ୍ତ୍ରୀ ଆର.ଅଶୋକ ପଦ୍ମନାଭନଗର ଏବଂ କନକପୁର ଦୁଇଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୋଧରେ ଦଳର ବରିଷ୍ଠ ନେତା ଭି.ସୋମନା ଭରୁନା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରାଇଛି ଦଳ । ସେହିପରି ଦ୍ବତୀୟ ଆସନ ଭାବେ ଭି.ସୋମନା ଚାମରାଜନଗର ବିଧାନସଭା ଆସନରୁ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିବେ । ସେହିପରି ଅନ୍ୟ ପ୍ରମୁଖ ଚେହେରାଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ବି.ଏସ୍ ୟାଦ୍ଦିରୋପ୍ପାଙ୍କ ପୁଅ ବିଜୟେନ୍ଦ୍ର ଶିକରିପୁରା ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ । ସେହିପରି ବୋମ୍ମାଇ ସରକାରରେ ମନ୍ତ୍ରୀ ଥିବା ବି. ଶ୍ରୀରାମୁଲୁ ବେଲାରୀ (ରୁରାଲ) ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ । ମେ’ 10 ରେ ନିର୍ବାଚନ ହେବାକୁ ଯାଉଥିବା ବେଳେ ଖୁବଶୀଘ୍ର ଦ୍ୱିତୀୟ ତାଲିକା ଆସିବା ନେଇ ମୁଖ୍ୟମନ୍ତ୍ରୀ ବାସଭରାଜ ବମ୍ମାଇ କହିଛନ୍ତି ।

ଦୀର୍ଘ ବିଚାର ବିମର୍ଶ ପରେ ଆଜି (ମଙ୍ଗଳବାର) ବିଳମ୍ବିତ ସଂଧ୍ୟାରେ ଶାସନରେ ଥିବା ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏଥିରେ ରେକର୍ଡ ସଂଖ୍ୟକ ନୂଆ ଚେହେରା ସ୍ଥାନ ପାଇଥିବା ବେଳେ ସମପରିମାଣରେ ବିଧାୟକମାନେ ମଧ୍ୟ ବାଦ ପଡିଛନ୍ତି । ପ୍ରଥମ ପ୍ରର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ନୂଆ ଚେହେରାଙ୍କ ସମ୍ପର୍କରେ ବିଶ୍ଳେଷଣାତ୍ମକ ସୂଚନା ଦେଇ ଦଳର ସାଧାରଣ ସମ୍ପାଦକ ଅରୁଣ ସିଂ କହିଛନ୍ତି, ଏହି ପର୍ଯ୍ୟାୟରେ ଦଳ 52 ନବାଗତଙ୍କୁ ସୁଯୋଗ ଦେଇଛି । ସେମାନଙ୍କ ମଧ୍ୟରେ ଜାତିଗତ ସନ୍ତୁଳନ ମଧ୍ୟ ରଖିବାକୁ ଦଳ ପ୍ରୟାସ କରିଛି । ନୂଆ ମୁହଁଙ୍କ ମଧ୍ୟରେ 32 ଜଣ ଅନ୍ୟ ପଛୁଅ ବର୍ଗ (OBC) ଓ 30 ଜଣ ପ୍ରାର୍ଥୀ ଅନୁସୂଚୀତ ଜାତି (SC) ବର୍ଗକୁ ପ୍ରତିନିଧିତ୍ବ କରୁଛନ୍ତି ।

କର୍ଣ୍ଣାଟକରେ ମୋଟ 224 ଟି ବିଧାନସଭା ଆସନ ରହିଛି । ପ୍ରାର୍ଥୀ ଚୂଡାନ୍ତ ପାଇଁ ନିକଟରେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଅଧ୍ୟକ୍ଷତା କରିଥିଲେ । ପାର୍ଟି ମୁଖ୍ୟ ଜେପି ନଡ୍ଡାଙ୍କ ସମେତ କେନ୍ଦ୍ରୀୟ ନିର୍ବାଚନ କମିଟି ଓ କେନ୍ଦ୍ରୀୟ ଓ ପ୍ରାଦେଶିକ ନେତୃବୃନ୍ଦ ସାମିଲ ହୋଇଥିଲେ । ଏବେ ରାଜ୍ୟରେ ବଶବରାଜ ବୋମ୍ମାଇଙ୍କ ନେତୃତ୍ବରେ ଦଳ କ୍ଷମତାରେ ଥିବା ବେଳେ ଚଳିତ ନିର୍ବାଚନରେ ମଧ୍ୟ କ୍ଷମତା ବଜାୟ ରଖିବାକୁ ଆଶାବାଦୀ ଅଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details