ନୂଆଦିଲ୍ଲୀ:ଉତ୍ତରାଖଣ୍ତ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତଙ୍କୁ ଦିଲ୍ଲୀ ଡକରା । ବିଜେପି ହାଇକମାଣ୍ତ ତାଙ୍କୁ ଆଜି ଦିଲ୍ଲୀ ଡାକିଛନ୍ତି । ଏନେଇ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ) ବୁଧବାର ଦିନ ଧାର୍ଯ୍ୟ କରିଥିବା ସମସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ସେ ସକାଳ 10:30ରେ ଜାତୀୟ ରାଜଧାନୀ ଅଭିମୁଖେ ଯାତ୍ରା କରିବେ ।
ଆସନ୍ତାବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ଅଛି । ଏନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ବସିପାରେ । ଉତ୍ତରାଖଣ୍ଡରେ 70 ଟି ବିଧାନସଭା ଆସନ ରହିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ହେବାକୁ ଥିବା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ଦଳ 'ଚିନ୍ତନ ବୈଠକ' ଆୟୋଜନ କରିଛି ।