ଓଡିଶା

odisha

By

Published : Mar 29, 2022, 7:54 PM IST

ETV Bharat / bharat

TMC ବିଧାୟକଙ୍କ ନାଁରେ ଅଭିଯୋଗ, ନିର୍ବାଚନ କମିଶନଙ୍କୁ ଭେଟିଲା BJP ଟିମ

ତୃଳମୂଳ କଂଗ୍ରେସ ବିଧାୟକଙ୍କ ବିରୋଧରେ ଅଭିଯୋଗ ନେଇ ମୁଖ୍ୟ ନିର୍ବାଚନ କମିଶନଙ୍କୁ ବିଜେପି ପ୍ରତିନିଧି ମଣ୍ଡଳର ସାକ୍ଷାତ । ଅଧିକ ପଢନ୍ତୁ

ତୃଳମୂଳ କଂଗ୍ରେସ ବିଧାୟକଙ୍କ ନାଁରେ ଅଭିଯୋଗ, ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟିବ ବିଜେପି
ତୃଳମୂଳ କଂଗ୍ରେସ ବିଧାୟକଙ୍କ ନାଁରେ ଅଭିଯୋଗ, ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟିବ ବିଜେପି

ନୂଆଦିଲ୍ଲୀ: ତୃଳମୂଳ କଂଗ୍ରେସ ବିଧାୟକଙ୍କ ବିରୋଧରେ ଅଭିଯୋଗ ନେଇ ମୁଖ୍ୟ ନିର୍ବାଚନ କମିଶନ (Election Commission of India)ଙ୍କ ଆଜି ସଂଧ୍ୟାରେ ବିଜେପି ପ୍ରତିନିଧି ମଣ୍ଡଳ ସାକ୍ଷାତ କରିଛନ୍ତି । ତେବେ ଆଜି ସଂଧ୍ୟା ୫ଟା ସମୟରେ ବିଜେପିର ଏକ ପ୍ରତିନିଧି ମଣ୍ଡଳ ଇଲେକ୍ସନ କମିଶନ ଅଫ ଇଣ୍ଡିଆଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ପାଇଁ ଦାବିପତ୍ର ପ୍ରଦାନ କରିଥିଲେ । ଏଥିସହ ପଶ୍ଚିମବଙ୍ଗରେ ମଧ୍ୟ ବିଜେପିର ଏକ ପ୍ରତିନିଧି ମଣ୍ଡଳ ଚିଫ୍‌ ଇଲେକ୍ଟୋରାଲ ଅଫିସରଙ୍କୁ ଅପରାହ୍ନ ୪ଟାରେ ସାକ୍ଷାତ କରିଛନ୍ତି ।

ତେବେ ପଶ୍ଟିମବଙ୍ଗ ଆସାନସୋଲ ଲୋକସଭା ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନରେ ତୃଳମୂଳ କଂଗ୍ରେସ ବିଧାୟକ ନରେନ ଚକ୍ରବର୍ତ୍ତୀ ପ୍ରେସମିଟ ଜରିଆରରେ ଭୋଟରଙ୍କୁ ଧମକ ଦେଉଥିବା ଦେଖିବାକୁ ମିଳିଛି । ଏହାକୁ ବିରୋଧ କରି ବିଜେପି ନିର୍ବାଚନ କମିଶନଙ୍କୁ ଭେଟିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବିପତ୍ର ପ୍ରଦାନ କରିବେ । ଏଥିରେ ପାଣ୍ଡେଭେଶ୍ବର ନିର୍ବାଚନ ମଣ୍ଡଳୀର ତୃଳମୂଳ କଂଗ୍ରେସ ବିଧାୟକ ନରେନ ଚକ୍ରବର୍ତ୍ତୀ ବିଜେପି କର୍ମୀ ଓ ଭୋଟରଙ୍କୁ ଧମକାଇବା ସହ ମତଦାନରୁ ବିରତ ରହିବାକୁ କହୁଛନ୍ତି ବୋଲି ଅଭିଯୋଗ ହୋଇଛି ।

ସେହିପରି ପଶ୍ଚିମବଙ୍ଗ ବିଜେପି ସହ-ଇନଚାର୍ଜ ଅମିତ ମାଲବ୍ୟ ଏନେଇ ଏହି ଭିଡିଓ ଟୁଇଟ୍‌ କରିବା ସହ ଟିଏମସିକୁ କଡା ସମାଲୋଚନା କରିଛନ୍ତି । ତେବେ ଏହି ଭିଡିଓରେ ତୃଳମୂଳ କଂଗ୍ରେସ ବିଧାୟକ ନରେନ ଚକ୍ରବର୍ତ୍ତୀ ଖୋଲାଖୋଲି ଭାବେ ସାଧାରଣ ଲୋକ ଓ ବିଜେପି କର୍ମୀଙ୍କୁ ଭୋଟ ନେଦେବା ଲାଗି ପାଇଁ ଧମକ ଦେଉଛନ୍ତି । ଏଥିସହ ଯଦି ଭୋଟ ଦେବା ଲାଗି ଯିବ ତାହେଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଏଥିରେ ଦେଖିବାକୁ ମିଳିଛି ।

ଅନ୍ୟପଟେ ଏଭିଳି ଅପରାଧିକ କାମ କରୁଥିବା ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ମମତା ଘଣ୍ଟ ଘୋଡାଉଛନ୍ତି ବୋଲି ସେ କହିଛନ୍ତି । ଏଥିସହ ରାଜ୍ୟସଭା ସାଂସଦ ତଥା ବିଜେପି ଜାତୀୟ ମିଡିଆ ସେଲ ଇନର୍ଚାର୍ଜ ଅନିଲ ବାଲୁନି ମଧ୍ୟ ଟ୍ବିଟ୍ କରି ଏହାକୁ ନିନ୍ଦା କରିବା ସହ କଡା ସମାଲୋଚନା କରିଛନ୍ତି ।

@IANS

ABOUT THE AUTHOR

...view details