ଓଡିଶା

odisha

ETV Bharat / bharat

ହାୱଡା ରାମ ନବମୀ ହିଂସାକାଣ୍ଡ ପଛରେ ବିଜେପି: ମମତା

ରାମ ନବମୀରେ ହାୱଡାରେ ଘଟିଥିବା ହିଂସାକାଣ୍ଡ ଘଟଣାରେ ବିଜେପିକୁ ଦାୟୀ କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅଧିକ ପଢନ୍ତୁ

Mamata Banerjee
Mamata Banerjee

By

Published : Mar 31, 2023, 3:54 PM IST

କୋଲକାତା:ପବିତ୍ର ରାମ ନବମୀରେ ପଶ୍ଚିମବଙ୍ଗ ହାୱଡାରେ ବ୍ୟାପକ ହିଂସାକାଣ୍ଡ ଘଟଣା । ବିଜେପି ଓ ବାମପନ୍ଥୀ ସଂଗଠନକୁ ଦାୟୀ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହି ହିଂସାକାଣ୍ଡ ପଛରେ ନା ହିନ୍ଦୁ ସମ୍ପ୍ରଦାୟ ରହିଛି ନା ମୁସଲିମ ସମ୍ପ୍ରଦାୟ । ବିଜେପି, ବଜରଙ୍ଗ ଦଳ ଏହି ହିଂସାକାଣ୍ଡ ଘଟାଇଥିବା ନେଇ ମମତା ଅଭିଯୋଗ ଆଣିଛନ୍ତି । ଏହାସହ ଉକ୍ତ ସ୍ଥାନରେ ଶାନ୍ତି ବଜାୟ ରଖିବା ଲାଗି ଲୋକଙ୍କୁ ସେ ଅନୁରୋଧ କରିଛନ୍ତି ।

ହିଂସାକାଣ୍ଡର ଦିନକ ପରେ ଦିଦି ପ୍ରତିକ୍ରିୟା ରଖି ଏପରି କହିଛନ୍ତି । ଏହି ହିଂସାକାଣ୍ଡରେ ଦୁର୍ବୃତ୍ତମାନେ ଏକାଧିକ ଗାଡ଼ି ପୋଡାଜଳା କରିବା ସହ ପଥରମାଡ଼ କରିଥିଲେ । ରାମ ନବମୀ ଶୋଭାଯାତ୍ରା ପରେ ଏଭଳି ହିଂସାକାଣ୍ଡ ଘଟିଥିଲା । ହାୱଡାରେ ପବିତ୍ର ରାମ ନବମୀରେ ଘଟିଥିବା ଏହି ହିଂସାକାଣ୍ଡକୁ ଦୁର୍ଭାଗ୍ୟ ଜନିତ ଘଟଣା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା । ଏହା ପଛରେ ବିଜେପି, ବଜରଙ୍ଗ ଦଳ ଭଳି ବିଭିନ୍ନ ବାମପନ୍ଥୀ ସଂଗଠନକୁ ସେ ଦାୟୀ କରିଛନ୍ତି । ଏକ ବଙ୍ଗଳା ଗଣମାଧ୍ୟମ ସଂସ୍ଥାକୁ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି ମମତା ।

ଏହା ବି ପଢନ୍ତୁ- କୋଲକାତାରେ ରାମ ନବମୀ ଶୋଭାଯାତ୍ରାରେ ବ୍ୟାପକ ହିଂସା, ପଥରମାଡ ସହ ଗାଡି ଜଳାପୋଡା

ଏହି ହିଂସାକାଣ୍ଡରେ ଯେଉଁ ଲୋକଙ୍କ ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି, ଉକ୍ତ ବ୍ୟକ୍ତିଙ୍କୁ ରାଜ୍ୟ ସରକାର କ୍ଷତିପୂରଣ ରାଶି ଯୋଗାଇ ଦେବେ ବୋଲି ମମତା ପ୍ରତିଶୃତି ଦେଇଛନ୍ତି । ଏହି ଘଟଣାରେ ଏଯାବତ ୩୧ଜଣ ଦୁର୍ବୃତ୍ତଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ମମତା ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି ରାମ ନବମୀ ଉତ୍ସବ ପାଳନ ହେଉଥିବା ବେଳେ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ବିକ୍ଷୋଭକାରୀମାନେ ହିଂସାକାଣ୍ଡ ଭିଆଇଥିବା ସ୍ଥାନରେ ରହିଥିବା ଏକାଧିକ ଗାଡ଼ି ଓ ଦୋକାନ ବଜାରରେ ଭଙ୍ଗାରୁଜା କରିଥିଲେ । ସ୍ଥିତିକୁ ନିୟନ୍ତ୍ରଣ ଆଣିବା ଲାଗି ସମ୍ବେଦନଶୀଳ ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଆଜି ମଧ୍ୟ ଉକ୍ତ ସ୍ଥାନରେ ପୋଲିସ ଜଗି ରହିଥିବା ଜଣାପଡ଼ିଛି ।

ଖାଲି ପଶ୍ଚିମବଙ୍ଗରେ ନୁହେଁ, ଗୁଜୁରାଟରେ ମଧ୍ୟ ରାମ ନବମୀରେ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଗୁଜୁରାଟର ଭଦୋଦରାରେ ଅପରାହ୍ନରେ ରାମ ନବମୀ ଶୋଭାଯାତ୍ରା ଉପରକୁ ପଥରମାଡ଼ ହୋଇଥିଲା । ଏହାପରେ ଉକ୍ତ ସ୍ଥାନରେ ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା । ଗତବର୍ଷ ମଧ୍ୟ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ସମାନ ଘଟଣା ଦେଖିବାକୁ ମିଳିଥିଲା ବେଳେ ଚଳିତ ବର୍ଷ ଏହାର ପୁନରାବୃତ୍ତି ଘଟିଛି ।

ABOUT THE AUTHOR

...view details