ଓଡିଶା

odisha

ETV Bharat / bharat

Ankita Bhandari Murder Case: ମୁଖ୍ୟ ଅଭିଯୁକ୍ତର ବାପା ଓ ଭାଇଙ୍କୁ ଦଳରୁ ବହିଷ୍କାର କଲା BJP - ଅଙ୍କିତ ଆର୍ଯ୍ୟ

ଉତ୍ତରାଖଣ୍ଡ ନିଖୋଜ ରିସେପସନିଷ୍ଟ ଅଙ୍କିତା ଭଣ୍ଡାରୀ ହତ୍ୟା ଘଟଣା (Ankita Bhandari murder case) । ମୁଖ୍ୟ ଅଭିଯୁକ୍ତ ପୁଲକିତ ଆର୍ଯ୍ୟଙ୍କ ପିତା ତଥା ବରିଷ୍ଠ ବିଜେପି ନେତା ବିନୋଦ ଆର୍ଯ୍ୟଙ୍କୁ ଦଳରୁ ବହିଷ୍କାର କଲା ବିଜେପି । ଅଧିକ ପଢନ୍ତୁ

Ankita Bhandari Murder Case: ମୁଖ୍ୟ ଅଭିଯୁକ୍ତର ପିତାଙ୍କୁ BJPରୁ ବହିଷ୍କାର
Ankita Bhandari Murder Case: ମୁଖ୍ୟ ଅଭିଯୁକ୍ତର ପିତାଙ୍କୁ BJPରୁ ବହିଷ୍କାର

By

Published : Sep 24, 2022, 7:54 PM IST

ଡେରାଡୁନ:ଉତ୍ତରାଖଣ୍ଡ ନିଖୋଜ ରିସେପସନିଷ୍ଟ ଅଙ୍କିତା ଭଣ୍ଡାରୀ ହତ୍ୟା ଘଟଣାରେ (Ankita Bhandari murder case) ଲଗାତାର ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି (CM Pushkar Singh Dhami ) । ମୁଖ୍ୟ ଅଭିଯୁକ୍ତ ପୁଲକିତ ଆର୍ଯ୍ୟଙ୍କ ପିତା ତଥା ବିଜେପି ନେତା ବିନୋଦ ଆର୍ଯ୍ୟ (Senior BJP leader Vinod Arya) ଓ ଭାଇ ଅଙ୍କିତ ଆର୍ଯ୍ୟଙ୍କୁ ଦଳରୁ ବହିଷ୍କାର କରିଛି BJP । ଦଳର ଗଣମାଧ୍ୟମ ମୁଖପାତ୍ର ମନବୀର ସିଂ ଏ ନେଇ ସୂଚନା ଦେଇଛନ୍ତି । ଅଙ୍କିତ ଆର୍ଯ୍ୟ ବିଜେପି ସରକାରଙ୍କ OBC ଆୟୋଗର ଉପାଧ୍ୟକ୍ଷ ଥିଲେ ।

ଗତ ବିଳମ୍ବିତ ରାତିରେ ମୁଖ୍ୟ ଅଭିଯୁକ୍ତ ବିନୋଦର ରିସର୍ଟ ଉପରେ ବୁଲଡୋଜର ଚଢାଇ ଏହାକୁ ଧ୍ବଂସ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଅଙ୍କିତ ଭଣ୍ଡାରୀଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି । ଏହି ହତ୍ୟାକାଣ୍ଡରେ ଯେ କେହି ବି ସମ୍ପୃକ୍ତ ଥାଆନ୍ତୁ, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାପରେ ସେ ମୁଖ୍ୟ ଅଭିଯୁକ୍ତର ପିତା ଓ ଭାଇଙ୍କୁ ଦଳରୁ ବହିଷ୍କାର କରାଯାଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଷ୍ଟାଇଲରେ ବୁଲଡୋଜର ଲଗାଇ ମୁଖ୍ୟ ଅଭିଯୁକ୍ତର ରିସର୍ଟକୁ ଧ୍ବଂସ କରିଛନ୍ତି ।

ମୁଖ୍ୟ ଅଭିଯୁକ୍ତର ପିତା ବିନୋଦ ଆର୍ଯ୍ୟ ଉତ୍ତରାଖଣ୍ଡ ସରକାରର ରାଷ୍ଟ୍ର ମନ୍ତ୍ରୀ ଥିଲେ । ବିଜେପି ପଛୁଆ ବର୍ଗ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ସଦସ୍ୟ ମଧ୍ୟ ଥିଲେ । ବିନୋଦଙ୍କ ବଡ଼ ପୁଅ ତଥା ଅଙ୍କିତ ଆର୍ଯ୍ୟ ମନ୍ତ୍ରୀ ଥିବାବେଳେ ଓବିସି ଆୟୋଗର ଉପାଧ୍ୟକ୍ଷ ଥିଲେ । ରାଜନୈତିକ ପୃଷ୍ଠଭୂମି ଥିବା ପରିବାରରୁ ପୁଲକିତ ଆସୁଥିବାବେଳେ, ଏପରି କାର୍ଯ୍ୟ ଦ୍ବାରା ତାଙ୍କ ପରିବାର ଉପରେ ଗଭୀର ପ୍ରଭାବ ପଡ଼ିଛି ।

