ଓଡିଶା

odisha

ETV Bharat / bharat

ଚର୍ଚ୍ଚାରେ ରାହୁଲ ଗାନ୍ଧୀଙ୍କ ଟି-ସାର୍ଟ, ବିଜେପି-କଂଗ୍ରେସ ମୁହାମୁହିଁ - ରାହୁଲ ଗାନ୍ଧୀଙ୍କ ଟି ସାର୍ଟ

ଚର୍ଚ୍ଚାରେ ରାହୁଲ ଗାନ୍ଧୀ । ଏଥର କୌଣସି ଟ୍ବିଟକୁ ନେଇ ନୁହେଁ ବରଂ ସେ ପିନ୍ଧିଥିବା ଦାମୀ ଟି ସାର୍ଟକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ଏହାକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟ ମୁହାଁମୁହିଁ ହୋଇଛନ୍ତି । ଅଧିକ ପଢନ୍ତୁ

ଚର୍ଚ୍ଚାରେ ରାହୁଲ ଗାନ୍ଧୀଙ୍କ ଟି-ସାର୍ଟ
ଚର୍ଚ୍ଚାରେ ରାହୁଲ ଗାନ୍ଧୀଙ୍କ ଟି-ସାର୍ଟ

By

Published : Sep 11, 2022, 10:56 PM IST

ନୂଆଦିଲ୍ଲୀ: ନିଜ ଟ୍ବିଟ ଜରିଆରେ କେନ୍ଦ୍ରକୁ ଟାର୍ଗେଟ କରୁଥିବା ରାହୁଲ ଗାନ୍ଧୀ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଏଥର ଟ୍ବିଟ ନୁହେଁ ବରଂ ସେ ପିନ୍ଧିଥିବା ଦାମୀ ଟି-ସାର୍ଟକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । କଂଗ୍ରେସ ପକ୍ଷରୁ 'ଭାରତ ଯୋଡ' ଯାତ୍ରା ଆରମ୍ଭ ହୋଇଛି । କନ୍ୟାକୁମାରୀରୁ ଏହି ଯାତ୍ରା ଆରମ୍ଭ ହୋଇଥିବା ଏହି ଯାତ୍ରା କାଶ୍ମୀର ପର୍ଯ୍ୟନ୍ତ ଯିବ। ଯାତ୍ରାରେ ରାହୁଲ ସାମିଲ ହୋଇଥିବାକୁ ନେଇ ଯେତିକି ଚର୍ଚ୍ଚା ନହେଉଛି ସେ ପିନ୍ଧିଥିବା ବରବେରୀ କଂପାନୀର ଦାମୀ ଟି ସାର୍ଟକୁ ନେଇ ଚର୍ଚ୍ଚା ହେଉଛି । ରାହୁଲ ପିନ୍ଧିଥିବା ଟି ସାର୍ଟର ମୂଲ୍ୟ 41 ହଜାର ଟଙ୍କା ରହିଛି । ବିଜେପି ଏହାର ଫଟୋ ସେୟାର କରି କଂଗ୍ରେସକୁ ଟାର୍ଗେଟ କରିଛି । କଂଗ୍ରେସ ମଧ୍ୟ ବିଜେପିକୁ କଡା ଜବାବ ଦେଇଛି । ରାହୁଲ ପିନ୍ଧିଥିବା ଦାମୀ ଟି ସାର୍ଟକୁ ନେଇ ଦୁଇଦଳ ମଧ୍ୟରେ ବାକ ଯୁଦ୍ଧ ହୋଇଛି ।

ରାହୁଲ ପିନ୍ଧିଥିବା ଟି ସାର୍ଟ ଫଟୋକୁ ବିଜେପି ସେୟାର କରି ଲେଖିଛି, '' ଭାରତ ଦେଖ 41 ହଜାର ଟାଙ୍କା ଟି ସାର୍ଟ । ସେୟାର ହୋଇଥିବା ଫଟୋରେ ଗୋଟିଏ ପଟେ ରାହୁଲ ଗାନ୍ଧୀ ପିନ୍ଧିଥିବା ଟି ସାର୍ଟ ଓ ଅନ୍ୟପଟେ କମ୍ପାନୀ ପ୍ରାଇସ ସହ ଟି ସାର୍ଟ ଫଟୋ ରହିଛି । ଟି ସାର୍ଟର ମୂଲ୍ୟ 41 ହଜାର 257 ଉଲ୍ଲେଖ ରହିଛି । ଏହାକୁ ନେଇ କଂଗ୍ରେସକୁ ନିଶାନା କରିଛି ବିଜେପି ।

