ପାଣାଜୀ: ଗୋଆରେ ଭୋଟ ଗଣତି ଜାରି ରହିଥିବାବେଳେ ଭାରତୀୟ ଜନତା ପାର୍ଟି(BJP)ର ଦୁଇ ଉପମୁଖ୍ୟମନ୍ତ୍ରୀ ଚନ୍ଦ୍ରକାନ୍ତ କାଭଲେକର ଓ ମନୋହର ଆଜଗାଁଙ୍କର ବିଧାନସଭା ସିଟ୍ରୁ ପରାସ୍ତ ହୋଇଛନ୍ତି । ସେହପରି ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ପୂର୍ବତନ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପୁଅ ଉତ୍ପଲ ପାରିକର ତାଙ୍କ ନିକଟତମ ବିଜେପି ପ୍ରତିନ୍ଦ୍ବନ୍ଦ୍ବୀଙ୍କ ଠାରୁ ପରାଜିତ ହୋଇଛନ୍ତି ।
ଗୋଆରେ ବିଜେପିକୁ ବଡ ଝଟକା, ହାରିଲେ ଦୁଇ ଉପମୁଖ୍ୟମନ୍ତ୍ରୀ କାବଲେକର ଓ ଆଜଗାଁକର - ଗୋଆ ବିଜେପି ସରକାର
ଗୋଆରେ ଭୋଟ ଗଣତି ଜାରି ରହିଥିବାବେଳେ ଭାରତୀୟ ଜନତା ପାର୍ଟି(BJP)ର ଦୁଇ ଉପମୁଖ୍ୟମନ୍ତ୍ରୀ ଚନ୍ଦ୍ରକାନ୍ତ କାଭଲେକର ଓ ମନୋହର ଆଜଗାଁଙ୍କର ପରାସ୍ତ ହୋଇଛନ୍ତି । ଅଧିକ ପଢନ୍ତୁ
ବିଜେପି ଉପମୁଖମନ୍ତ୍ରୀ ଆଜଗାଁଙ୍କ ମର୍ଗାଓ ବିଧାନସଭା ସିଟ୍ରୁ କଂଗ୍ରେସର ଦିଗମ୍ବର କମାଥଙ୍କ ଠାରୁ ପରାସ୍ତ ହୋଇଥିବାବେଳେ, ଅନ୍ୟତମ ବିଜେପି ଉପମୁଖ୍ୟମନ୍ତ୍ରୀ ଚନ୍ଦ୍ରକାନ୍ତ କାବଲେକର କଂଗ୍ରେସର ଅଲଟୋନ ଡି' କୋଷ୍ଟାଙ୍କ ଠାରୁ କୁଇପେମ ବିଧାନସଭା ସିଟ୍ରୁ ପରାଜିତ ହୋଇଛନ୍ତି । ଅନ୍ୟପଟେ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରତାପ ସିଂ ରାଣେଙ୍କ ବୋହୂ ବିଜେପି ପ୍ରାର୍ଥୀନୀ ଡକ୍ଟର ଦିବ୍ୟା ରାଣେ ପୋରିଏମ ବିଧାନସଭା ସିଟ୍ରୁ ବିଜୟୀ ହୋଇଛନ୍ତି ।
ସେହିପରି, ସାନ୍ତା କ୍ରଜ ବିଧାନସଭା ସିଟ୍ରୁ ଆମ ଆଦମୀ ପାର୍ଟିର(AAP) ପ୍ରାର୍ଥୀ ଅମିତ ପାଲେକର ସଦ୍ୟତମ ସୂଚନା ଅନୁଯାୟୀ ପଛୁଆ ରହିଛନ୍ତି । ବିଜୟ ସରଦେଶାଇ ଫାଟୋର୍ଦା ସିଟ୍ରୁ ଆଗୁଆ ଅଛନ୍ତି । ସାଙ୍ଗେ ବିଧାନସଭା ସିଟ୍ରୁ ସାବିତ୍ରୀ କାବଲେକର 1000ରୁ ଅଧିକ ଭୋଟ୍ରେ ଆଗୁଆ ଅଛନ୍ତି । କଂଗ୍ରେସର ରାଜେଶ ଫଲାଦେଶାଇ କୁମ୍ଭରଜୱା ସିଟ୍ରୁ ଆଗୁଆ ଥିବାବେଳେ, ବିଜେପିର ଜେନିତା ମାଡକେଇକର ପଛୁଆ ରହିଛନ୍ତି ।