ଓଡିଶା

odisha

ETV Bharat / bharat

ନୋଏଡା ବିଜେପି ବିଧାୟକ ପ୍ରାର୍ଥୀ କୋରୋନା ପଜିଟିଭ - ନୋଏଡା ବିଜେପି ବିଧାୟକ ପ୍ରାର୍ଥୀ କୋରୋନା ପଜିଟିଭ

ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ବିଧାୟକ ପ୍ରାର୍ଥୀ ପଙ୍କଜ ସିଂହ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସେ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ନୋଏଡା ବିଜେପି ବିଧାୟକ ପ୍ରାର୍ଥୀ କୋରୋନା ପଜିଟିଭ
ନୋଏଡା ବିଜେପି ବିଧାୟକ ପ୍ରାର୍ଥୀ କୋରୋନା ପଜିଟିଭ

By

Published : Jan 16, 2022, 10:46 PM IST

ଲକ୍ଷ୍ନୌ: ବିଜେପିର ବିଧାୟକ ପ୍ରାର୍ଥୀ କୋରୋନା ସଂକ୍ରମିତ ହୋଇଛନ୍ତି । ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ପଙ୍କଜ ସିଂହ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏ ନେଇ ସେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କୋଭିଡ୍‌ ଟେଷ୍ଟ୍‌ କରାଇବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ଉତ୍ତରପ୍ରଦେଶ ସରକାରର ମନ୍ତ୍ରୀ ଥିବା ପଙ୍କଜ ସିଂହଙ୍କୁ ଚଳିତ ଥର ମଧ୍ୟ ନୋଏଡା ଆସନରୁ ପ୍ରାର୍ଥୀ କରାଯାଇଛି । ଶୁକ୍ରବାର ଜାରି ହୋଇଥିବା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ତାଙ୍କ ନାମ ରହିଥିଲା । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସୁପୁତ୍ର ହେଉଛନ୍ତି ପଙ୍କଜ ସିଂହ । ଉତ୍ତରପ୍ରଦେଶରେ ଫେବୃଆରୀ ୧୦ରୁ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ ।

For All Latest Updates

TAGGED:

ABOUT THE AUTHOR

...view details