ଏହାକୁ ବି ପଢନ୍ତୁ...ବିଶ୍ବର ଦ୍ବିତୀୟ ଉଚ୍ଚତମ ରାସ୍ତାରେ ୯୦୦ କିମି ବାଇକ୍ ଚଳାଇଲେ କର୍ଣ୍ଣାଟକ ମହିଳା

ବିଜେପିର ଏ ଟ୍ବିଟର କଡା ଜବାବ ଦେଇଛି କଂଗ୍ରେସ । କଂଗ୍ରେସ ଟ୍ବିଟ କରି କହିଛି ''ଦଳର ଏ 'ଭାରତ ଯୋଡ' ଆନ୍ଦୋଳନରେ ଜନସମୁଦ୍ର ଦେଖି ବିଜେପି ଛାନିଆ ହୋଇଗଲା ନା କଣ । ପ୍ରସଙ୍ଗ ଉପରେ ଚର୍ଚ୍ଚା କର । ଦରଦାମ ଓ ବେକାରୀ ମୁଦ୍ଦା କୁହ । ପୋଷାକ ଉପରେ କହିବାକୁ ଗଲେ ମୋଦିଙ୍କ 10 ଲକ୍ଷ ଟଙ୍କା ସୁଟ ଓ 1.5 ଲକ୍ଷ ଟାଙ୍କାର ଚଷମା ଯାଏ କଥା ଯିବ ତେଣୁ କଣ କରିବ କୁହ । କେତେବେଳେ କଳା ଯାଦୁ, କେତେବେଳେ ଟି ସାର୍ଟର ଦାମକୁ ମୁଦ୍ଦା କରୁଛ । ପ୍ରଧାନମନ୍ତ୍ରୀଜୀ ଅସଲି ମୁଦ୍ଦାକୁ ଆସ ଜନତାଙ୍କ ଦୃଷ୍ଟିରୁ ଲୁଚ ନାହିଁ ।''

ସେହିପରି ଟିଏମସି ସାଂସଦ ମହୁଆ ମୋଇତ୍ର ଏହାକୁ ନେଇ କହିଛନ୍ତି, '' ବିଜେପିକୁ ଏହା ପରାମର୍ଶ ଦେଉଛି ନିଜର ଲାଇନ କ୍ରସ କରନାହିଁ । ବିରୋଧୀଙ୍କ ପୋଷାକକୁ ନେଇ କୌଣସି ମନ୍ତବ୍ୟ ଦିଅନାହିଁ । ମନେରଖ ଯଦି ଆମେ ବିଜେପି ସାଂସଦ ପିନ୍ଧୁଥିବା ଘଣ୍ଟା, କଲମ, ଜୋତା, ମୁଦି ଓ ପୋଷାକକୁ ନେଇ ଲେଖିବା ଆରମ୍ଭ କରିବୁ ତେବେ ତୁମେ ଅନୁତାପ କରିବ ଯେବେ ତୁମେ ଏହି ଖେଳ ଆରମ୍ଭ କରିଥିଲ ।''

ପ୍ରକାଶ ଥାଉ କି, କଂଗ୍ରେସ ସତ୍ତାକୁ ଫେରିବା ପାଇଁ ଦଳକୁ ସୃଦୁଢ କରିବାକୁ ଭାରତ ଯୋଡ ଯାତ୍ରା ଆରମ୍ଭ କରିିଛି । ସେପ୍ଟେମ୍ବର 7ରୁ କନ୍ୟାକୁମାରୀରୁ ଯାତ୍ରାର ଶୁଭାରମ୍ଭ କରିଛି ଦଳ । 150 ଦିନ ମଧ୍ୟରେ 3,570 କି.ମି ପରିକ୍ରମା କରିବ ଦଳ । କନ୍ୟାକୁମାରୀରୁ ଆରମ୍ଭ ଏହି ଯାତ୍ରା କାଶ୍ମୀରରେ ଶେଷ ହେବ ।

ABOUT THE AUTHOR

...view details