ଓଡିଶା

odisha

ETV Bharat / bharat

‘ନିର୍ବାଚନ ହାରିଲେ ମମତାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିପାରେ ବିଜେପି’ - ଟିଏମସି ନେତା ସୁବ୍ରତ ମୁଖାର୍ଜୀ

ଟିଏମସି ନେତାଙ୍କ ସାଂଘାତିକ ଅଭିଯୋଗ । ନିର୍ବାଚନ ହାରିଲେ ମମତାଙ୍କୁ ହତ୍ୟା କରିବା ପାିଇଁ ଷଡଯନ୍ତ୍ର କରିପାରେ ବିଜେପି । ପଢନ୍ତୁ ଅଧିକ......

‘ ନିର୍ବାଚନ ହାରିଲେ ମମତାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିପାରେ BJP ’
‘ ନିର୍ବାଚନ ହାରିଲେ ମମତାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିପାରେ BJP ’

By

Published : Dec 13, 2020, 9:17 PM IST

କୋଲକାତା: ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଯଦି ବିଜେପିର ପରାଜୟ ହୁଏ ତେବେ ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ହତ୍ୟା କରିବା ପାଇଁ ମଧ୍ୟ ଷଡଯନ୍ତ୍ର କରିପାରେ ବିଜେପି । ଏପରି ଏକ ସାଂଘାତିକ ଅଭିଯୋଗ କରିଛନ୍ତି ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ପଶ୍ଚିମବଙ୍ଗର ପଞ୍ଚାୟତ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀ । ସୁବ୍ରତ କହିଛନ୍ତି ଯେ ଗେରୁଆ ଶିବିର ଲୋକଙ୍କୁ ଅପରାଧରେ ନିୟୋଜିତ କରି ରାଜନୈତିକ ହିଂସା କରୁଛି ଓ ଦୋଷ ଅନ୍ୟ ଉପରେ ଲଦୁଛି । ଦକ୍ଷିଣ 24 ପରଗଣାରେ ଆଯୋଜିତ ଏକ କାର୍ଯ୍ୟକ୍ରମରେ ସେ ଏପରି ଏକ ସାଂଘାତିକ ବୟାନ ଦେଇଛନ୍ତି ।

ଡିସେମ୍ବର 10 ରେ ବିଜେପି ଜାତୀୟ ସଭାପତି ଜେପି ନଡ୍ଡାଙ୍କ କାରକେଡରେ ହୋଇଥିବା ଆକ୍ରମଣ ସମ୍ପର୍କରେ ସେ କହିଛନ୍ତି ଯେ ଆମର ସଦସ୍ୟମାନେ ଏକ ଅନୁସନ୍ଧାନ ପରେ ନିଶ୍ଚିତ କରିଛନ୍ତି ଯେ ବିଜେପି ପାର୍ଟି ନିଜେ ତାଙ୍କ କର୍ମୀଙ୍କ ଦ୍ବାରା ନଡ୍ଡାଙ୍କ ଗାଡିକୁ ପଥର ମାଡ କରି ଟିଏମସି ଉପରେ ଦୋଷ ଲଦିବାକୁ ପ୍ରୟାସ କରୁଛି ।

ସୁବ୍ରତ ମୁଖାର୍ଜୀଙ୍କ ଏହି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ବିଜେପି ରାଜ୍ୟ ସଭାପତି ଦିଲୀପ ଘୋଷ କହିଛନ୍ତି ଯେ ରାଜ୍ୟରେ ବର୍ତ୍ତମାନ ଜଙ୍ଗଲରାଜ ଶାସନ ଚାଲିଛି ଓ ଟିଏମସି ନେତାମାନେ ବର୍ତ୍ତମାନ ଜଙ୍ଗଲୀ ଅଭିଯୋଗ କରୁଛନ୍ତି। ତାଙ୍କୁ ସମର୍ଥନ କରି ବିଜେପି ସାଂସଦ ଅର୍ଜୁନ ସିଂ ସମାନ କଥା ଦୋହରାଇବା ସହ ମମତାଙ୍କୁ ବଙ୍ଗଳାର ଲୋକ ଆଉ କ୍ଷମତାରେ ଦେଖିବାକୁ ଚାହୁଁନଥିବା କଥା ସେ କହିଛନ୍ତି ।

ସେହିପରି ରାଜ୍ୟସଭା ସାଂସଦ ରୂପା ଗାଙ୍ଗୁଲି କହିଛନ୍ତି, ଗଣତାନ୍ତ୍ରିକ ଉପାୟ ମାଧ୍ୟମରେ ନିର୍ବାଚନରେ ​​ବିଜେପି ବିଶ୍ବସ କରେ। ସୁବ୍ରତ ମୁଖାର୍ଜୀଙ୍କ ପରି ନେତାମାନେ ଜନସାଧାରଣଙ୍କ ସହାନୁଭୂତି ପାଇବା ପାଇଁ ଏଭଳି ବିବୃତ୍ତି ଦେଉଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details