ଓଡିଶା

odisha

By

Published : Jan 12, 2022, 12:35 PM IST

ETV Bharat / bharat

UP polls: ବିଜେପିର ବ୍ଲୁ ପ୍ରିଣ୍ଟ, ନେତାଙ୍କୁ ୧୦ ଘଣ୍ଟା ଗୁରୁମନ୍ତ୍ର ଦେଲେ ଶାହା

ମାସକ ପରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ମାନସ ମନ୍ଥନ ଆରମ୍ଭ କରିଛି ଭାରତୀୟ ଜନତା ପାର୍ଟି । ଦଳ ମୁଖ୍ୟାଳୟରେ କେନ୍ଦ୍ରୀୟ ନେତୃତ୍ବରେ ରାଜ୍ୟ ନେତାଙ୍କ ସହ ୧୦ ଘଣ୍ଟିଆ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଛନ୍ତି ଅମିତ ଶାହା । ଅଧିକ ପଢନ୍ତୁ

ବିଜେପିର ମନ୍ଥନ ଆରମ୍ଭ
ବିଜେପିର ମନ୍ଥନ ଆରମ୍ଭ

ନୂଆଦିଲ୍ଲୀ: ମାସକ ପରେ ଅନୁଷ୍ଠିତ ହେବାକୁ ଯାଉଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ଏ ନେଇ ମାନସ ମନ୍ଥନ ଆରମ୍ଭ କରିଛି ଭାରତୀୟ ଜନତା ପାର୍ଟି । ଦଳ ମୁଖ୍ୟାଳୟରେ କେନ୍ଦ୍ରୀୟ ନେତୃତ୍ବରେ ରାଜ୍ୟ ନେତାଙ୍କ ସହ ୧୦ ଘଣ୍ଟିଆ ଗୁରୁତ୍ବପୂର୍ଣ୍ଣ କୋର କମିଟି ବୈଠକରେ ଆଲୋଚନା କରିଛନ୍ତି ଅମିତ ଶାହା (BJP core committee meeting) । ବିଭିନ୍ନ ଅଞ୍ଚଳରୁ ମତାମତ ଗ୍ରହଣ କରିଛନ୍ତି ଶାହା ।

ରାଜଧାନୀରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ମତଦାନ ରଣନୀତି ଉପରେ ଆଲୋଚନା ସହ ଫେବୃଆରୀ 10 ରେ ଆରମ୍ଭ ହେବାକୁ ଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାମ ଉପରେ ବିଚାରବିମର୍ଶ ହୋଇଛି । ନିର୍ବାଚନ ରଣନୀତି ସହ ଜଡିତ ବିଭିନ୍ନ ଦିଗ ବ୍ୟତୀତ, ଜାନୁଆରୀ 15 ପର୍ଯ୍ୟନ୍ତ ରାଲି, ରୋଡ୍ ସୋ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଉପରେ ନିଷେଧାଦେଶ ଦିଆଯାଇଥିବା ନିର୍ବାଚନ ଆୟୋଗର ନିର୍ଦ୍ଦେଶକୁ ଦୃଷ୍ଟିରେ ରଖି ନିର୍ବାଚନ ପ୍ରଚାରର ଭବିଷ୍ୟତ କାର୍ଯ୍ୟକ୍ରମର ଉପରେ ବିସ୍ତୃତ ଆଲୋଚନା ହୋଇଥିବା ସୁତ୍ରରୁ ପ୍ରକାଶ ।

ଦଳର ନେତାଙ୍କ ସହ ନିର୍ବାଚନ ରଣନୀତି ଏବଂ ଦଳର ବର୍ତ୍ତମାନର ଉତ୍ଥାନ-ପତନ ବିଷୟରେ ଆଲୋଚନା କରିଛନ୍ତି ଶାହ । ବୈଠକରେ ନେତାମାନେ ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟାୟର ଆସନ ସହିତ ପଶ୍ଚିମ ଉତ୍ତରପ୍ରଦେଶର ଆସନ ଉପରେ ବାଜିମାତ କରିବା ନେଇ ମଧ୍ୟ ଆଲୋଚନା ହୋଇଛି । ଅମିତ ଶାହା, ବିଜେପି ଉତ୍ତରପ୍ରଦେଶର ସର୍ଭେ ଦାୟିତ୍ବରେ ଥିବା ଧର୍ମେନ୍ଦ୍ର ପ୍ରଧାନ, ବିଜେପି ୟୁପି ସାଧାରଣ ସମ୍ପାଦକ ସୁନୀଲ ବଂଶଲ ଏବଂ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ (ସଂଗଠନ) ବି.ଏଲ୍ ସନ୍ତୋଷ ମଧ୍ୟ ବୈଠକରେ ଯୋଗ ଦେଇଛନ୍ତି ।

ଉତ୍ତରପ୍ରଦେଶର 403 ବିଧାନସଭା ନିର୍ବାଚନ ପାଇଁ ଫେବୃଆରୀ 10 ରୁ ସାତୋଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ଫେବୃଆରୀ 10, 14, 20, 23, 27 ଏବଂ ମାର୍ଚ୍ଚ 3 ଏବଂ 7 ରେ ସାତୋଟି ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ । ମାର୍ଚ୍ଚ 10 ରେ ହେବ ଭୋଟ ଗଣନା ହେବ । 2017 ବିଧାନସଭା ନିର୍ବାଚନରେ ​​ବିଜେପି 312 ବିଧାନସଭା ଆସନରେ ବିଜୟୀ ହୋଇଥିଲା । 403 ସଦସ୍ୟ ବିଶିଷ୍ଟ ବିଧାନସଭା ନିର୍ବାଚନରେ ​​ଦଳ 39.67 ପ୍ରତିଶତ ଭୋଟ୍ ହାସଲ କରିଛି। ସମାଜବାଦୀ ପାର୍ଟି 47 ଟି ସିଟ୍, ବିଏସପି 19 ଟି ଜିତିଥିବାବେଳେ କଂଗ୍ରେସ କେବଳ ସାତୋଟି ସିଟ୍ ଜିତିବାରେ ସଫଳ ହୋଇଥିଲା।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details