ଓଡିଶା

odisha

By ETV Bharat Odisha Team

Published : Oct 21, 2023, 3:45 PM IST

ETV Bharat / bharat

Rajasthan polls: 2ୟ ପର୍ଯ୍ୟାୟରେ 83 ପ୍ରାର୍ଥୀ ଘୋଷଣା କଲା BJP, ଝଲରାପଟନରୁ ଲଢିବେ ବସୁନ୍ଧରା

2ୟ ପର୍ଯ୍ୟାୟରେ ବିଜେପି ଜାରି କଲା 83 ପ୍ରାର୍ଥୀଙ୍କ ତାଲିକା । ଝଲରାପଟନରୁ ଲଢିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ । ଆସନ୍ତାମାସ 25ରେ ଗୋଟିଏ ପର୍ଯ୍ୟାୟରେ ଭୋଟିଂ । ଅଧିକ ପଢନ୍ତୁ

Rajasthan polls:  ଆଉ 83 ପ୍ରାର୍ଥୀଙ୍କ ନାମ ଘୋଷଣା କଲା BJP,  ଝଲରାପଟନରୁ ବସୁନ୍ଧରା
Rajasthan polls: ଆଉ 83 ପ୍ରାର୍ଥୀଙ୍କ ନାମ ଘୋଷଣା କଲା BJP, ଝଲରାପଟନରୁ ବସୁନ୍ଧରା

ନୂଆଦିଲ୍ଲୀ/ଜୟପୁର:ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଆଜି ଦ୍ବିତୀୟ ପର୍ଯ୍ୟାୟରେ ଭାରତୀୟ ଜନତା ପାର୍ଟି 83 ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ରାଜ୍ୟରେ ଦଳର ସବୁଠୁ ବଡ ଚେହେରା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କୁ ଦଳ ଝଲରାପାଟନ ବିଧାନସଭା ଆସନରୁ ମୈଦାନକୁ ଓହ୍ଲାଇଛି । ଏହି ତାଲିକାରେ ଦଳର ପୂର୍ବତନ ରାଜ୍ୟ ସଭାପତି ସତୀଶ ପୁନିଆଙ୍କ ନାମ ମଧ୍ୟ ରହିଛି । ସେ ଅମ୍ବର ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି ।

ସେହିପରି ଆଜି ତାଲିକାରେ ସ୍ଥାନ ପାଇଥିବା ଅନ୍ୟ ବରିଷ୍ଠ ଚେହେରାଙ୍କ ମଧ୍ୟରେ ବିରୋଧୀ ଦଳ ନେତା ରାଜେନ୍ଦ୍ର ରାଠୋରଙ୍କୁ ଦଳ ତାରାନଗରରୁ ଟିକେଟ ଦେଇଛି । ଗତମାସରେ ଶାସକ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିବା ଜ୍ୟୋତି ମିଧ୍ରାଙ୍କୁ ନାଗୌର ଆସନରୁ ଟିକେଟ ମିଳିଛି ।

ଆସନ୍ତାମାସ (ନଭେମ୍ବର) 25ରେ ଗୋଟିଏ ପର୍ଯ୍ୟାୟରେ ଭୋଟିଂ ହେବାକୁ ଯାଉଥିବା ରାଜସ୍ଥାନରେ କଂଗ୍ରେସ ଶାସନରେ ଥିବା ବେଳେ ବିରୋଧୀ ଦଳ ଭୂମିକାରେ ରହିଛି ଭାରତୀୟ ଜନତା ପାର୍ଟି । 9 ତାରିଖରେ ଦଳ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ 41 ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋରଙ୍କୁ ଦଳ ଝୋଟଓ୍ବାରାରୁ ଦଳ ଟିକେଟ ଦେଇଥିଲା । ଆଜି ଦ୍ବିତୀୟ ପର୍ଯ୍ୟାୟରେ ଦଳ 83ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।

2018 ବିଧାନସଭା ନିର୍ବାଚନରେ କଂଗ୍ରେସ 99 ଆସନ ଜିତି ସରକାର ଗଠନ କରିଥିଲା । ବିଜେପି ସେଥର କ୍ଷମତାରେ ଥିବା ସତ୍ତ୍ବେ ମଧ୍ୟ 73 ଆସନ ଜିତି ବିରୋଧୀ ଦଳ ଭୂମିକାକୁ ଆସିବାକୁ ବାଧ୍ୟ ହୋଇଥିଲା । ଚଳିତ ଥର କଂଗ୍ରେସରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଗୋଷ୍ଠୀ ମଧ୍ୟରେ ଜାରି ରହିଥିବା କନ୍ଦଳରୁ ଦଳ ଲାଭ ଉଠାଇବାକୁ ପ୍ରୟାସ କରିବ । ବିଜେପି କ୍ଷମତାକୁ ଫେରିବାକୁ ଯାଉଥିବା ଦଳୀୟ ନେତା ଆଶାବାଦୀ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନିକଟରେ ଏକାଧିକ କାର୍ଯ୍ୟକ୍ରମରେ ରାଜସ୍ଥାନ ଗସ୍ତ କରି ଗେହେଲଟ ନେତୃତ୍ବାଧୀନ କଂଗ୍ରେସ ସରକାର ଉପରେ ଦୁର୍ନୀତିର ଅଭିଯୋଗ ଆଣି ବର୍ଷିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- Telengana Assembly Poll: ପ୍ରାର୍ଥୀ ତାଲିକା ଘୋଷଣା କରିବ ବିଜେପି, KCRଙ୍କ ବିରୋଧରେ ଲଢିବେ ଏଟଲା ରାଜେନ୍ଦ୍ର !

ଆସନ୍ତାମାସ 25 ତାରିଖରେ ଏହି କଂଗ୍ରେସ ଶାସିତ ପଶ୍ଚିମ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ 200 ଆସନରେ ଭୋଟିଂ ହେବା ସହ ଡିସେମ୍ବର 3 ତାରିଖରେ ଅନ୍ୟ 5 ରାଜ୍ୟ ସହ ମତଗଣନା ଓ ଜନାଦେଶ ପ୍ରକାଶ ପାଇବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details