ଏହା ବି ପଢନ୍ତୁ- କେନାଲରୁ ମିଳିଲା ରିସେପସନିଷ୍ଟଙ୍କ ମୃତଦେହ, ମୁଖ୍ୟ ଅଭିଯୁକ୍ତଙ୍କ ରିସୋର୍ଟରେ ବୁଲିଲା ବୁଲଡୋଜର

ପୁଲକିତଙ୍କ ପିତା ବିନୋଦ ଆର୍ଯ୍ୟ ବରିଷ୍ଠ ନେତା ହୋଇଥିବାରୁ ତାଙ୍କୁ ଉତ୍ତରପ୍ରଦେଶରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦିଆଯାଇଥିଲା । ମାତ୍ର ପୁଅ ବିରୋଧରେ ହତ୍ୟା ଅଭିଯୋଗ ଆସିବା ପରେ ସେ ଦଳରୁ ବହିଷ୍କାର ହୋଇଛନ୍ତି । ସୂଚନା ଥାଉ କି ମୁଖ୍ୟ ଅଭିଯୁକ୍ତ ପୁଲକିତଙ୍କ ରିସର୍ଟରେ କାମ କରୁଥିବା ୧୯ ବର୍ଷୀୟ ଯୁବତୀ ଅଙ୍କିତା ପ୍ରଥମେ ନିଖୋଜ ଥିବାବେଳେ ତାଙ୍କ ମୃତଦେହ ରିସର୍ଟ ନିକଟରେ ଥିବା ଏକ କେନାଲରୁ ଉଦ୍ଧାର ହୋଇଥିଲା । ଯୁବତୀଙ୍କ ବାପା ଓ ଭାଇ ତାଙ୍କର ମୃତଦେହ ଚିହ୍ନଟ କରିଥିଲେ ।

ଅଙ୍କିତାଙ୍କୁ ହତ୍ୟା କରାଯାଇଥିବା ଜଣାପଡିବା ପରେ ଶନିବାର ସକାଳ ୭ଟାରୁ ରିସର୍ଟ ପାଖ କେନାଲରେ ମୃତଦେହ ଖୋଜାଖୋଜି ଆରମ୍ଭ ହୋଇଥିଲା । ମୃତଦେହ ମିଳିବା ପରେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୁଲକିତ ଆର୍ଯ୍ୟଙ୍କୁ ଶୁକ୍ରବାର ଗିରଫ କରାଯାଇଥିଲା । ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ପ୍ରଥମେ ପଚରାଉଚରା ସମୟରେ ପୋଲିସକୁ ଭ୍ରମିତ କରିବାକୁ ଚେଷ୍ଟା କରିଥିଲା । ହେଲେ ପରେ ନିଜର ଦୋଷ ସ୍ବୀକାର କରିଥିଲେ । ସେ ଅଙ୍କିତାଙ୍କୁ ବେଶ୍ୟାବୃତ୍ତି ପାଇଁ ବାଧ୍ୟ କରୁଥିଲେ ।

ଏଥିରେ ଯୁବତୀ ରାଜି ନ ହେବାରୁ ପୁଲକିତ ନିଜ ରିସର୍ଟ ମ୍ୟାନେଜର ଓ ସୌରଭ ଭାସ୍କର ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର ଅଙ୍କିତ ଗୁପ୍ତାଙ୍କ ସହଯୋଗରେ ତାଙ୍କୁ ହତ୍ୟା କରିଥିଲେ । ପରେ ମୃତଦେହକୁ ଚିଲା କେନାଲ(Cheela Canal) ମଧ୍ୟକୁ ଠେଲି ଦେଇଥିବା ମାନିଥିଲେ । ସମସ୍ତ ୩ ଅଭିଯୁକ୍ତଙ୍କୁ ୧୪ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି କୋଟଡ୍ବାର କୋର୍ଟ । ନିଜ ରୁମ୍‌ରେ ଅଙ୍କିତା ନଥିବାରୁ ଗତ ସୋମବାର ସକାଳେ ସ୍ଥାନୀୟ ରେଭେନ୍ୟୁ ପୋଲିସ ଆଉଟପୋଷ୍ଟରେ ପରିବାର ଲୋକେ ଏକ ନିଖୋଜ FIR କରିଥିଲେ ।

ABOUT THE AUTHOR

...view details