ଓଡିଶା

odisha

By

Published : Sep 7, 2021, 3:57 PM IST

ETV Bharat / bharat

ବିଜେପି ତାଲିବାନ ସହ କଥା ହେଇପାରିବ, କିନ୍ତୁ ଚାଷୀଙ୍କ ସହ ନୁହେଁ: କଂଗ୍ରେସ

କୃଷକ ମହାପଞ୍ଚାୟତକୁ ନେଇ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ତଥା ବିଜେପି ସରକାରଙ୍କୁ ଘେରିଛି କଂଗ୍ରେସ । ବିଜେପି ସରକାର ବୁଝାମଣା ପାଇଁ ତାଲିବାନ ସହିତ କଥା ହେଉଛନ୍ତି କିନ୍ତୁ ଚାଷୀଙ୍କ ସହିତ ନୁହେଁ ବୋଲି ସେ ଅଭିଯୋଗ ଆଣିଛନ୍ତି । ଅଧିକ ପଢନ୍ତୁ...

ବିଜେପି ତାଲିବାନ ସହ କଥା ହେବ, କିନ୍ତୁ ଚାଷୀଙ୍କ ସହ ନୁହେଁ: କଂଗ୍ରେସ
ବିଜେପି ତାଲିବାନ ସହ କଥା ହେବ, କିନ୍ତୁ ଚାଷୀଙ୍କ ସହ ନୁହେଁ: କଂଗ୍ରେସ

ନୂଆଦିଲ୍ଲୀ: ଗତ ଅଗଷ୍ଟ ୨୮ ତାରିଖରେ ଚାଷୀଙ୍କ ଉପରେ ହୋଇଥିବା ଲାଠିଚାର୍ଜ ବିରୋଧରେ ଚାଷୀମାନେ ହରିୟାଣାର କରନାଲରେ କୃଷକ ମହାପଞ୍ଚାୟତ ଜାରି ରହିଛି । ଏଠାରେ ସରକାର ଇଣ୍ଟରନେଟ ସେବାକୁ ବନ୍ଦ କରିଛନ୍ତି । ଏନେଇ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ତଥା ବିଜେପି ସରକାରଙ୍କୁ ଘେରିଛି କଂଗ୍ରେସ । ଚାଷୀଙ୍କ ସ୍ବରକୁ ଜନତାଙ୍କ ନିକଟରେ ନ ପହଞ୍ଚାଇବା ପାଇଁ ସରକାର ସେଠାରେ ଇଣ୍ଟରନେଟ ସେବା ବନ୍ଦ କରିଛନ୍ତି । ସରକାର ବୁଝାମଣା ପାଇଁ ଆତଙ୍କବାଦୀ ସଙ୍ଗଠନ ତାଲିବାନ ସହିତ କଥାବାର୍ତ୍ତା କରୁଛନ୍ତି କିନ୍ତୁ ଚାଷୀଙ୍କ ସହ କରୁନାହାନ୍ତି ବୋଲି କଂଗ୍ରେସର ମୁଖ୍ୟ ମୁଖପାତ୍ର ରଣଦୀପ ସୁର୍ଜେୱାଲା କହିଛନ୍ତି ।

ଏପରି କରି କେନ୍ଦ୍ର ସରକାର ନିଜ ଆତ୍ମବିଶ୍ବାସ ଓ ଜନାଦେଶ ହରାଇଛନ୍ତି । ଏଥିଲାଗି ସରକାର ନିଜ କ୍ଷମତା ତ୍ୟାଗ କରନ୍ତୁ ବୋଲି କହିଛନ୍ତି ରଣଦୀପ । ସେପଟେ କୃଷକ ମହାପଞ୍ଚାୟତ ହେଉଥିବା ସ୍ଥାନ କରନାଲରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛି । ପାଖାପାଖି ୩୦ ବାଟାଲିୟନ ଫୋର୍ସ ସମେତ ସେଣ୍ଟ୍ରାଲ ଫୋର୍ସ ମଧ୍ୟ ବିକ୍ଷୋଭ ସ୍ଥାନରେ ଚାଷୀଙ୍କୁ ଘେରି ରହିଛନ୍ତି । ଆନ୍ଦୋଳନରତ ଚାଷୀ କିପରି କରନାଲ ମଣ୍ଡି ନିକଟକୁ ପହଞ୍ଚିପାରିବେ ନାହିଁ, ସେଥିଲାଗି ଫୋର୍ସକୁ ମୁତୟନ କରାଯାଇଛି । କିନ୍ତୁ ଚାଷୀମାନେ ଯେକୌଣସି ପରିସ୍ଥିତିରେ ମଣ୍ଡି ନିକଟରେ ପହଞ୍ଚିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଚାଷୀମାନେ ଆବଶ୍ୟକସ୍ଥଳେ ବ୍ୟାରିକେଡ ଭାଙ୍ଗି ମଣ୍ଡି ନିକଟରେ ପହଞ୍ଚିବେ ବୋଲି କହିଛନ୍ତି । କୌଣସି ସୁରକ୍ଷାକର୍ମୀ ସେମାନଙ୍କୁ ମହାପଞ୍ଚାୟତରେ ସାମିଲ ହେବାକୁ ଅଟକାଇପାରିବ ନାହିଁ ବୋଲି ଭାରତୀୟ କିଷାନ ୟୁନିଅନର ସଦସ୍ୟ ଜଗଦୀପ ସିଂ ଚ଼ଡୁଣୀ କହିଛନ୍ତି । ଏହି ମହାପଞ୍ଚାୟତରେ ଯୋଗ ଦେବା ପାଇଁ ବିଭିନ୍ନ ପ୍ରାନ୍ତରୁ ଚାଷୀମାନେ ଆସି ଯୋଗ ଦେଇଛନ୍ତି । ସେମାନେ ଖୁବଶୀଘ୍ର ମଣ୍ଡିରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି । ସମସ୍ତ ଚାଷୀନେତା ପହଞ୍ଚିବା ପରେ ମହାପଞ୍ଚାୟତ ଆରମ୍ଭ ହେବ ବୋଲି ସେ କହିଛନ୍ତି ।

ତେବେ ସୂଚନା ଥାଉ କି ଗତ ଅଗଷ୍ଟ ୨୮ ତାରିଖରେ ଆନ୍ଦୋଳନରତ ଚାଷୀଙ୍କ ଉପରେ ଲାଠିଚାର୍ଜ ହୋଇଥିଲା । ଯେଉଁ IAS ଅଫିସର ଏହି କାର୍ଯ୍ୟ ପାଇଁ ଆଦେଶ ଦେଇଥିଲେ, ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି । ଏହା ବିରୋଧରେ ମହାପଞ୍ଚାୟତ ବୈଠକ ମଧ୍ୟ ବସିଛି । ଲାଠିଚାର୍ଜରେ ପ୍ରାଣ ହରାଇଥିବା ଚାଷୀଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବା ସହିତ ପୀଡ଼ିତଙ୍କ ସନ୍ତାନଙ୍କୁ ସରକାରୀ ଚାକିରି ଦେବା ପାଇଁ ଦାବି କରିଛନ୍ତି ଚାଷୀ ସମୂହ । ଏହାସହିତ ଆଘାତପ୍ରାପ୍ତ ଚାଷୀଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଦେବା ପାଇଁ ମଧ୍ୟ ସେମାନେ ଦାବି କରିଛନ୍ତି ।

ଆଇନ ଶୃଙ୍ଖଳା ପରିସ୍ଥିତିକୁ ଏଡ଼ାଇବା ପାଇଁ କରନାଲ ପ୍ରଶାସନ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି । କରନାଲ ସମେତ ଆଖପାଖ ୪ଟି ଜିଲ୍ଲାର ଇଣ୍ଟରନେଟ ସେବା ବନ୍ଦ ରଖାଯାଇଛି । ଯାହା ଆଜି ରାତି ୧୧.୫୯ ମିନିଟ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହାବାଦ ସମଗ୍ର ଅଞ୍ଚଳରେ ବ୍ୟାପକ ପୋଲିସ ବଳ ମୁତୟନ ହୋଇଛନ୍ତି ।

@IANS

ABOUT THE AUTHOR

...view details